ମଙ୍ଗଳବାର ରାଶିଫଳ

0

ମେଷ: ଜଞ୍ଜାଳ ବୃଦ୍ଧି ହୋଇପାରେ। ସୁଖମୟ ଜୀବନ ଯାପନ କରିବେ। ଯଶସ୍ୱୀ ହେବେ। ଲୋକ ପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷ ଅର୍ଥ ମିଳିପାରେ।
ବୃଷ: କାର୍ଯ୍ୟକୁ କରାୟତ୍ତ କରିପାରନ୍ତି। ଆୟ ଆଶାନୁରୂପ ହୋଇପାରେ। କୁଳର ମୁଖ୍ୟ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
ମିଥୁନ: କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା ଓ ବିଦ୍ୱାନ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ପାଇବେ।
କର୍କଟ: ବାହାରକୁ ଯାତ୍ରା କରିପାରନ୍ତି। କର୍ତ୍ତବ୍ୟ ପରାୟଣ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଭାଗବ୍ୟବସାୟ ଲାଭଜନକ ହେବ। ସତର୍କତାର ଦିନ।
ସିଂହ: ନିଜର ଜିଦ୍‍ ବଜାୟ ରଖିପାରନ୍ତି। ଉଦାର ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହୋଇପାରନ୍ତି।
କନ୍ୟା: ଭ୍ରାତୃ ବିବାଦର ସମାଧାନ ହେବ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ହନ୍ତା ହୋଇପାରନ୍ତି। ଚାକିରିରେ ସମ୍ମାନିତ ହେବେ।
ତୁଳା: ଅଜାତ ଶତ୍ରୁ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦିଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସି ପାରେ। ଧାର୍ମିକ, ତେଜସ୍ୱୀ ଓ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ।
ବିଛା: ଉଚ୍ଚଶିକ୍ଷା ପାଇବାର ସୁଯୋଗ ମିଳବ। କଥା କମ୍‍ ଓ କାର୍ଯ୍ୟ ଅଧିକ କରି ପ୍ରଶଂସାର ପାତ୍ର ହେବେ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନ ଧର୍ମକୁ ଶ୍ରେଷ୍ଠ କର୍ମଭାବେ ବିବେଚିତ କରିବେ। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷିକର୍ମକୁ ଆଗ୍ରାଧିକାର ଦେବେ।
ଧନୁ: ଦେବଦର୍ଶନ ଶୁଭଦାୟକ ହେବ। ବିବାଦରେ ବିଜୟୀ ହେବେ। ମନପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ସୁଲଭ ହେବ।
ମକର: କର୍ମକ୍ଷେତ୍ରରେ ବିଶ୍ୱାସ ଘାତକତାର ସମ୍ମୁଖୀନ ହୋଇପାରନ୍ତି; ତଥାପି ଭାଗ୍ୟଶାଳୀ ହେବେ। ବିନା ପରାମର୍ଶରେ ସ୍ୱାଧୀନ ଭାବେ କିଛି କରିବା କଷ୍ଟକର ହେବ। ବିଭିନ୍ନ ଦିଗରୁ ଧନାଗମ ହେବ। ମିତ୍ର ସୁଖ ମିଳିବ। ପତ୍ନୀ ବିଳାସୀ ହୋଇପାରନ୍ତି।
କୁମ୍ଭ: ଆଶାବାଦୀ ହୋଇପାରନ୍ତି। ଶକ୍ତିମାନ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହେବାର ସୂଚନା ମିଳୁଛି। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇ ପାରନ୍ତି। ରଣ କ୍ଷେତ୍ରରେ ପାରଙ୍ଗମ ହେବେ। ନ୍ୟାୟିକ ଯୁଦ୍ଧରେ ବିଜୟୀ ହେବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି।
ମୀନ: ଅବସ୍ଥାକୁ ଆୟତ୍ତାଧୀନ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। କୋମଳ ବଚନ କହି ପରକୁ ଆପଣାର କରିପାରନ୍ତି। ସାହସୀ ହେବେ। ଜ୍ଞାନ ଗରିମା ବୃଦ୍ଧି ହେବ। ଗୁପ୍ତବିଦ୍ୟାରେ ରୁଚି ରହିବ। ବ୍ୟୟ ବହୁଳ ଯୋଗୁଁ ବ୍ୟତିବ୍ୟସ୍ତ ହେବେ।

Leave A Reply