କ୍ଷୀର୍‍ ସାଗର

0

ଆବଶ୍ୟକ ସାମଗ୍ରୀ
ଛେନା – ୩୦୦ ଗ୍ରାମ
ଚିନି – ୧ କପ
ଛେଚା ଗୁଜୁରାତି – ୪ରୁ ୫ ଟି
ପାଣି – ୩ ରୁ୪ କପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଛେନାରୁ ପାଣି କାଢିବା ନିମନ୍ତେ ଏହାକୁ କନାରେ ବାନ୍ଧି ଭଲ ଭାବେ ଚିପୁଡ଼ି ଦିଅନ୍ତୁ। ଏହା ପରେ ଏହାକୁ ପେଷି ଦିଅନ୍ତୁ। ଏହାକୁ ଏକ ପାତ୍ରରେ କାଢି ଗୁଜୁରାତି ଛେଚା ପକାଇ ସାମାନ୍ୟ ଦଳି ହାତରେ ବଲ୍‍ ଆକୃତିର କରି ରଖନ୍ତୁ। ଏହା ପରେ ଗ୍ୟାସ ଲଗାଇ କୁକର ବସାନ୍ତୁ ସେଥିରେ ୩ ରୁ ୪ କପ ପାଣି ଦିଅନ୍ତୁ। ପାଣି ଅଳ୍ପ ଗରମ ହେବା ପରେ ସେଥିରେ ଚିନି ପକାଇ ସିରା ପ୍ରସ୍ତୁତ କରନ୍ତୁ। ଏବେ ଏହି ସିରାରେ ପୂର୍ବ ପ୍ରସ୍ତୁତ ବଲ୍‍ କରି ରଖିଥିବା ଛେନାକୁ ପକାନ୍ତୁ।କୁକରର ସିଟି କାଢି ଏହାକୁ ୮ ରୁ ୧୨ ମିନିଟ ଗ୍ୟାସରେ ବସାଇ କାଢି ଦିଅନ୍ତୁ। ଏହା ପରେ ଏକ ପାତ୍ରରେ ରଖି ଥଣ୍ଡା କରିବା ନିମନ୍ତେ ଫ୍ରିଜରେ ରଖନ୍ତୁ। କିଛି ସମୟ ପରେ କାଢି ଖାଆନ୍ତୁ ଓ ମଜା ନିଅନ୍ତୁ।

Leave A Reply