ଗୃହିଣୀଙ୍କ ନିମନ୍ତେ ଟିପ୍ସ

ଗୃହିଣୀମାନେ ରୋଷେଇ କଲାବେଳେ ଯେପରି ସତର୍କତା ଅବଲମ୍ବନ କରିବା ଉଚିତ୍, ଠିକ୍ ସେହିପରି ବାସନକୁସନକୁ ମଧ୍ୟ ପରିଷ୍କାର ରଖିବାରେ ସେତିକି ଯତ୍ନବାନ୍ ହେବା ଉଚିତ୍। ବିଭିନ୍ନ ପ୍ରକାର ବାସନକୁସନ ମଧ୍ୟରୁ ଆମେ ଚାମଚର ବ୍ୟବହାର ଅଧିକ ମାତ୍ରାରେ କରିଥାଉ। ଭୋଜନ କରିବା ସମୟରେ ସାଧା ଚାମଚ ଓ କଣ୍ଟା ଚାମଚର ଅନେକ ସମୟରେ ଆବଶ୍ୟକତା ପଡ଼ିଥାଏ। ଏସବୁ ଚାମଚ ପରିଷ୍କାର ରଖିବା ମଧ୍ୟ ବେଶ୍ ଜରୁରୀ।

କେବଳ ପାଣିରେ ଏସବୁ ଚାମଚକୁ ନ ଧୋଇ ବରଂ ଗରମ ପାଣିରେ ଧୋଇବା ଭଲ। ଲିକ୍ବିଡ୍ ବାସନମଜା ବ୍ୟବହାର କରି କଣ୍ଟା ଚାମଚ ନିୟମିତ ଭାବେ ପରିଷ୍କାର କରନ୍ତୁ।

ଚାମଚରେ କୌଣସି ଦାଗ ଲାଗିଥିଲେ, ବେକିଂ ସୋଡା ଓ ପାଣିର ଘୋଳ କରି ଚାମଚରେ ଲଗାଇ କିଛି ସମୟ ଛାଡ଼ି ପରିଷ୍କାର ପାଣିରେ ଧୋଇନେବେ। ଦାଗ ଶୀଘ୍ର ଚାଲିଯିବ।

ଚାମଚରେ ଜଙ୍କ୍ ଦାଗ ଲାଗିଥିଲେ ଭିନେଗାରରେ ଚାମଚ ୭-୧୦ ମିନିଟ୍ ବୁଡାଇ ରଖନ୍ତୁ। ପରେ ଚାମଚକୁ ବାହାର କରି ସଫା କପଡ଼ାରେ ଭଲଭାବେ  ପୋଛିଲେ ଦାଗ ଚାଲିଯାଏ।

ଚାମଚରେ ଅପରିଷ୍କାର ଜମି ରହୁଥିଲେ, ବ୍ରଶ୍‌ ସହାୟତାରେ ମଧ୍ୟ ଆପଣ ସେସବୁ ସଫା କରିପାରିବେ।

Comments are closed.