ଶୁକ୍ରବାର ରାଶିଫଳ

0

ମେଷ: ଆୟ ବୃଦ୍ଧିର ସୂଚନା ମିଳୁଛି; ମାତ୍ର ସୁଖଭୋଗରେ ଅନ୍ତରାୟ ସୃଷ୍ଟି ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମନରେ ଉଦ୍‍ବେଗ ଜାତ ହୋଇପାରେ। ଶ୍ରଦ୍ଧାଭାଜନ ହେବେ। ଭୋଗ ବିଳାସ ଯୋଗ ଅଛି।
ବୃଷ: କାର୍ଯ୍ୟକ୍ଷେତ୍ରର ମାର୍ଗ ଉନ୍ମମୁକ୍ତ ରହିଛି। ବନ୍ଧୁ ମିଳନ ଘଟିବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଦୀର୍ଘ ଦିନର ଆଶାପୂର୍ଣ୍ଣ ହୋଇପାରେ। ଯାନବାହନ ସୁଖ ମିଳିପାରେ। ଜନପ୍ରିୟ ହେବେ। ପତି-ପତ୍ନୀ ମିଶି ଦକ୍ଷତା ପ୍ରତିପାଦନ କରିବେ।
ମିଥୁନ: ଆର୍ଥିକ ସ୍ଥିତିର ଢ଼େର ଉନ୍ନତି ଘଟିବ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ବହୁ ସମ୍ମାନର ଅଧିକାରୀ ହେବେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ସ୍ୱଭାଷୀ ହେବେ। ଶୁଭକାର୍ଯ୍ୟରେ ନିୟୋଜିତ ହେବେ। ଶାନ୍ତ ଓ ନିପୁଣ ହେବେ।
କର୍କଟ: ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି। କଳ୍ପନା ବିଳାସୀ ହେବେ। ମନୋବାଞ୍ଛା ପୂର୍ଣ୍ଣ ହୋଇପାରେ। ପାରିବାରିକ କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କର୍ମ ଚଞ୍ଚଳ ରହିବେ। ଶ୍ରେଷ୍ଠ ପଦବୀ ମିଳିବ। ଗଣ ନେତୃତ୍ୱ ନେବେ।
ସିଂହ: କାର୍ଯ୍ୟାଧାରାରେ ଢ଼େର ଉନ୍ନତି ଘଟିବ। ବହୁ ଶୁଭଙ୍କର ଘଟଣାମାନ ଘଟିବ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ପ୍ରବକ୍ତା ଭାବେ ଖ୍ୟାତି ଅର୍ଜନ କରିବେ। ମୁଖ୍ୟ ପଦ-ପଦବୀରେ ଆସୀନ ହୋଇପାରନ୍ତି। ଦେବ-ଗୁରୁ ଭକ୍ତ ହେବେ।
କନ୍ୟା: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। କର୍ମ ତତ୍ପରତା ପ୍ରକାଶ ପାଇବ। ବୁଦ୍ଧି ଚାଳନା କରି କାର୍ଯ୍ୟ ସଂପାଦନ କରିବେ। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ସତ୍‍ପଥଗାମୀ ହେବେ।
ତୁଳା: ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ଶ୍ରେଷ୍ଠ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାରେ ସକ୍ଷମ ହେବେ। ଉଚ୍ଚ ସମ୍ମାନରେ ସମ୍ମାନିତ ହେବେ। ଶାସ୍ତ୍ରଜ୍ଞ ହୋଇପାରନ୍ତି। ସତ୍ୟର ପୂଜାରୀ ହେବେ।
ବିଛା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ବନ୍ଧୁ ସୁଖ ମିଳିବ। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ପାରିବାରିକ ସୁଖ ଶାନ୍ତି ମିଳିବ।
ଧନୁ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ। କେହି ପଥରୋଧ କରିବାକୁ ଉଦ୍ୟମ ଚଳାଇପାରନ୍ତି। ପୁଣ୍ୟବାନ ହେବେ। ଶୁଦ୍ଧ ସ୍ୱଭାବର ହୋଇପାରନ୍ତି। ଜନ ବଲ୍ଲବ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସୁଶୀଳ ହେବେ।
ମକର: ହଜି ଯାଇଥିବା ଦ୍ରବ୍ୟ ଖୋଜିଲେ ମିଳିବ। ଆୟ ଯଥେଷ୍ଟ ପରିମାଣର ହେବ। ଦୃଢ଼ ସଂକଳ୍ପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ସେଥିରେ କୃତକାର୍ଯ୍ୟ ହେବେ। ଧନବୃଦ୍ଧିର ସୂଚନା ମିଳୁଛି। ପାରିବାରିକ ଶାନ୍ତି ମିଳିବ।
କୁମ୍ଭ: କର୍ମ ଚଞ୍ଚଳ ରହିବେ। ବହୁ ପୁଣ୍ୟର ଅଧିକାରୀ ହେବେ। ଅଭୀଷ୍ଟ ସିଦ୍ଧିର ସୂଚନା ମିଳୁଛି। ବହୁ ସୁ ମିତ୍ରଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ସ୍ୱାଭିମାନୀ ହୋଇପାରନ୍ତି। ସମସ୍ତ କଳ୍ମଷ ଦୂର ହେବ। ବିବେକାନୁମୋଦିତ କାର୍ଯ୍ୟ କରିବେ।
ମୀନ: ସେବା ମନୋଭାବ ଜାଗ୍ରତ ହେବ। ପ୍ରୀତି ଭୋଜନ ମିଳିପାରେ। ଅସୁସ୍ଥତାର ଉପଶମ ହେବ। କର୍ମ ତତ୍ପରତା ପ୍ରକାଶ ପାଇବ। ଭୋଗପ୍ରିୟ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ବୁଦ୍ଧି ପ୍ରୟୋଗ କରି ଅସାଧ୍ୟ ସାଧନ କରିପାରନ୍ତି।

Leave A Reply