ସୋମବାର ରାଶିଫଳ

0

ମେଷ: ଦୃଢ଼ ମନୋବଳକୁ ପାଥେୟ କରି ସୁୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିବେ। ବ୍ୟୟ ପରିମାଣ ବୃଦ୍ଧି ପାଇପାରେ। କଥାବାର୍ତ୍ତା ମର୍ଯ୍ୟାଦାପୂର୍ଣ୍ଣ ହେବ। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା କଫରେ ପୀଡ଼ିତ ହେବେ।

ବୃଷ: ମନଯୋଗ ସହକାରେ କାର୍ଯ୍ୟ କରିବେ। ଆୟ ଯଥେଷ୍ଟ ପରିମାଣର ହେବ। ଚଞ୍ଚଳ ଚେଷ୍ଟିତ ହେବେ। ଶରୀର ସୁସ୍ଥ ରହିବ। ଯଶ ଅର୍ଜନ କରି ପ୍ରଶଂସାର ପାତ୍ର ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରଙ୍କ କୃପା ପାତ୍ର ହେବେ।

ମିଥୁନ: କାର୍ଯ୍ୟ ଆୟତ୍ତାଧୀନ ହେବ। ସୁଖ ସମ୍ମାନ ଲାଭ କରିପାରନ୍ତି। ମନ ପ୍ରସନ୍ନ ରହିବ। ପରିବାରର ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ।

କର୍କଟ: ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ବୃଦ୍ଧି ହେବ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ମନରେ ପ୍ରସନ୍ନତା ଦେଖା ଦେବ। ଭାଗ୍ୟଶାଳୀ ହେବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଭୋଗ ବିଳାସ କରିପାରନ୍ତି।

ସିଂହ: ଉପୁଜି ଥିବା ବିଶୃଙ୍ଖଳା ଦୂର ହେବ। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। କୌଣସି କାରଣରୁ ମନରେ ଈର୍ଷାଜାତ ହୋଇପାରେ। ଭାଗ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ହେତୁ ସତର୍କ ରହିବେ।

କନ୍ୟା: ନିର୍ମାଣ କାର୍ଯ୍ୟରେ ଆଗକୁ ବଢ଼ି ପାରନ୍ତି। ବନ୍ଧୁ ବାନ୍ଧବ ସହିତ ମିଶି ଆନନ୍ଦ ଉତ୍ସବ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ଜାଗ୍ରତ ହେବ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

ତୁଳା: ମନରେ ଅହଂଭାବ ଜାଗ୍ରତ ହେବ। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳବାନ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କର ଆଦର ଓ ପ୍ରଶଂସା ଲାଭ କରିବେ।

ବିଛା: ଆର୍ଥିକ ସ୍ଥିତିର ଢ଼େର ଉନ୍ନତି ଘଟିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟ ଅଧିକ ଲାଭଜନକ ହେବ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ତେଜସ୍ୱୀ ହେବେ।

ଧନୁ: ବହୁ ଶୁଭଫଳ ମିଳିପାରେ। ଉଦାର ସ୍ୱଭାବର ହେବେ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ।

ମକର: ସବୁ ବାଧାବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଧର୍ମ ପରାୟଣ ହେବେ। ହାସ୍ୟ ମୁଖ ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ।

କୁମ୍ଭ: ବିଶୃଙ୍ଖଳାକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିବେ। ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଉଦାହରଣ ହେବେ। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ମିଳିବ।

ମୀନ: ଯାତ୍ରା ଶୁଭ ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ରୋଜଗାର ଆଶାନୁରୂପ ହେବ। ମୋକଦ୍ଦମାରେ ବିଜୟୀ ହେବେ। ଧନ ସମ୍ପଦ ଭରପୂର ରହିବ। ସୁସ୍ଥ ଓ ନିରାମୟ ରହିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ।

Leave A Reply