ରବିବାର ରାଶିଫଳ

0

ମେଷ: ବ୍ୟବସାୟରେ ଅର୍ଥ ବିନିଯୋଗ ଫଳପ୍ରଦ ହେବ। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ଶୁଭଖବର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିୟୋଜିତ ହେବେ। ଅର୍ଥ ମିଳିବ।
ବୃଷ: ସମ୍ମାନିତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ସୁସମ୍ବାଦ ମିଳିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।
ମିଥୁନ: କାର୍ଯ୍ୟଭାର ଅତ୍ୟଧିକ ହୋଇପାରେ। ବିନାବାକ୍ୟ ବିନିମୟରେ କାର୍ଯ୍ୟଭାର ଗ୍ରହଣ କରିପାରନ୍ତି। ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିବେ। କ୍ଷମତାର ଅଭିବୃଦ୍ଧି ଘଟିପାରେ। ପ୍ରତିଯୋଗିତାରେ ବିଜୟୀ ହେବାର ସୂଚନା ମିଳୁଛି।
କର୍କଟ: ଆୟରେ ଧୀରେ ସୁସ୍ଥେ ଉନ୍ନତି ଘଟିବ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ପାରିବାରିକ ଅଶାନ୍ତି ଦେଖାଦେଇ ପାରେ। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।
ସିଂହ: ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ସୁଖକର ଘଟଣାମାନ ଘଟି ପାରେ। କର୍ମରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।
କନ୍ୟା: ଗୁପ୍ତଧନର ସନ୍ଧାନ ମିଳିପାରେ। ଶତ୍ରୁକୁ ପରାଜିତ କରି ଆଶ୍ୱସ୍ତ ହୋଇପାରନ୍ତି। ମାନସିକ ଅଶାନ୍ତି ଦୂର ହେବ। ସୁ-ସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରିବେ।
ତୁଳା: କର୍ମ ଚଞ୍ଚଳ ହୋଇପାରନ୍ତି। ପଢ଼ା ପଢ଼ିରେ ମନୋନିବେଶ କରିବେ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଶୁଭ ସମାଚାର ପାଇ ଉତ୍‍ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ।
ବିଛା: ସବୁ ବାଧା ବିଘ୍ନକୁ ଏଡ଼ାଇ କାର୍ଯ୍ୟରେ ଅଗ୍ରଗତି ଘଟାଇ ପାରନ୍ତି। ଦାନଧର୍ମରେ ଦୀକ୍ଷିତ ହେବେ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ଅଧିକ ପରିଶ୍ରମ ପଢ଼ିଲେ ବି ତା’ର ମୂଲ୍ୟ ମିଳିବ। ଉଦାର ସ୍ୱଭାବର ହୋଇପାରନ୍ତି।
ଧନୁ: କେତେକ କ୍ଷେତ୍ରରେ ନୀରବ ଦର୍ଶକ ହୋଇପାରନ୍ତି। ଅଧିକ ପରିଶ୍ରମ କଲେ ବି ତା’ର ମୂଲ୍ୟାଙ୍କନ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନ କରିବେ। ସରକାରୀ ଲାଭ ମିଳିବ।
ମକର: ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସମ୍ମାନିତ ହେବାର ସୂଚନା ମିଳୁଛି। କୌଣସି କାରଣରୁ ବିଷାଦିତ ହୋଇପାରନ୍ତି। ମାନସିକ ସ୍ତରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି।
କୁମ୍ଭ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହୋଇପାରେ। ସରକାରୀ ଓ ବନ୍ଧୁ ସହାୟତା ପାଇ ଲାଭବାନ ହେବେ। ରୁଚିକର ଭୋଜନ ମିଳିବ। ସୁସ୍ଥ ଓ ନିରାମୟ ରହିପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ସୁଚିନ୍ତିତ ମତବ୍ୟକ୍ତ କରିବେ।
ମୀନ: ଘାତଚନ୍ଦ୍ର ଯୋଗୁଁ ଦେବଦେବ ମହାଦେବଙ୍କ ଶରଣାପନ୍ନ ହୋଇପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଭ୍ରାତୃଭାବ ଅତୁଟ ରହିବ। ମିଷ୍ଟଭାଷୀ ହେବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଭାବ ପ୍ରଦର୍ଶନ କରିପାରନ୍ତି।

Leave A Reply