ଓଡ଼ିଶାରେ ୧୨.୩୩% ଗ୍ରାମୀଣ ବାସଗୃହକୁ ମିଳୁଛି ପାଇପ ପାଣି : ରତନଲାଲ କଟାରିଆ

ନୂଆଦିଲ୍ଲୀ : ୧୪ ସେପ୍ଟେମ୍ବର ୨୦୨୦ ସୁଦ୍ଧା ରାଜ୍ୟର ୧୨.୩୩ ପ୍ରତିଶତ ଗ୍ରାମୀଣ ବାସଗୃହକୁ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯାଇଛି ବୋଲି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନଲାଲ କଟାରିଆ ଲୋକସଭାରେ ଜଣାଇଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ କଟାରିଆ କହିଛନ୍ତି ଯେ ଗତ ଅପ୍ରେଲ ୨୦୧୯ରେ ଓଡ଼ିଶାର ୩.୭୪ ପ୍ରତିଶତ ଗ୍ରାମୀଣ ବାସଗୃହକୁ ପାଇପ ଯୋଗେ ପାଣି ମିଳୁଥିଲା। ଜଳ ଜୀବନ ମିଶନ-ହର ଘର ଜଳ ଯୋଜନାରେ ୩ଲକ୍ଷ ୬୦ହଜାର କୋଟି ବ୍ୟୟରେ ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ କଟାରିଆ ଜଣାଇଛନ୍ତି।

Comments are closed.