ଗୁରୁବାର ରାଶିଫଳ

0

ମେଷ: ଘରୋଇ କାର୍ଯ୍ୟ ଆନନ୍ଦଦାୟକ ହେବ। କର୍ମତତ୍ପର ରହିପାରନ୍ତି। ସାଧନା ଫଳପ୍ରସୂ ହୋଇପାରେ। ବିଭିନ୍ନ ଘଟଣାରେ ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। କାର୍ଯ୍ୟରେ ସଫଳତା ମିଳିବ। ପଦବୀ ମିଳିବ। ଶତ୍ରୁ ଦମନ କରିବେ।
ବୃଷ: ସଫଳତାର ପାଦ ଆଗକୁ ବଢ଼ିପାରେ। ଦାନ ଧର୍ମକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି। ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିବେ। ଭ୍ରମଣ ସୁଖ ମିଳିପାରେ। ଚେଷ୍ଟା ଶୁଭପ୍ରଦାୟିନୀ ହେବ। ଆୟ ବଢ଼ିବ।
ମିଥୁନ: କାର୍ଯ୍ୟକ୍ଷେତ୍ରରେ ମନ ପ୍ରସନ୍ନ ରହିବ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତି ପାଦପାତରେ ସତର୍କତା ଲୋଡ଼ା। ବ୍ରାହ୍ମଣଙ୍କ ସହିତ ଶତ୍ରୁତାରୁ ଓହରି ମିତ୍ରତା ସ୍ଥାପନ କରନ୍ତୁ।
କର୍କଟ: ସଫଳତାର ନିକଟବର୍ତ୍ତୀ ହେବେ। ପ୍ରୀତି ଲାଭ କରିପାରନ୍ତି। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ଆଶା ଫଳବତୀ ହେବେ। ବନ୍ଧୁ ସହାୟତା ପାଇଁ ବିଶେଷ ଉପକୃତ ହୋଇପାରନ୍ତି। ସୁସ୍ଥ ରହିବେ। ସ୍ୱର୍ଣ୍ଣାଦି ଲାଭ ହୋଇପାରେ।
ସିଂହ: ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ମନରେ ଅହଂଭାବ ଉଦ୍ରେକ ହେବାର ସୂଚନା ମିଳୁଛି। ଘାତଚନ୍ଦ୍ର ଯୋଗୁଁ ଯାନବାହନରେ ସତର୍କତା ଆବଶ୍ୟକ। ପ୍ରିୟଭାଷୀ ହେବେ। ଧନ ଲାଭର ସୂଚନା ମିଳୁଛି। ସୁବର୍ଣ୍ଣ ସଂପଦ ମିଳିପାରେ।
କନ୍ୟା: ଅନେକ କ୍ଷେତ୍ରରେ ନିରବ ଭାବ ପ୍ରଦର୍ଶନ କରିପାରନ୍ତି। ହସ, ଖୁସିରେ ଦିନଟି ଅତିବାହିତ କରିପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ମୂଲ୍ୟବାନ ଦ୍ରବ୍ୟ ମିଳିପାରେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସାଧୁଙ୍କ କଲ୍ୟାଣରୁ ସୁଖ ମିଳିବ।
ତୁଳା: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଶୁଭା-ଶୁଭ ମିଶ୍ରିତ ଫଳ ପାଇବାର ସୂଚନା ମିଳୁଛି। ରାଜପୂଜା ମିଳିପାରେ। ଯାନ-ବାହନଯୁକ୍ତ ହୋଇପାରନ୍ତି। ଗ୍ରାମର ଅଧିପତି ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ବହୁପୋଷକ ହୋଇପାରନ୍ତି।
ବିଛା: ପରିଶ୍ରମର ମୂଲ୍ୟାଙ୍କନ ହେବ। ବନ୍ଧୁ ସୁଖ ମିଳିପାରେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ବସ୍ତ୍ର, ଭୂଷଣ ଲାଭ ହୋଇପାରେ। ଭୋଗୀ ଓ ବିଳାସୀ ହେବେ। ସୁବର୍ଣ୍ଣାଦିଯୁକ୍ତ ହେବେ।
ଧନୁ: କାର୍ଯ୍ୟ କରି ଚାଲିବେ; ମାତ୍ର ସଫଳତା ପାଇବାକୁ ହେଲେ ଅପେକ୍ଷା କରିବାକୁ ପଡ଼ିବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ଦେବ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ବିଜ୍ଞବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ଶତ୍ରୁ ଦମନ କରିବେ।
ମକର: ବ୍ୟବସାୟ ଲାଭଜନକ ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଭ୍ରମଣ ଯୋଗ ଅଛି। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ଆପଣାଛାଏଁ ଶତ୍ରୁତାରୁ ଓହରି ଯାଇ ପାରେ। ଉପୁଜି ଥିବା ଦୁଶ୍ଚିନ୍ତାର ଅବସାନ ଘଟିବ।
କୁମ୍ଭ: ପାରିବାରିକ ଶାନ୍ତି ମିଳିବ। ଠାକୁରଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଜିତେନ୍ଦ୍ରିୟ ହେବେ। ପାପ କାର୍ଯ୍ୟକୁ ଘୃଣା କରିବେ। ଧର୍ମ ବଳରେ ବଳୀୟାନ ହେବେ। ସନ୍‍ମାର୍ଗୀ ହେବାର ସୂଚନା ମିଳୁଛି।
ମୀନ: ପ୍ରଶଂସାର ପାତ୍ର ହେବେ। ପ୍ରୀତି ଭୋଜନ ମିଳିପାରେ। ଅସୁସ୍ଥତାର ଉପଶମ ହେବ। କର୍ମ ତତ୍ପରତା ପ୍ରକାଶ ପାଇବ। ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ବୁଦ୍ଧିମାନ ବ୍ୟକ୍ତି ଭାବେ ଆଦରଣୀୟ ହେବେ। ଆୟ ଆଶାନୁରୂପ ହୋଇପାରେ।

Leave A Reply