ବୁଧବାର ରାଶିଫଳ

0

ମେଷ: ଦ୍ୱିଜା ନକ୍ଷତ୍ର ଜାତବ୍ୟକ୍ତି ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିପାରନ୍ତି। ଶକ୍ତିମାନ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ରର ସାମାନ୍ୟ ଶୁଭ।
ବୃଷ: ରୋହିଣୀ ନକ୍ଷତ୍ର ଜାତବ୍ୟକ୍ତି ଅଗ୍ରଗତି କରୁ କରୁ ଅଟକି ଯାଇପାରନ୍ତି। ଶତ୍ରୁ ବିଜୟ ହାସଲ କରିବେ। ସଦ୍ଭାବନାର ସହ ଚଳିବେ। ମନରେ ସେବାଭାବନା ସହ ଚଳିବେ। ଆକସ୍ମିକ ଧନଲାଭ ହେବ। କୃର୍ତ୍ତିିର୍କା ଓ ମୃଗଶିରା ନକ୍ଷତ୍ର ସାମାନ୍ୟ ଶୁଭ।
ମିଥୁନ:ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତି ଗୁରୁଜନଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି। ଆଳାପ ଆଲୋଚନାରେ କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବିତ ହୋଇପାରେ। ମନ ଉତ୍ତେଜନାପୂର୍ଣ୍ଣ ହେବ। ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଶୁଭ।
କର୍କଟ: ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତବ୍ୟକ୍ତି ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ଉତ୍ସାଦିରେ ଯୋଗ ଦେଇ ଆତ୍ମସନ୍ତୋଷ ଲାଭ କରିବେ। ମନରେ ପ୍ରସନ୍ନତା ଆସିବ। ପୁନର୍ବସୁର କଳହଯୋଗ।
ସିଂହ: ଶତ୍ରୁ କବଳରୁ ଅକ୍ଳେଶରେ ରକ୍ଷା ପାଇବେ। ପୂର୍ବା ଫାଲ୍‍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟରେ ସଫଳତା ଲାଭ କରିବେ। ଉପୁଜି ଥିବା ସମସ୍ୟାର ସୁ ସମାଧାନ ହେବ। ସାମାନ୍ୟ ଶୁଭଫଳ ପାଇବେ ମଘା ଓ ଉତ୍ତରା ଫାଲଗୁନୀ ନକ୍ଷତ୍ର ଜାତବ୍ୟକ୍ତି।
କନ୍ୟା: ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ବାଞ୍ଚିତ କାର୍ଯ୍ୟ କରି ସଫଳ ହେବେ। ତରବର ନହୋଇ ଅପେକ୍ଷାରତ ହେଲେ ସୁଫଳ ମିଳିବ। ମଧ୍ୟମ ଧରଣର ଶୁଭ ମିଳିବା ଆଶାକରାଯାଏ। ଉତ୍ତରା ଫାଲଗୁନୀ ଓ ଚିତ୍ରା ନକ୍ଷତ୍ରର ସାମାନ୍ୟ ଶୁଭ।
ତୁଳା: ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତି ସୁଖ, ସନ୍ତୋଷ ଲାଭ କରିବେ। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। କର୍ମ ତତ୍ପରତା ପ୍ରକାଶ ପାଇବ। ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ଚିତ୍ର ଓ ବିଶା ନକ୍ଷତ୍ର ଜାତବ୍ୟକ୍ତି ବହୁ କଷ୍ଟରେ ଶୁଭଫଳ ପାଇବେ।
ବିଛା: ଅନୁରାଧା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ନିଜର ଭୁଲ ବୁଝି ସଂଶୋଧିତ କାର୍ଯ୍ୟ ପାରନ୍ତି। ବ୍ୟୟ ବୃଦ୍ଧି ହେବ ; ମାତ୍ର ଶୁଭକାର୍ଯ୍ୟରେ ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିିତ ହେବ। ବିଶାଖା ନକ୍ଷତ୍ର ସାମାନ୍ୟ ଶୁଭଫଳ ପାଇବେ।
ଧନୁ: ଯୋଜନାର କାର୍ଯ୍ୟ କାରିତାରେ ଆଶ୍ୱସ୍ତି ମିଳିବ। ପାରିବାରିକ ସୁଖ ଅବ୍ୟାହତ ରହିବ। ଶାନ୍ତି, ସନ୍ତୋଷ ଲାଭ କରିପାରନ୍ତି। କାର୍ଯ୍ୟରେ ଅପୂର୍ବ ସଫଳତା ହାସଲ କରିବେ ପୂର୍ବାଷାଢ଼ା ନକ୍ଷତ୍ରର। ମୂଳା ଓ ଉତ୍ତରଷାଢ଼ା ସାମାନ୍ୟ ଶୁଭ ଫଳ।
ମକର: ଶ୍ରବଣା ନକ୍ଷତ୍ର ଜାତବ୍ୟକ୍ତି ଭାବି ଚିନ୍ତି କାର୍ଯ୍ୟ କଲେ ତାହା ପ୍ରମାଦହୀନ ହେବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଉଚ୍ଚାଧିକାରୀ ବ୍ୟକ୍ତିଙ୍କର କୃତଜ୍ଞ ହେବେ। କାର୍ଯର୍୍ୟରେ ସଫଳତା ମିଳିବ। ଉତ୍ତରଷାଢ଼ା ଓ ଧନିଷ୍ଠାର ସାମାନ୍ୟ ଶୁଭଫଳ।
କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ଦାନ ଧର୍ମକୁ ଅଗ୍ରାଧିକାର ଦେବେ। ନୀତିନିଷ୍ଠ ବ୍ୟକ୍ତି ଭାବେ କାର୍ଯ୍ୟ ସଂପାଦନ କରିବେ। ଆପଣଙ୍କ ପରାମର୍ଶ ହିତକର ହେବେ। ଅର୍ଥ ମିଳିବ। ଧନିଷ୍ଠା ଓ ପୂର୍ବଭାଦ୍ର ସାମାନ୍ୟ ଶୁଭ ଫଳ।
ମୀନ: ଉତ୍ତର ଭାଦ୍ର ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତି କୀର୍ତ୍ତିମାନ ହେବେ। ସରକାରଙ୍କ ଦ୍ୱାରା ପ୍ରଶଂସିତ ହେବେ। ଧନଲାଭର ସୂଚନା ମିଳୁଛି। ଯଶ ଅର୍ଜନ କରି ଆତ୍ମ ସନ୍ତୋଷ ଲାଭ କରିବେ। ପୂର୍ବ ଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭ।

Leave A Reply