ଗୁରୁବାର ରାଶିଫଳ(୧୪- ୫-୨୦୨୦)

ମେଷ: କୁଳ ପ୍ରଦୀପ ହୋଇପାରନ୍ତି। ଜଣେ ସମ୍ମାନିତ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।
ବୃଷ: ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହୋଇପାରନ୍ତିି। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: କାର୍ଯ୍ୟରେ ସଫଳତା ଲାଭ କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରା ମନା।
କର୍କଟ: ନିଜ ଶକ୍ତି ବଳରେ କାର୍ଯ୍ୟ କରି ଚାଲିବେ। ବନ୍ଧୁ ସହାୟତା ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ। ଜଣେ ସମାଜସେବୀ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀ ପରାମର୍ଶଦାତା ହେବେ।
ସିଂହ: ସାନଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଅବଶିଷ୍ଟ ଶାରୀରିକ ସୁସ୍ଥତା ଅନୁଭବ କରିପାରନ୍ତି। ଶାରୀରିକ ଶକ୍ତି ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବେ।
କନ୍ୟା: କ୍ରୋଧ ସମ୍ବରଣରେ ବହୁଶୁଭଫଳ ପାଇପାରନ୍ତି। ଖୁବ୍‍ ଶୀଘ୍ର ଆଗକୁ ବଢ଼ିବାକୁ ଉଦ୍ୟମ ଜାରି ରଖିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ।
ତୁଳା: ଉଦାର ସ୍ୱଭାବର ହୋଇପାରନ୍ତି। ଦାନ ଧର୍ମ ଉପରେ ଗୁରୁତ୍ୱ ଦେବେ। ବ୍ୟକ୍ତିତ୍ୱର ବିକାଶ ଘଟାଇ ପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ। ବୁଦ୍ଧିମାନ୍‍ ଓ କୀର୍ତ୍ତିମାନ୍‍ ହେବେ।
ବିଛା: ମନ ପ୍ରସନ୍ନ ରହିବ। ଆସ୍ତିକ ପ୍ରକୃତିର ହେବେ। ମଧୁରଭାଷୀ, ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ପାଇବେ। ପୂଜାର୍ଚ୍ଚନାରେ ମନ ଦେବେ। ଧାର୍ମିକ, ବନ୍ଧୁ ପ୍ରେମୀ ଓ ବିଦ୍ୱାନ୍‍ ହୋଇପାରନ୍ତି।
ଧନୁ: ମନ ପ୍ରଫୁଲ୍ଲ ରହିବ। ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ହେବେ। ଉଦାର ସ୍ୱଭାବ ଓ ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ଲାଭ କରିବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ସାମାଜିକ ସ୍ତରରେ ଆଦରଣୀୟ ହେବେ।
ମକର: କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇ ପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ।
କୁମ୍ଭ: ବିଭିନ୍ନ ସ୍ତରରେ ସମ୍ମାନିତ ହେବା ଆଶା କରାଯାଏ। ଚଞ୍ଚଳମନା ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବେ। ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି।
ମୀନ: ସୁଖ-ସନ୍ତୋଷ ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳମନା ହେବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ସନ୍ତାନମାନେ ଗୁଣବାନ ହେବେ।

Comments are closed.