ଗୁରୁବାର ରାଶିଫଳ

0

ମେଷ: ଆୟର ପରିମାଣ ଅହେତୁକ ବୃଦ୍ଧି ପାଇବ। ସରକାରୀ ଓ ବନ୍ଧୁଙ୍କ ସାହାଯ୍ୟ ପାଇ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ସୁସ୍ଥ ରହିବେ। ସୁଖୀ ହେବେ।

ବୃଷ: କାର୍ଯ୍ୟରେ ବାଧା ଉପୁଜି ପାରେ; ମାତ୍ର ତାହା ସାମୟିକ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ବିବାଦୀୟ ବିତର୍କରେ ଭାଗ ନନେଇ ଚୁପ୍‍ ରହିବା ସବୁଠୁଁ ଭଲ। ସୁ-ପରାମର୍ଶ ମିଳିବ। ମନସ୍କାମନା ପୂରଣ ହେବ। ସତ୍‍ସଙ୍ଗୀ ହେବେ।

ମିଥୁନ: ବ୍ୟୟ ଅପେକ୍ଷା ଆୟ ଅଧିକ ହେବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଚେଷ୍ଟାରେ ସଫଳତା ମିଳିବ। ଉନ୍ନତି ପଥରେ ଆଗକୁ ବଢ଼ିବେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଚଞ୍ଚଳ ଚେଷ୍ଟିତ ହେବେ।

କର୍କଟ: ଦୂରଯାତ୍ରା ଫଳପ୍ରଦ ହେବ। ସାଧନା ଫଳବତୀ ହେବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଶ୍ରୀ ଲାଭର ସୂଚନା ମିଳୁଛି। ଶାନ୍ତି, ସନ୍ତୋଷ ଅନୁଭବ କରିବେ। ଉନ୍ନତି ଚିନ୍ତାଧାରା ଉପାଦେୟ ହେବ। ସରକାରୀ ଅର୍ଥ ମିଳିପାରେ।

ସିଂହ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଦାନ-ଧର୍ମର ଦୀକ୍ଷା ଗ୍ରହଣ କରିବେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ପଦୋନ୍ନତି ମିଳିବ।

କନ୍ୟା: ଅସୁବିଧା ଉପୁଜିବାର ସୂଚନା ମଳିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କାର୍ଯ୍ୟ ବିଳମ୍ବିତ ହେବ। ବାଧା-ବିଘ୍ନକୁ ଏଡ଼ାଇବେ ମାତ୍ର ବହୁ କଷ୍ଟରେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହେବେ। ସତର୍କତାର ଦିନ ଆଜି।

ତୁଳା: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ପୂଜାର୍ଚ୍ଚନାରେ ନିଜକୁ ନିୟୋଜିତ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବନ୍ଧୁ ସହାୟତା ମିଳିବ।

ବିଛା: ଦେବ ଦର୍ଶନ କରି ଆତ୍ମ ସନ୍ତୋଷ ଲାଭ କରିବେ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ସଫଳତା ଲାଭ କରିବେ। କର୍ତ୍ତବ୍ୟ ନିଷ୍ଠା ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବ। ସର୍ବ ଶୁଭ ତଥା ପଦୋନ୍ନତି ଆଶା କରାଯାଏ।

ଧନୁ: ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କରିବାକୁ ପଡ଼ିବ। ପ୍ରଭାବ ବିସ୍ତାର କରି ବହୁଜନଙ୍କୁ କରାୟତ୍ତ କରିବେ। ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ।

ମକର: ଯେ କୌଣସି ସୂତ୍ରରୁ ଅର୍ଥ ମିଳିବ। କାର୍ଯ୍ୟରେ ଆଗକୁ ବଢ଼ିବା କଷ୍ଟସାଧ୍ୟ ହେବ। ଶତ୍ରୁ ଉତ୍ପାତକୁ ଦମନ କରିବେ; ମାତ୍ର ଏଥିପାଇଁ କଷ୍ଟ ସହିବାକୁ ପଡ଼ିବ। ବିଳମ୍ବରେ କାର୍ଯ୍ୟ ହାସଲ କରିବେ। ଦୟାର୍ଦ ଚିତ୍ତ ହେବେ।

କୁମ୍ଭ: କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିବେ। ନିଜ କାର୍ଯ୍ୟଧାରାର ସଫଳତା ପାଇଁ ଆତ୍ମ ତୃପ୍ତି ଲାଭ କରିପାରନ୍ତି। ଯଶସ୍ୱୀ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରତିଯୋଗିତାର ଫଳ ଆପଣଙ୍କ ସପକ୍ଷରେ ଯିବ।

ମୀନ: କାର୍ଯ୍ୟକୁ କରାୟତ୍ତ କରିପାରନ୍ତି। ଶାନ୍ତି, ସନ୍ତୋଷ ମିଳିବ। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ। ଭାଗ୍ୟୋନ୍ନତି ଘଟିପାରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ପତ୍ନୀଙ୍କ ସହାୟତା ମିଳିବ। ଯାନବାହନ ସୁଖ ଅଛି।

Leave A Reply