ସୋମବାର ରାଶିଫଳ

0

ମେଷ: ବିଭିନ୍ନ ଦିଗରୁ ଲାଭବାନ ହେବେ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ଅତି ସହଜରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ଜୟଲାଭ କରିବେ। କେତେକ ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି।
ବୃଷ: କାର୍ଯ୍ୟକୁ କରାୟତ୍ତ କରିପାରନ୍ତି। ସମ୍ମାନିତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ବ୍ୟବସାୟରେ ଲାଭବାନ୍‍ ହେବେ।
ମିଥୁନ: ଆନନ୍ଦ ଉତ୍ସବରେ ଦିନ ବିତାଇ ପାରନ୍ତି। ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ଅଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପରୋପକାରୀ ହେବେ। ସାମାଜିକ ଆଦର ଲାଭ କରିପାରନ୍ତି। ସମୃଦ୍ଧିର ସୋପାନ ଅତିକ୍ରମ କରି ଉଚ୍ଚାସୀନ ହେବେ।
କର୍କଟ: ଗୃହ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଆଳସ୍ୟ ପରାୟଣ ହେବେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। କର୍ମକ୍ଷେତ୍ରେରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।
ସିଂହ: ବ୍ୟବସାୟରେ ଅର୍ଥ ବିନିଯୋଗ କରି ଲାଭବାନ ହେବେ। ସମ୍ମାନିତ ହେବେ। ପାରିବାରିକ ସୁଖ ମିଳିବ। ଅନେକ ଦିନର ଆଶା ପୂରଣ ହୋଇପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବନ୍ଧୁ ସହାୟତା ପାଇ ଉପକୃତ ହେବେ।
କନ୍ୟା: ନିରବତା ଅବଲମ୍ବନ କରି ପାରିବାରିକ ସମସ୍ୟାରୁ ମୁକ୍ତ ହେବେ। ଶତ୍ରୁ ଦମନ କରିବାରେ ସକ୍ଷମ ହେବେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଆୟ ହେବ। ପ୍ରତ୍ୟେକ କାର୍ଯ୍ୟରେ ବିଜୟୀ ହେବେ। ମିଷ୍ଟଭାଷୀ ହେବେ।
ତୁଳା: ଚିନ୍ତାଗ୍ରସ୍ତ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ଚିନ୍ତାଧାରା ଉନ୍ନତମାନର ହେବ। କାର୍ଯ୍ୟ ବିଳମ୍ବିତ ହୋଇପାରେ। ଚଞ୍ଚଳ ପ୍ରକୃତିର ହେବେ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସମ୍ପର୍କ ଦୂର କରନ୍ତୁ। ଧନଲାଭ ହୋଇପାରେ।
ବିଛା: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପ୍ରୀତି ଲାଭ କରିବେ। ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇ ପାରନ୍ତି। କୃଷି କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରି ଆଶ୍ୱସ୍ତ ହେବେ।
ଧନୁ: ଯାତ୍ରା ଅନୁକୂଳ ସାବ୍ୟସ୍ତ ହେବ। ନିଜକାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। ବ୍ୟବସାୟ ଲାଭଜନକ ହେବ। ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସା ଲାଭ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପରୋପକାର କରି ଜନାଦୃତ ହେବେ।
ମକର: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଆଶାବାଦୀ ହୋଇପାରନ୍ତିି। ପ୍ରୀତି ଭାଷଣ ଦେଇ ଜନ-ମନକୁ ଆକୃଷ୍ଟ କରିପାରନ୍ତି। ପରର ମଙ୍ଗଳକାମନା ଧେୟ ହେବ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଧନାଗମର ସୂଚନା ମିଳୁଛି।
କୁମ୍ଭ: ସୁଖ ସନ୍ତୋଷ ଲାଭ କରିପାରନ୍ତି। ଭ୍ରମଣ ଯୋଗ ଅଛି। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ଚିନ୍ତାଧାରା ଉନ୍ନତମାନର ହେବ।
ମୀନ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କ ରହିବେ। ଯାନବାହନ ଚଳାଚଳରେ ସତର୍କ ରହିବେ। ବିବାଦ ଠାରୁ ଦୂରେଇ ରହିବେ। ବ୍ୟୟ ପରିମାଣ ବୃଦ୍ଧି ହେବ। ହାସ୍ୟ ମୁଖ ହୋଇ ପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ଚକ୍ଷୁପୀଡ଼ା ଦେଖା ଦେବ।

Leave A Reply