ମଙ୍ଗଳବାର ରାଶିଫଳ

0

ମେଷ: ଗୋଳମାଳିଆ ପରିସ୍ଥିତିର ଫାଇଦା ଉଠାଇ ପାରନ୍ତି। ସବୁ କିଛି ଜାଣି ମଧ୍ୟ ନ ଜାଣିବାର ଅଭିନୟ କରିବେ। ଦାନଶୀଳ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି ଉତ୍ପାଦନ ବୃଦ୍ଧି ପାଇବ। ଯାନବାହନ ସୁଖ ମିଳିବ।
ବୃଷ: ଧୀରେ, ସୁସ୍ଥେ କାର୍ଯ୍ୟ ଆଗକୁ ବଢ଼ିବ। ପରିଶ୍ରମ ଫଳଦାୟକ ହେବ। ମନ ପ୍ରସନ୍ନ ରହିବ। ଈଶ୍ୱର ବିଶ୍ୱାସୀ ହେବେ। କଥାବାର୍ତ୍ତା ସ୍ନେହପୂର୍ଣ୍ଣ ହେବ। ସାହସୀ ଓ ପ୍ରେମୀ ହେବେ। ଭ୍ରାତୃଭାବ ଅତୁଟ ରହିବ।
ମିଥୁନ: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ମନ ଆକୁଳିତ ହୋଇପାରେ। ଭାଗ୍ୟଶାଳୀ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମ ହେବ। ବ୍ୟକ୍ତିତ୍ୱର ବିକାଶ ଘଟାଇପାରନ୍ତି। ସାନଭାଇଙ୍କ ଠାରୁ ଆଦର, ସମ୍ମାନ ମିଳିବ।
କର୍କଟ: ବିପଦ ଦୂରେଇ ଯିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ପ୍ରୀତି ଭୋଜନ ମିଳିବ। ରୋଜଗାରର ମାତ୍ରା ଅଧିକ ହେବ। ଶରୀର ସୁସ୍ଥ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମାଲିମୋକଦ୍ଦମାର ରାୟ ସପକ୍ଷରେ ଯିବ।
ସିଂହ: ମାନସିକ ସ୍ତରରେ ଦୃଢ଼ ରହିବେ। ବ୍ୟୟ ଅତ୍ୟଧିକ ହୋଇପାରେ। ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧା ରହିବ। ଚଞ୍ଚଳ ସ୍ୱଭାବର ହେବେ। ନିରୋଳାରେ ରହିବାକୁ ଇଚ୍ଛା କରିବେ। ମିଷ୍ଟଭାଷୀ ହେବେ। ଚକ୍ଷୁରେ ଯନ୍ତ୍ରଣା ଉପୁଜି ପାରେ।
କନ୍ୟା: ଗୁରୁଜନଙ୍କ କାର୍ଯ୍ୟ କଳାପ ଆପଣଙ୍କୁ ବ୍ୟଥିତ କରିପାରେ। ସର୍ବଜନପ୍ରିୟ ହେବେ। ଯଶସ୍ୱୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ସରକାରଙ୍କ କୃପା ପାତ୍ର ହେବେ। ଧନପ୍ରାପ୍ତିର ସୂଚନା ମିଳୁଛି।
ତୁଳା: କର୍ମ ଚଞ୍ଚଳ ରହିବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଦୟାର୍ଦ୍ର ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ପରିବାରର ମୁଖ୍ୟ ହୋଇପାରନ୍ତି। ଯଶସ୍ୱୀ ହେବେ। ସୁଖ ଭୋଗ କରିପାରନ୍ତି।
ବିଛା: ଧର୍ମ ଭାବନା ଆପଣଙ୍କ ପାଇଁ ଲାଭଦାୟକ ହେବ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ଧନୁ: ଗମନା-ଗମନରେ ସତର୍କ ରହିବେ। ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭପ୍ରଦ ହେବ। ଜଳପଥରେ ଯାତ୍ରା ନିଷେଦ୍ଧ। ସୌଭାଗ୍ୟଯୁକ୍ତ ସମ୍ମାନଯୁକ୍ତ ଓ ଧନଯୁକ୍ତ ହେବା ଆଶାକରାଯାଏ।
ମକର: ମନ ପ୍ରଫୁଲ୍ଲ ରହିବ। ବନ୍ଧୁ ମିଳନରେ ଉପକୃତ ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିବାକୁ ଇଚ୍ଛାପ୍ରକାଶ କରିବେ। ଅହଂକାରୀ ହୋଇପାରନ୍ତି। ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ଅଧୀନ ହେବେ।
କୁମ୍ଭ: ଦୃଢ଼ ମନୋବଳ ନେଇ କାର୍ଯ୍ୟରେ ଆଗକୁ ବଢ଼ିବେ। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଶତ୍ରୁଦମନ କରି ଆଶ୍ୱସ୍ତ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।
ମୀନ: ସଠିକ୍‍ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ତେଜୀୟାନ ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ।

Leave A Reply