ଗୁରୁବାର ରାଶିଫଳ(୧୭ ସେପ୍ଟେମ୍ବର ୨୦୨୦)

ମେଷ: ଅଶ୍ୱିନୀ ଓ କୃତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି କ୍ରୋଧ ସମ୍ଭରଣ କଲେ ଲୋକାଦ୍ରୁତ ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ସଫଳତା ପାଇଁ ଅପେକ୍ଷାରତ ହେବେ। ମିତ୍ର, ଗ୍ରାମ, ଯାନବାହନ ଆଦିରୁ ସୁଖ ମିଳିବ।
ବୃଷ: ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଅନର୍ଥ ଦେଖା ଦେଲେ ବି ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। କୃଷି କ୍ଷେତକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି। ଧନାଗମ ହେବ। ଯାନବାହନ ସୁଖ ମିଳିବ।
ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ପରଧନରେ ଧନୀ ହୋଇପାରନ୍ତି। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବାର ଉଦ୍ୟମ ଜାରି ରହିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ମୃଗଶିରା ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଲାଭ।
କର୍କଟ: ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ସୁଖର ଅଧିକାରୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। କର୍ତ୍ତବ୍ୟନିଷ୍ଠ ହେବେ। ନୀତିରୁ ବିଚ୍ୟୁତ ହେବେ ନାହିଁ। ତ୍ୟାଗଶୀଳ ମନୋବୃତ୍ତିର ହେବେ। ପୁନର୍ବସୁ ଓ ଅଶ୍ଳେଷାର ସାମାନ୍ୟ ଫଳ।
ସିଂହ: ମଘା ଓ ଉତ୍ତରା ଫାଲଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଆଶାବାଦୀ ହେବେ। ପାରିବାରିକ ଶାନ୍ତି ମିଳିବ। ସମ୍ମାନିତ ହେବେ। ଗଠନମୂଳକ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି। ପଦୋନ୍ନତି ମିଳିପାରେ। ପୂର୍ବା ଫାଲଗୁନୀର ସାମାନ୍ୟ ଫଳ।
କନ୍ୟା: ଉତ୍ତରା ଫାଲ୍‍ଗୁନୀ ଓ ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ସୁଖ ପ୍ରାପ୍ତ ହେବେ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ଚିନ୍ତାଧାରା ଉନ୍ନତମାନର ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚିତ୍ରା ନକ୍ଷତ୍ର ବ୍ୟକ୍ତିଙ୍କ ସାମାନ୍ୟ ଶୁଭଫଳ।
ତୁଳା: ସ୍ୱାତି ନକ୍ଷତ୍ର ଜାତ ବ୍ୟକ୍ତିଙ୍କ କାର୍ଯ୍ୟଶୈଳୀ ମନ୍ଥର ଗତିରେ ଚାଲିଲେ ବି ବହୁ ଶୁଭଫଳ ଆଶା କରାଯାଏ। ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ। ବ୍ୟବସାୟ ଲାଭଜନକ ହେବ। ଚିତ୍ରା ଓ ବିଶାଖାର ସାମାନ୍ୟ ଶୁଭ।
ବିଛା: ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୂଚନା ମିଳୁଛି। ପରିଶ୍ରମର ମୂଲ୍ୟାଙ୍କନ ହେବ। ଚେଷ୍ଟା ଫଳବତୀ ହେବ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭ।
ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚିବାର ସୂଚନା ମିଳୁଛି। ସପରିବାର ଆନନ୍ଦ ଉତ୍ସବରେ ସମୟ ବିତାଇ ପାରନ୍ତି। ସରକାରୀ କୃପା ମିଳିପାରେ। ପୂର୍ବାଷାଢ଼ାର ସାମାନ୍ୟ ଶୁଭ।
ମକର: ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ଓ ଉତ୍ତରାଷାଢ଼ାର ନିର୍ଭରଶୀଳ ନ ହୋଇ ନିଜେ ବିବେକାନୁମୋଦିତ କାର୍ଯ୍ୟ କରିପାରନ୍ତି। ସ୍ୱାଭିମାନୀ ହେବେ। ସାମାନ୍ୟ ଅଙ୍ଗ ପୀଡ଼ା ଅନୁଭବ କରିପାରନ୍ତି। ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ।
କୁମ୍ଭ: ଶତଭିଷା ନକ୍ଷତ୍ର ଜାତ ବ୍ୟକ୍ତି କର୍ମବୀର ହେବେ। ବନ୍ଧୁ ମିଳନରେ ଆଶାର ସଞ୍ଚାର ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ବ୍ୟବସାୟ ଲାଭଜନକ ହେବ। ଦୟାଳୁ ସ୍ୱଭାବର ହେବେ। ଧନିଷ୍ଠା ଓ ପୂର୍ବଭାଦ୍ରର ସାମାନ୍ୟ ଶୁଭ।
ମୀନ: ଉତ୍ତର ଭାଦ୍ର ନକ୍ଷତ୍ରର ବନ୍ଧୁ ମିଳନ ଘଟିପାରେ। ସୁସ୍ଥ ଓ ନିରାମୟ ରହିବେ। ବଳଶାଳୀ ହେବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ମାନସିକ ସ୍ତରରେ ଶାନ୍ତି ମିଳିବ। ପର୍ବୂଭାଦ୍ର ଓ ରେବତୀର ସାମାନ୍ୟ ଶୁଭ।

Comments are closed.