ଆଜିର ରାଶିଫଳ (୧୨/୦୧/୨୦୨୨)

ମେଷ: ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। ପ୍ରସାରିତ ଗୁଣରେ ବହୁ ଯୁବକ ଉପକୃତ ହେବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ। ପ୍ରୀତିଭୋଜନ ମିଳିବ। ଚିନ୍ତା-ଚେତନାର ପ୍ରତୀକ ହେବେ।

ବୃଷ: ଆୟଠାରୁ ବ୍ୟୟ ଅଧିକ ହୋଇପାରେ। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବେ। କ୍ରୋଧହୀନ ହେବେ।

ମିଥୁନ: ସୁବିମଳ ଯଶର ଅଧିକାରୀ ହୋଇପାରନ୍ତି। ଆୟ ଅାଶାନୁରୂପ ହେବ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଅକ୍ଷୟ କୀର୍ତ୍ତି ଅର୍ଜନ କରିବେ। ସଦ୍‌ଗୁଣ ସମ୍ପନ୍ନ ହେବେ।

କର୍କଟ: ସରକାରଙ୍କ କୃପାପାତ୍ର ହେବେ। ଦୟାର୍ଦ୍ରଚିତ୍ତ ହେବେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ବହୁବିଧ ଧନର ଅଧିକାରୀ ହେବେ। ପୁଣ୍ୟକର୍ମା ଓ ପ୍ରତିଷ୍ଠିତ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

ସିଂହ: ସମସ୍ତ କଳ୍ମଷ ନାଶଯାଇ ଭାଗ୍ୟଶାଳୀ ହେବେ। ବିତ୍ତବାନ୍‌ ହେବେ। ନାରୀ କଲ୍ୟାଣର ଅଗ୍ରଦୂତ ହେବେ। ପୁଣ୍ୟକର୍ମା ହୋଇପାରନ୍ତି। ସୁବିମଳ ଯଶର ଅଧିକାରୀ ହେବେ। ପତ୍ନୀ ପୁଣ୍ୟପ୍ରଭା ହେବେ।

କନ୍ୟା: ଭ୍ରାତୃଭାବ ଅତୁଟ ରହିବ। ଧୈର୍ଯ୍ୟବାନ୍‌ ହେବେ। ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ। ଧନଭୋଗ ସହ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ ହୋଇପାରନ୍ତି। ଶାଶ୍ବତ ସତ୍ୟର ସନ୍ଧାନ ପାଇବେ।

ତୁଳା: ପୁଣ୍ୟପ୍ରଭା ପତ୍ନୀଙ୍କ ଉପଦେଶ ଗ୍ରହଣଯୋଗ୍ୟ ହେବ। ପରୋପକାରରେ ନିଜକୁ ନିୟୋଜିତ କରିପାରନ୍ତି। ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ବର୍ଣ୍ଣାଦି ଲାଭ ହୋଇପାରେ।

ବିଛା: ଶତ୍ରୁ ଦମନ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପଦକ୍ଷେପ ପ୍ରଶଂସନୀୟ ହେବ। ଗୁଣର ପ୍ରସାର ଘଟାଇ ନିନ୍ଦୁକମାନଙ୍କ ମୁହଁ ବନ୍ଦ କରିପାରନ୍ତି। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ।

ଧନୁ: ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହେବେ। ଧନ ଅର୍ଜନ କରିବାରେ ସକ୍ଷମ ହେବେ। ସନ୍ତୋଷ ମିଳିବ।

ମକର: ଯାନବାହନ ସୁଖ ମିଳିବ। ପରିଶ୍ରମ ଯେତେ କଠିନ ହେଉନା କାହିଁକି ତା’ର ମୂଲ୍ୟ ମିଳିବ। ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହୋଇପାରନ୍ତି।

କୁମ୍ଭ: ସକଳ ଗୁଣର ଅଧିକାରୀ ହୋଇପାରନ୍ତି। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଦିନଟି ଶିବମୟ ହେବେ। ଓଁର ଚିରନ୍ତନ ମନନରେ ବ୍ରତୀ ହୋଇପାରନ୍ତି।

ମୀନ: ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ମତିମାନ୍‌ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ। କେବଳ ପରିଧାନ ନୁହେଁ, କର୍ମଦ୍ବାରା ପରିଚିତ ହେବେ। ସହିଷ୍ଣୁ ହେବେ।

 

Comments are closed.