କଲ୍ୟାଣସିଂହପୁରରେ ବିନା ଭକ୍ତରେ ଗୁଣ୍ଡିଚା ଯାତ୍ରା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଶ୍ରୀଜୀଉଙ୍କ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି। କରୋନା ମହମାରୀକୁ ଦୃଷ୍ଟିରେ ରଖି ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ବିନା ଭକ୍ତରେ ମନ୍ଦିର ପରିସର ମଧ୍ୟରେ ହିଁ ରୀତିନୀତି ଅନୁଯାୟୀ ଯାତ୍ରା କରିବାପାଇଁ ନିର୍ଦେଶ ଦେଇଥିଲେ। ଏହାକୁ ମାନି ମନ୍ଦିର ପରିଚାଳନା କମିଟିପକ୍ଷରୁ ମନ୍ଦିର ପରିସରରେ ହିଁ ଯାତ୍ରା କରାଯାଇଛି। ସକାଳୁ ରୀତିନୀତି ଅନୁଯାୟୀ ପୂଜକ ମଙ୍ଗଳ ଆଳତି କରିବା ପରେ ଖେଚୁଡ଼ି ଭୋଗ ଲାଗି କରିଥିଲେ। ସେବାୟତଙ୍କ ଦ୍ୱାରା ଶ୍ରୀଜୀଉଙ୍କୁ ସୁସଜିତ କରିଥିଲେ। ପୁରହିତ ନରସିଂହ ତ୍ରିପାଠୀଙ୍କ ଦ୍ଵାରା ରଥ ପ୍ରତିଷ୍ଠା କରାଯାଇଥିଲା।  ସେବାୟତମାନେ ନିୟମ ଅନୁଯାୟୀ କମ ସଂଖ୍ୟାରେ ଉପସ୍ଥିତରେ ତିନି ଠାକୁରଙ୍କୁ ପହଣ୍ଡି କରି ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରକୁ ନେଇଥିଲେ। ସେହିଠାରେ ୯ ଦିନ ଧରି ରହିବା ପରେ ପୁଣି ଶ୍ରୀମନ୍ଦିରକୁ ଫେରିବେ ବୋଲି ମନ୍ଦିର କମିଟି ତରଫରୁ କହିଛନ୍ତି। କରୋନାକୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ମନ୍ଦିର ପାଖରରେ୧୪୪ ଧାରା ଜାରି କରାଯାଇଛି। ସେବାୟତ,ଗୌଡ଼, କୁମ୍ଭାର, ମନ୍ଦିର ପରିଚାଳନା କମିଟିର ସଦସ୍ୟ, ସମେତ ତହସିଲଦାର ଦେବାଶିଷ କର ମାଜିଷ୍ଟ୍ରେଟ ଦାୟିତ୍ୱ ରେଉପସ୍ଥିତ ରହିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ଉପସ୍ଥିତ ରହିଥିଲେ।

Comments are closed.