କୁକୁର ସହ ଦୀପାବଳି ପାଳିଲେ ରତନ ଟାଟା

କେବଳ ଭାରତ ନୁହେଁ, ବିଶ୍ବସ୍ତରରେ ଜଣେ ନାମୀ ଶିଳ୍ପପତି ଭାବେ ରତନ ଟାଟା ଜଣାଯାନ୍ତି। ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍ ୮୨ ବର୍ଷୀୟ ରତନ ଟାଟା, ତାଙ୍କ ଅମାୟିକ ବ୍ୟବହାର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଧନୀ ତଥା ସଫଳ ବ୍ୟକ୍ତିଙ୍କ ତାଲିକାରେ ଥିବା ରତନ ସାହେବ କିନ୍ତୁ ସାଧାରଣ ଜୀବନଯାପନ କରୁଥିବାର ତାଙ୍କ ସହକର୍ମୀଙ୍କ ମତ। ଇନଷ୍ଟାଗ୍ରାମ୍ ପରି ସୋସିଆଲ୍‌ ସାଇଟ୍‌ରେ ସକ୍ରିୟ ରହୁଥିବା ରତନ ଟାଟା ନିକଟରେ ନିଜ ନିଆରା ଦୀପାବଳି ଆସର ସମ୍ପର୍କିତ ତଥ୍ୟ ଉଲ୍ଲେଖ କରି ଫଟୋ ଅପଲୋଡ କରିବାକୁ ଭୁଲିନାହାନ୍ତି। କୋଭିଡ୍ କଟକଣାକୁ ସସମ୍ମାନ ପାଳିବା ସହ ଏଥରକ ବନ୍ଧୁବାନ୍ଧବଙ୍କ ଗହଳି ତାଙ୍କ ଘରେ ହୋଇପାରିନାହିଁ। ମୁମ୍ବଇସ୍ଥିତ ତାଙ୍କ ମୁଖ୍ୟ କାର୍ୟ୍ୟାଳୟ ‘ବମ୍ବେ ହାଉସ୍‌’ରେ ପୋଷା କୁକୁର ‘ଗୋଆ’ ସହ ଦୀପାବଳି ପାଳିଥିବାର ରତନ ସାହେବ ଉଲ୍ଲେଖ କରିଛନ୍ତି।

ରତନ ସାହେବଙ୍କ ଜନୈକ ପ୍ରଶଂସକ ସେଇ ମତାମତରେ କୁକୁର ନାମ ‘ଗୋଆ’ କିପରି ରଖାଯାଇଛି ବୋଲି ପଚାରିଥିବାବେଳେ ସୁନ୍ଦର ଭାବେ ସାହେବ ଏହାର ଉତ୍ତର ଦେଇଛନ୍ତି। କିଛିଦିନ ତଳେ ଜନୈକ ସହକର୍ମୀଙ୍କ ସହ ସେ ଗୋଆ ଯାଇଥିଲେ। ସେଠାରୁ ବାହାରିବା ସମୟରେ ଏଇ କୁକୁରଟି ତାଙ୍କ ଗାଡ଼ିିରେ ଆସି ବସିଲା। ରତନ ସାହେବ ମଧ୍ୟ କୁକୁରକୁ ସାଥିରେ ମୁମ୍ବଇ ନେଇଆସିଥିଲେ। ଗୋଆରୁ ଆସିଥିବା କାରଣରୁ କୁକୁରର ନାମ ଶ୍ରଦ୍ଧାରେ ‘ଗୋଆ’ ରଖାଯାଇଛି। ଦୀପାବଳି ଏଇ ପୋଷାକୁକୁରଙ୍କ ସହ ପାଳନ କରିଥିବାର ମତ ଦେଇଛନ୍ତି ରତନ ଟାଟା।

Comments are closed.