ସଅଳ ଗଡ଼ିଲା ବାହୁଡା ରଥ

0

ପୁରୀ : ପ୍ରତିକୂଳ ପାଗ ଯୋଗୁଁ ଏଥର ସଅଳ ନୀତିକାନ୍ତି ସହିତ ବାହୁଡା ରଥ ଟଣା ଆରମ୍ଭ ହୋଇଛି। ଦିନ ସାଢ଼େ ଗୋଟାଏ ପୂର୍ବରୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ଆରମ୍ଭ ହୋଇଛି। ନିର୍ଦ୍ଧାରିିତ ସମୟର ଯଥେଷ୍ଟ ପୂର୍ବରୁ ଶ୍ରଦ୍ଧାଳୁ ଓ ଭକ୍ତମାନେ  ରଥ ଟାଣିଛନ୍ତି ।  ଲଗାଣ ବର୍ଷା ଓ ଶନିବାରର ଜଳାର୍ଣ୍ଣବ ଅବସ୍ଥା ସତ୍ବେ ରବିବାର ପୂରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିିଳିଥିଲା। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୁରୁଖୁରୁରେ ବାହୁଡା ଯାତ୍ରା ଅନୁଷ୍ଠିତ ହେଉଛି।

ରବିବାର ସକାଳୁ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା, ବେଶଶେଷ,ଗୋପାଳବଲ୍ଲଭ, ସକାଳଧୂପ, ସେନାପଟାଲାଗି, ମଙ୍ଗଳାର୍ପଣ ପରେ ବାହୁଡା ପହଣ୍ଡି ଆରମ୍ଭ ହୋଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ସଅଳ ସଅଳ ଆସି ଛେରାପହଁରା କରିଥିଲେ। ଏହାପରେ ଚାରମାଳ ଫିଟା ଯାଇ ଘୋଡ଼ା ଓ ସାରଥୀ ଲାଗି ହୋଇଥିଲେ ପରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରାୟ ଗୋଟାଏ ୨୫ ସୁଦ୍ଧା ସର୍ବ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ଆରମ୍ଭ ହୋଇଥିଲା।

Leave A Reply