ଗୁରୁବାର ରାଶିଫଳ(୧ ଅକ୍ଟୋବର ୨୦୨୦)

ମେଷ: ଅର୍ଥ ପ୍ରାପ୍ତି ପାଇଁ ଉଦ୍ୟମ ଜାରୀ ରଖିବେ; ମାତ୍ର ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିପାରନ୍ତି। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରୁଥିବାବେଳେ କିଛି ମଧୁର ବାକ୍ୟରେ ପରକୁ ନିଜର କରିବେ।
ବୃଷ: କର୍ମକ୍ଷେତ୍ରରେ ରୋଜଗାରକ୍ଷମ ହେବେ। ଆୟ ଆଶାନୁରୂପ ହେବ। ସୁସମ୍ବାଦ ଶୁଣି ଉତ୍‍ଫୁଲ୍ଲିିତ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ଅର୍ଥ ମିଳିପାରେ।
ମିଥୁନ: ଧର୍ମ ମାର୍ଗରେ ଥିବାରୁ ବିବାଦରେ ବିଜୟୀ ହେବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ କରଣୀୟ। ସରକାରଙ୍କ କୃପାପାତ୍ର ହେବେ।
କର୍କଟ: ଅଭୀଷ୍ଟ ସିଦ୍ଧି ହେବ। ସେବା-ପୂଜାରେ ନିମଗ୍ନ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ପାଇବେ। କ୍ଷମତାର ଅଭିବୃଦ୍ଧି ଘଟାଇ; ତା’ର ସଦ୍‍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ପ୍ରବଚନର ଶ୍ରୋତା ହେବେ।
ସିଂହ: ଗୁରୁପୂଜା କରି ଭକ୍ତି ବର ପାଇପାରନ୍ତି। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ଶିଳ୍ପୋଦ୍ୟୋଗୀ ହେବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବା ଭଲ। ଅଷ୍ଟମଚନ୍ଦ୍ର ଭୋଗହେତୁ ସତର୍କ ରହିବେ।
କନ୍ୟା: ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ମିଷ୍ଟାନ୍ନ ଭୋଜନ ମିଳିବ। ସପତ୍ନୀକ ଆନନ୍ଦ ଉପଭୋଗ କରିବେ।
ତୁଳା: ଆଘାତପ୍ରାପ୍ତ ହେଲେ ବି ଶତ୍ରୁ ଉପରେ ବିଜୟ ହାସଲ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣପରିଶୋଧ କରିବେ।
ବିଛା: ଅଧ୍ୟାପନା ପାଇଁ ଅଧ୍ୟୟନରତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ସୁସମ୍ବାଦ ପାଇ ଖୁସି ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ।
ଧନୁ: ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଗୃହ ପରିବେଶ ଉତ୍ତମମାନର ହେବ। ବୁଦ୍ଧିମାନ୍‍ ହେବେ। ଯାନବାହନ ସୁଖ ମିଳିବ। ଧନ ସହିତ ସରକାରୀ ମାନ୍ୟତା ମିଳିବ।
ମକର: ଶ୍ରମ ସାର୍ଥକ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ସ୍ୱଚ୍ଛ ଓ ନିର୍ମଳ ରହିଛି। ଦିଅ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତିର ମାତ୍ରା ହ୍ରାସ ହେବ। ସରକାରୀ ସ୍ତରରୁ ଲାଭବାନ୍‍ ହୋଇପାରନ୍ତି।
କୁମ୍ଭ: ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଶକ୍ତି ବାହାରେ ଅଧିକ କାର୍ଯ୍ୟ କରିବା ପାଇଁ ଆଗ୍ରହୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ହାତକୁ ଧନ ଆସିବ। ରାଜସମ୍ମାନ ମିଳିପାରେ। ଉଦ୍ୟମରେ ସଫଳତା ମିଳିବ।
ମୀନ: ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆବନ୍ଧୁ ଜୁଟିବେ।

Comments are closed.