ସୋମବାର ରାଶିଫଳ

0

ମେଷ: ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି। ବନ୍ଧୁ ସୁଖ ପାଇବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ମିଳୁଛି। ଉପଯୁକ୍ତ କର୍ମାନୁରକ୍ତ ହେବେ। ଭ୍ରାତୃଭାବ ଅତୁଟ ରହିବ।
ବୃଷ: ମନ ଚଞ୍ଚଳ ରହିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଅଯଥା ଖର୍ଚ୍ଚାନ୍ତ ହେବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ ଚଳିବାକୁ ପଡ଼ିବ।
ମିଥୁନ: ଚାକିରି କ୍ଷେତ୍ରରେ ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ ସଂପାଦନ କରିବେ। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ହେବ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। କର୍ମତତ୍ପର ରହିବେ। ଚେଷ୍ଟା ଶୁଭପ୍ରଦ ହେବ। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି।
କର୍କଟ: ମହିଳାଙ୍କୁ ମାତୃବତ୍‍ ପୂଜା ନ କଲେ ବିପଦର ସମ୍ମୁଖୀନ ହୋଇପାରନ୍ତି। ଉଚ୍ଚ ଆଶା ଫଳବତୀ ହେବ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟ ଲାଭଜନକ ହେବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ।
ସିଂହ: ପରିଶ୍ରମର ମୂଲ୍ୟ ମିଳିବ। ସ୍ୱାଧୀନ ଭାବେ ବିନା ପରାମର୍ଶରେ କାର୍ଯ୍ୟ କରିବା ଅସମ୍ଭବ ହୋଇପାରେ। ଧର୍ମ-କର୍ମ ସଂପାଦନ କରିପାରନ୍ତି। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ହେବ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ।
କନ୍ୟା: ଅଟକି ଥିବା କାର୍ଯ୍ୟ ଆଗେଇବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। କର୍ମ ତତ୍ପରତା ପ୍ରକାଶ ପାଇବ। ଧନ ବୃଦ୍ଧିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ବନ୍ଧୁ ସାହାଯ୍ୟ ମିଳିବ।
ତୁଳା: ଗତିରୋଧର ସମ୍ମୁଖୀନ ହୋଇପାରନ୍ତି। କଳ୍ପନା ବିଳାସୀ ହୋଇପାରନ୍ତି। ଶାନ୍ତି-ସନ୍ତୋଷ ଲାଭ କରିବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଜଣେ ମିଷ୍ଟଭାଷୀ ଭାବେ ଜନ ସମ୍ପର୍କ ମିଳିବ।
ବିଛା: ଅଭିଳାଷ ପୂରଣ ହେବ। ଆୟ ଆଶାନୁରୂପ ହେବ। ଧନାଗମର ସୂଚନା ମିଳୁଛି। ସମୃଦ୍ଧି ପଥରେ ଆଗକୁ ବଢ଼ିପାରନ୍ତି। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ସୁଖୀ ହେବେ।
ଧନୁ: କର୍ମକ୍ଷେତ୍ରରୁ ଅର୍ଥାଗମ ହେବ। ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ। ଅସୁସ୍ଥତାରୁ ଆରୋଗ୍ୟ ହେବେ। ଚିନ୍ତାରୁ ମୁକ୍ତି ମିଳିବ। ଆବଶ୍ୟକ ପଡୁଥିବା ଦ୍ରବ୍ୟ ହାତକୁ ଆସିବ। ପ୍ରଜ୍ଞାଧିକ ଯୋଗୁଁ ଉଚ୍ଚ ସମ୍ମାନର ଅଧିକାରୀ ହେବେ।
ମକର: ଅତୀତ ଘଟଣାକୁ କେନ୍ଦ୍ର କରି ବ୍ୟଥିତ ହୋଇପାରନ୍ତି। ଘଟଣାର ଅନୁଧ୍ୟାନ କରି ପଦକ୍ଷେପ ନେଇପାରନ୍ତି। ସତ୍‍କର୍ମରେ ବ୍ୟୟ କରି ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହେବେ। କୌଣସି କାରଣରୁ ଜାତ କ୍ରୋଧକୁ ସମ୍ବରଣ କରନ୍ତୁ।
କୁମ୍ଭ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମାନସିକ ସ୍ତରରେ ଚାପର ସମ୍ମୁଖୀନ ହେବେ। ଆପଣଙ୍କ ପରାମର୍ଶ ଉପାଦେୟ ହୋଇପାରେ। ସୁକୃତୀ ସମ୍ପନ୍ନ ହୋଇପାରନ୍ତି। ଶାସ୍ତ୍ରବିତ୍‍ ହେବେ। ଅତିଥି, ଗୁରୁ ଓ ଦେବପୂଜା ନିରତ ହେବେ।
ମୀନ: ଯାତ୍ରା ସଫଳ ହେବ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଆର୍ଥିକ ଅଭିବୃଦ୍ଧି ଘଟିବ। ସର୍ବ ସୁଖ ମିଳିବା ଆଶା କରାଯାଏ। ବୁଦ୍ଧିମତ୍ତାର ପରିଚୟ ଦେବେ। ଯାନବାହନ ସୁଖ ମିଳିବ। ପୁତ୍ର ସୁଖରେ ସୁଖୀ ହେବେ। ସରକାରୀ ମାନ୍ୟତା ମିଳିବ। ପରୋପକାରୀ ହୋଇପାରନ୍ତି।

Leave A Reply