ବୁଧବାର ରାଶିଫଳ (୨୦/୧୦/୨୦୨୧)

ମେଷ: ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଶତ୍ରୁମାନେ ଅନିଷ୍ଟ ଘଟାଇବାକୁ ଉଦ୍ୟମ କରିପାରନ୍ତି। ପ୍ରସନ୍ନମୂର୍ତ୍ତି ଓ ରାଜସମ୍ମାନଯୁକ୍ତ ହେବେ। ଗର୍ବୀ ଓ ଶଙ୍କାହୀନ ହୋଇପାରନ୍ତି।
ବୃଷ: ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଜୀବନ ଶୃଙ୍ଖଳିତ ହେବ। ବ୍ୟବସାୟ ଲାଭଜନକ ହେବ। ସୁସ୍ଥ ଓ ନିରାମୟ ରହିବେ। କାର୍ୟ୍ୟରେ ସଫଳତା ମିଳିବ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସମ୍ମାନ ବୃଦ୍ଧି ହେବ।
ମିଥୁନ: କର୍ତ୍ତବ୍ୟ ପାଳନରେ ନିଷ୍ଠା ରହିବ। ସେବା କାର୍ୟ୍ୟରେ ଆଗେଇବେ। ଦୂରଯାତ୍ରା ଶୁଭଦାୟକ ହେବ। ମନରେ ଉଦ୍‌ବେଗ ଜାତ ହୋଇପାରେ। ଆୟ ଊଣା ହେବନାହିଁ। ଚାକିରିରେ ସମ୍ମାନିତ ହେବେ।
କର୍କଟ:  କୌଶଳରେ କାର୍ୟ୍ୟ ହାସଲ କରିପାରନ୍ତି। ଲୋକସମ୍ପର୍କ ବୃଦ୍ଧି ହେବ। ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧିର ସୂଚନା ମିଳୁଛି। ଚାକିରି କ୍ଷେତ୍ରରେ ପ୍ରିୟତା ଅର୍ଜନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ସିଂହ: ସାମାନ୍ୟ ଶାରୀରିକ କ୍ଲେଶ ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବେ। ଅପରାହ୍ଣରୁ ଆନନ୍ଦ ଉପଭୋଗ କରିବେ। ବ୍ୟବସାୟ ଲାଭଜନକ ହେବ। ମନ ପ୍ରସନ୍ନ ରହିବ ଓ ଦାମ୍ପତ୍ୟ ସୁଖ ମିଳିବ।
କନ୍ୟା: ସୁଖ-ସନ୍ତୋଷ ଲାଭ କରିପାରନ୍ତି। କାର୍ୟ୍ୟରେ ଆଗେଇବେ। ସୁସ୍ଥ ଓ ନିରାମୟ ରହିବେ। ବିଭିନ୍ନ ଦିଗରୁ ଆୟ ଆସିବ। ଚାକିରି କ୍ଷେତ୍ରରେ ଆଦର ସମ୍ମାନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ତୁଳା: କାର୍ୟ୍ୟ ହାସଲ କରିବାକୁ ହେଲେ କ୍ରୋଧ ସମ୍ବରଣ କରିବାକୁ ପଡ଼ିବ। ଶତ୍ରୁ ଆପଣାଛାଏଁ ଅପସରି ଯାଇପାରେ। ବ୍ୟୟ ସଙ୍କୁଚିତ ହୋଇପାରେ। ଚାକିରିରେ ସମ୍ମାନିତ ହେବାର ଯଥେଷ୍ଟ ସମ୍ଭାବନା ଅଛି।
ବିଛା: ପରାକ୍ରମଶାଳୀ ହେବେ। ବହୁଜନଙ୍କ ପୋଷକ ହୋଇପାରନ୍ତି। ସନ୍‌ମାର୍ଗୀ ହେବେ। ବ୍ୟବସାୟ ବଢ଼ାଇ ପାରନ୍ତି। ଧନବାନ୍‌ ହେବେ। ବଂଶମର୍ୟ୍ୟାଦା ରକ୍ଷାକରି ପାରନ୍ତି। ସଂଗ୍ରାମୀ ହୋଇପାରନ୍ତି।
ଧନୁ:ରାଜସେବାରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଯାନ-ବାହାନ ସୁଖ ଭୋଗ କରିବେ। କୃଷି କ୍ଷେତକୁ ତ୍ବରାନ୍ବିତ କରିପାରନ୍ତି। ପରୋପକାରୀ ହେବେ। ପୁତ୍ର ସୁଖରେ ସୁଖୀ ହେବେ। ବୁଦ୍ଧିମାନ୍‌ ହେବେ।
ମକର:ପ୍ରଶଂସିତ ହେବେ। ସେବା କାର୍ୟ୍ୟରେ ଆଗକୁ ବଢ଼ିବେ। ଆଶା ଫଳବତୀ ହେବ। ବିଭିନ୍ନ ସୂତ୍ରରୁ ଆୟ ଆସିପାରେ। ବ୍ୟବସାୟରୁ ଲାଭ ମିଳିବ। ନିଜ କର୍ମ କରିବାଲାଗି ମନରେ ପ୍ରସନ୍ନତା ଦେଖାଦେବ।
କୁମ୍ଭ: ମନୋବଳ ଦୃଢ଼ ରହିବ। ଆୟ ଊଣା ହେବ ନାହିଁ। ଚାକିରିରେ ପଦୋନ୍ନତି ପାଇବା ସହିତ ସମ୍ମାନିତ ହେବା ଯୋଗ ଅଛି। ସତ୍ୟ, ଶାନ୍ତି, ଦୟା ଓ ଦାନଶୀଳ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
ମୀନ:  କାର୍ୟ୍ୟରେ ଉତ୍ସାହ ବୃଦ୍ଧି ପାଇବ। ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧିର ସୂଚନା ମିଳୁଛି। ଧନବାନ୍‌ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ସାଧୁସନ୍ଥଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି।

Comments are closed.