ଶନିବାର ରାଶିଫଳ – ୨୧ ନଭେମ୍ବର ୨୦୨୦

ମେଷ: ଶ୍ରମ ସାର୍ଥକ ହେବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।
ବୃଷ: ଉପୁଜିଥିବା ଅସୁବିଧାର ସୁଧାର ଆସି ପାରେ। କର୍ମଚଞ୍ଚଳ ରହିବେ। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରବଚନ ଶୁଣିବେ।
ମିଥୁନ: ଯାହା ଚାହିଁବେ ତାହା କରିପାରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପର ସ୍ତ୍ରୀକୁ ମାତୃବତ୍‍ ସମ୍ମାନ ନ ଦେଲେ ଅସୁବିଧାରେ ପଡ଼ିପାରନ୍ତି। ସ୍ୱାଭିମାନୀ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବେ।
କର୍କଟ: ଦୂରଯାତ୍ରା ଫଳଦାୟକ ହେବ। ଲୋଭଗ୍ରସ୍ତ ହୋଇପାରନ୍ତି। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ମିଷ୍ଟାନ୍ନ ମିଳିବ। ଦାମ୍ପତ୍ୟ ସୁଖ ମିଳିବ।
ସିଂହ: ମିତ୍ର ଲାଭ ହୋଇପାରେ। ବନ୍ଧୁଙ୍କ ସହାୟତା ମିଳିବ। ଶତ୍ରୁକୁ ପରାଜିତ କରିପାରନ୍ତି। ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଉତ୍‍ଫୁଲ୍ଲିତ ହେବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିପାରନ୍ତି।
କନ୍ୟା: ପଠନ, ଲିଖନ ଉପରେ ଧ୍ୟାନ ଦେଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଉତ୍‍ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥାଗମର ସୂଚନା ମିଳୁଛି। ଉଚ୍ଚାଭିଳାଷୀ ହେବେ। ସୁ ଲେଖକ ହେବେ।
ତୁଳା: ପରିଶ୍ରମର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଶ୍ରେଷ୍ଠ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ବିଭିନ୍ନ ଶାସ୍ତ୍ର ଅଧ୍ୟୟନରେ ରତ ହୋଇପାରନ୍ତି। ଧନୀକ ହେବେ। ସତ୍‍ପଥଗାମୀ ହେବେ।
ବିଛା: ସମ୍ମାନିତ ହେବେ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହୋଇଛି। ଦେବ ଦର୍ଶନର ସୁଯୋଗ ଅଛି। ଅଶାନ୍ତି ଉପସମ ହେବ। ସରକାରୀ ସ୍ତରରୁ ଲାଭବାନ୍‍ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ।
ଧନୁ: ସମସ୍ୟା ଜଡ଼ିତ ହୋଇପାରନ୍ତି। କାର୍ଯ୍ୟ ହାସଲ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଧନାଗମ ହେବ। ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି। ନାନାବିଧ ସମ୍ମାନର ଅଧିକାରୀ ହେବେ। କୀର୍ତ୍ତିମାନ୍‍ ହେବେ। ଗୁଣଜ୍ଞ ହେବେ। ମନ ପ୍ରସନ୍ନ ରହିବ।
ମକର: ଆୟ ଯଥେଷ୍ଟ ପରିମାଣର ହୋଇପାରେ। ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
କୁମ୍ଭ: ସଙ୍ଗ ମେଳରେ ଆନନ୍ଦ ଅନୁଭବ କରିପାରନ୍ତି। ପରୋପକାରୀ ହେବେ। ସରକାରୀ ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ବୁଦ୍ଧିମାନର କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ।
ମୀନ: ଗୃହ ସମସ୍ୟା ଆପଣଙ୍କୁ ବ୍ୟତିବ୍ୟସ୍ତ କରିପାରେ। ସଞ୍ଚାୟାଭିମୁଖୀ ହେବେ। ବିତ୍ତବାନ୍‍ ହୋଇପାରନ୍ତି। ନାନା ବିଦ୍ୟାରେ ଅଳଙ୍କୃତ ହେବେ। ରଣାଙ୍ଗନରେ ଦକ୍ଷତା ପ୍ରଦର୍ଶନ କରିପାରନ୍ତି। ଲୋକପ୍ରିୟ ହେବେ।

Comments are closed.