ମଙ୍ଗଳବାର ରାଶିଫଳ

0

ମେଷ: ପରୋପକାରରେ ନିୟୋଜିତ ହୋଇ ନିଃସର୍ଗ ସୁଖ ଅନୁଭବ କରିବେ। ସାଧନାରେ ସିଦ୍ଧି ଲାଭ କରିବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ସତ୍‍ପଥଗାମୀ ହେବେ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ।
ବୃଷ: କାର୍ଯ୍ୟର ଗତି ମାନ୍ଦା ହୋଇପାରେ। ଅସୁସ୍ଥତା ଅନୁଭବ କରିପାରନ୍ତି। ମନ ବ୍ୟାକୁଳ ରହିବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ପତ୍ନୀ ଅସନ୍ତୁଷ୍ଟ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ମିଥୁନ: ନିରନ୍ତର ଭାବେ ଦେବ ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଅବାଟରେ ଯିବା ପୂର୍ବରୁ ଉଚିତ ମାର୍ଗ ବାଛନ୍ତୁ।
କର୍କଟ: ଧନ-ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି। ବିବାଦରେ ଏପରିକି ଶତ୍ରୁ ସହିତ ଲଢ଼ିବ। ପୂର୍ବରୁ ଅନ୍ୟର ସାହାଯ୍ୟ ମାଗିପାରନ୍ତି। ଆଶା ଫଳବତୀ ହେବ। ପତ୍ନୀ ବିମନା ହୋଇପାରନ୍ତି। ଉତ୍ତମ ମିତ୍ର ଓ ପୁତ୍ର ଲାଭର ସୂଚନା ମିଳୁଛି।
ସିଂହ: ଧାର୍ମିକ ଚିନ୍ତା ଶୁଭଫଳ ଦାୟକ ହେବ। ମୌନ ବ୍ରତ ଆଚରଣ କରିବେ। ବହୁ ଉନ୍ନତିକର ଘଟଣା ଘଟିପାରେ। ହଠାତ୍‍ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ଚଞ୍ଚଳ ପ୍ରକୃତିର ହେବେ।
କନ୍ୟା: ହଜିଥିବା ଦ୍ରବ୍ୟ ଖୋଜିଲେ ମିଳିବ। ପୌରୁଷର ପାରାକାଷ୍ଠା ପ୍ରତିପାଦନ କରିପାରନ୍ତି। ପରଧନରେ ଧନୀ ହୋଇ ପାରନ୍ତି। ଅପ୍ରିୟ ସତ୍ୟ କହିବାକୁ ବାଧ୍ୟ ହୋଇପାରନ୍ତି। ପିତୃ ଭକ୍ତିଯୁକ୍ତ ହେବେ। ଭାଗ୍ୟବାନ ହେବେ।
ତୁଳା: ଶ୍ରେଷ୍ଠ କର୍ମଯୁକ୍ତ ହୋଇପାରନ୍ତି। ରାଜପୂଜା ପାଇବାର ସୂଚନା ମିଳୁଛି। ଶାସ୍ତ୍ରଜ୍ଞ ହେବେ। ଧନବାନ ହେବା ଆଶା କରାଯାଏ। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ବିଛା: ସ୍ୱକର୍ମ ଜନିତ ଅର୍ଜିତ ଅର୍ଥ ପାଇବାକୁ ଅପେକ୍ଷା କରିବାକୁ ପଡ଼ିବ। ପାରିବାରିକ ସୁଖ-ଶାନ୍ତି ମିଳିବ। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ବିଭିନ୍ନ ଦିଗରୁ ସ୍ୱଳ୍ପ ଅର୍ଥ ପାଇବାର ସୂଚନା ମିଳୁଛି। ନୀତି ନିଷ୍ଠ ହେବେ।
ଧନୁ: ଯୋଗା-ଯୋଗ ଫଳଦାୟକ ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଦୀର୍ଘଦିନର ଆଶା ପୂରଣ ହେବ। ଉତ୍ତମ ଭୋଜନ ମିଳିବ। ଉପାର୍ଜନ ଊଣା ହେବ ନାହିଁ।
ମକର: ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟ କ୍ଷେତ୍ରରେ ନିରୁତ୍ସାହ ଦେଖା ଦେଇପାରେ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ପୌରୁଷ ଉପରେ ଆଞ୍ଚ ଆସିପାରେ। ମିଷ୍ଟଭାଷୀ ହେବେ।
କୁମ୍ଭ: ଦ୍ରବ୍ୟ ଲାଭର ସୂଚନା ମିଳୁଛି। ନାନା ସୁଖର ଅଧିକାରୀ ହେବେ। ବିଶାଳ ଯଶ ଅର୍ଜନ କରି ଆତ୍ମତୃପ୍ତି ଲାଭ କରିପାରନ୍ତି। ଦାନ-ଧର୍ମକୁ ଆଚରି କର୍ମ ତତ୍ପର ହେବେ। ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିପାରନ୍ତି।
ମୀନ: ଯୋଗାଯୋଗରେ ସଫଳତା ଲାଭ କରିବେ। ଶ୍ରମର ମୂଲ୍ୟାଙ୍କନ ହେବ। କର୍ମ ତତ୍ପରତା ପ୍ରକାଶ ପାଇବ। ଗୁରୁ, ଗୁରୁଜନମାନଙ୍କ ନିକଟରେ ବିନୟାବନତ ହୋଇପାରନ୍ତି। ଦୃଢ଼ ପୌରୁଷର ଅଧିକାରୀ ହେବେ। ସୁଖ ମିଳିବ।

Leave A Reply