ଶନିବାର ରାଶିଫଳ

0

ମେଷ: ଆନନ୍ଦ ଉତ୍ସବରେ ମଜ୍ଜି ରହିବେ। ବିଭିନ୍ନ ସୂତ୍ରରୁ; ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମନ ପ୍ରସନ୍ନ ରହିପାରେ। ସୁସ୍ଥ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।
ବୃଷ: ମନଫୂର୍ତ୍ତି ରହିବ। ଉଦାର ସ୍ୱଭାବର ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ ଓ ବିଦ୍ୱାନ ହୋଇପାରନ୍ତି।
ମିଥୁନ: ଆଶା ଫଳବତୀ ହୋଇପାରେ। ଧନହାନି ଘଟିବାର ସୂଚନା ମିଳୁଛି। ଈର୍ଷା ପରିତ୍ୟାଗ କଲେ ସାମାଜିକ ସ୍ତରରେ ଆଦରଣୀୟ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।
କର୍କଟ: ଧନପ୍ରାପ୍ତିରେ ତୃପ୍ତି ମିଳିବ। ବ୍ୟବସାୟ ଲାଭଜନକ ହୋଇପାରେ। ସମାଜ ସେବାପ୍ରତି ମନ ବଳାଇପାରନ୍ତି। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।
ସିଂହ: ବାଧା ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିବେ। ବଦଖର୍ଚ୍ଚୀ ହେବେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଦେହ ସୁସ୍ଥ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ।
କନ୍ୟା: ବ୍ୟକ୍ତିଗତ ସମସ୍ୟାକୁ ନେଇ ବ୍ୟସ୍ତ ରହିପାରନ୍ତି। ପରଚର୍ଚ୍ଚାରେ ମୁଣ୍ଡ ପୁରାଇ ପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ।
ତୁଳା: କୌଣସି କାରଣରୁ ଅନୁତପ୍ତ ହୋଇପାରନ୍ତି। ଉଦାର ସ୍ୱଭାବର ହେବେ। ଦାନ ଧର୍ମକୁ ଶ୍ରେୟ ମଣିବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷି କର୍ମକାରୀ ହେବେ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
ବିଛା: ହଜିଯାଇଥିବା ମୂଲ୍ୟବାନ ଦ୍ରବ୍ୟ ପାଇ ଖୁସି ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ବୃଦ୍ଧି ପାଇବ।
ଧନୁ: କାର୍ଯ୍ୟ ହାସଲ କରିବାକୁ ହେଲେ ଅପେକ୍ଷା କରିବାକୁ ପଡ଼ିବ। ପରମ ସୌଭାଗ୍ୟଶାଳୀ ହେବେ। ମଧୁର ଭାଷୀ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ଲାଭ କରିପାରନ୍ତି। ପତ୍ନୀଙ୍କ ଠାରୁ ଆଦର ମିଳିବ।
ମକର: ନିଜକୁ ଅସହାୟ ମନେ କରିପାରନ୍ତି। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟର ଭୂମିକା ଗ୍ରହଣ କରିପାରନ୍ତି। ଶକ୍ତିମାନ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣକ୍ଷେତ୍ରରେ ପାରଙ୍ଗମ ହେବେ। ମାଲି ମୋକଦ୍ଦମାରେ ଜୟଯୁକ୍ତ ହୋଇପାରନ୍ତି।
କୁମ୍ଭ: ଥଣ୍ଡା କଫରେ ପୀଡ଼ା ଅନୁଭବ କରିବେ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ମନ ଭୁଲା କଥା କହି ପରକୁ ଆପଣାର କରିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ହେବେ। ଜ୍ଞାନୀ ହେବେ। ଗୁପ୍ତବିଦ୍ୟା ଶିକ୍ଷା ପାଇଁ ଆଗ୍ରହୀ ହେବେ।
ମୀନ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଯଶସ୍ୱୀ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଲୋକପ୍ରିୟତା ବୃଦ୍ଧି ହେବ। କରିତ୍‍କର୍ମା ହେବେ। ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବେ।

Leave A Reply