ଗୁରୁବାର ରାଶିଫଳ(୧୫ ଅକ୍ଟୋବର ୨୦୨୦)

ମେଷ: ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧା ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ।
ବୃଷ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ତନ୍ତ୍ର ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ଭଲରେ ଚାଲିବ।
ମିଥୁନ: ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କ୍ଷେତ ଉପରେ ଗୁରୁତ୍ବ ଦେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ। ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ମଧୁର ଭାଷୀ ହୋଇପାରନ୍ତି। ଧାର୍ମିକ ଓ ବନ୍ଧୁ ପ୍ରେମୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ସାହସୀ ହେବେ।
ସିଂହ: ଆଶାବାଦୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାବାନ୍‌, ଗୁଣୀ ଓ ଚତୁର ହେବେ। ମିତ୍ର ସୁଖ ମିଳିବ। ଧନାଗମ ହେବାର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସମ୍ମାନ ମିଳିବ।
କନ୍ୟା: ଶୁଭ ଚିନ୍ତକମାନଙ୍କ ପାଖକୁ ମନ ଟାଣି ହୋଇପାରେ। ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ।
ତୁଳା: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ନିରୋଳାରେ ସମୟ ବିତାଇବାକୁ ଇଚ୍ଛା କରିବେ। ମଧୁରଭାଷୀ ହେବେ। ପରକୁ ଆପଣାର କରିପାରନ୍ତି। ଗୁପ୍ତବିଦ୍ୟାରେ ରୁଚି ରହିବ। ସାହସୀ ଓ ଜ୍ଞାନୀ ହେବେ।
ବିଛା: ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାର ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭର ସୁଯୋଗ ଅଛି।
ଧନୁ: ଚଞ୍ଚଳ ଚେଷ୍ଟିତ ହେବେ। କୁଳ ପ୍ରଦୀପ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ।
ମକର: ସେବା ମନୋଭାବର ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ପାଇବ। ସ୍ବାଭିମାନୀ ହୋଇପାରନ୍ତି। ବିରୋଧକୁ ଏଡ଼ାଇ କାର୍ଯ୍ୟରେ ଅଗ୍ରଗାମୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ମୀନ: ବନ୍ଧୁ ସହାୟତା ପାଇ ଅସାଧ୍ୟ ସାଧନ କରିବାରେ ପାରଙ୍ଗମ ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହେବେ। ଶାନ୍ତି ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହୋଇପାରନ୍ତି।

Comments are closed.