ଶୁକ୍ରବାର ରାଶିଫଳ

0

ମେଷ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ। ଉତ୍ତମ ଭୋଜନ ପାଇ ଆତ୍ମ ତୃପ୍ତି ଲାଭ କରିବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତ ହେବ।
ବୃଷ: ଜଟିଳ କାର୍ଯ୍ୟର ନିଷ୍ପତ୍ତି ନେବା ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। କାର୍ଯ୍ୟରେ ବାଧା ବିଘ୍ନ ଉପୁଜିବାର ସୂଚନା ମିଳୁଛି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବତା ରକ୍ଷା କରନ୍ତୁ। ମଧୁରଭାଷୀ ହେବେ। ଭ୍ରାତୃଭାବ ଅତୁଟ ରହିବ।
ମିଥୁନ: ମହିଳା ଓ ଛାତ୍ର, ଛାତ୍ରୀମାନେ ଯଶ, କୀର୍ତ୍ତି ସ୍ଥାପନ କରିପାରନ୍ତି। ଆୟ ଉତ୍ତମ ଧରଣର ହେବ। ସୁ ସମ୍ବାଦ ମିଳିବ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିୟୋଜିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କର୍କଟ: ଗୁରୁଜନଙ୍କ ପାଇଁ କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ଉଚ୍ଚ ସମ୍ମାନ ଲାଭ କରିବେ। ଶୁଭଖବର ପାଇ ଖୁସି ହେବେ। କର୍ମକ୍ଷେତ୍ର ସହଜ ସୁଲଭ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।
ସିଂହ: ମନ ପ୍ରଫୁଲ୍ଲ ରହିବ। ଈଶ୍ୱର ନିଷ୍ଠା ରହିବ। କାର୍ଯ୍ୟରେ ସଫଳତା ପାଇବେ। ଅଧିକ କ୍ଷମତା ହାତକୁ ଆସିବ ଓ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରବଚନ କାର୍ଯ୍ୟରେ ଯୋଗ ଦେବେ।
କନ୍ୟା: ଲକ୍ଷ୍ୟ ହାସଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଅର୍ଥାଭାବ ଦେଖା ଦେଇପାରେ। ବିଷାଦିତ ହୋଇପାରନ୍ତି। ବିଶୁଦ୍ଧାଭାଷୀ ହେବେ। ଭୋଗାସକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବ ଯୁକ୍ତ ଓ ଗୁଣବାନ ହୋଇପାରନ୍ତି।
ତୁଳା: ସୁଖଭୋଗ କରିବେ। ଅଧିକ ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଆନନ୍ଦ ଉପଭୋଗ କରିପାରନ୍ତି। ଉତ୍ତମ ଭୋଜନରେ ଆତ୍ମ ତୃପ୍ତି ମିଳିବ।
ବିଛା: ପରକୁ ସାହାଯ୍ୟ କରି ନିଜେ ଅଡୁଆରେ ପଡ଼ି ପାରନ୍ତି; ତଥାପି ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁ-ସମ୍ବାଦ ପାଇ ଖୁସି ହେବେ। ବ୍ୟସ୍ତତା ଭିତରେ ଦିନଟି ଅତିବାହିତ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। କରଜ ସୁଝି ପାରନ୍ତି।
ଧନୁ: ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଜ୍ଞାନ ଆହରଣ ପାଇଁ ଅଧ୍ୟୟନରତ ହୋଇପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁ ସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚଞ୍ଚଳ ଚେଷ୍ଟିତ ହେବେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ।
ମକର: ବିଭିନ୍ନ କାରଣରୁ ବ୍ୟଥିତ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ଅଧିକ ଶ୍ରମ ସ୍ୱୀକାର କରିବାକୁ ପଡ଼ିଲେ ବି ତା’ର ମୂଲ୍ୟ ମିଳିବ। ଧର୍ମ ପରାୟଣ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। କୃଷି କର୍ମ ଉପରେ ଧ୍ୟାନ ଦେବେ। ବୃଦ୍ଧିମାନ ହେବେ।
କୁମ୍ଭ: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ରହିଛି। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଯଶସ୍ୱୀ ଓ କୀର୍ତ୍ତିମାନ ହେବେ।
ମୀନ: ଅର୍ଥ କାରବାରରେ ଝାମେଲା ସୃଷ୍ଟି ହୋଇପାରେ। ତଥାପି ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଆକସ୍ମିକ ସମସ୍ୟା ଦେଖାଦେଲେ ବି ବୁଦ୍ଧି ବଳରେ ତା’ର ମୁକାବିଲା କରିବେ। ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଭାଗ୍ୟର ପରିବର୍ତ୍ତନ ଘଟିବ।

Leave A Reply