ଶୁକ୍ରବାର ରାଶିଫଳ

0

ମେଷ: କାର୍ଯ୍ୟ ବ୍ୟସ୍ତତା ବଢ଼ି ପାରେ। ସୁଖ ସମ୍ମାନ ଲାଭ କରିପାରନ୍ତି। ସୁ-ସମ୍ପାଦ ପ୍ରାପ୍ତ ହେବେ। କର୍ମ କୁଶଳତା ପ୍ରକାଶ ପାଇବ। ନୈତିକ ବଳରେ ବଳୀୟାନ ହୋଇପାରନ୍ତି। ବିଳାସ-ବ୍ୟସନ କରିପାରନ୍ତି। ପାରିବାରିକ ଶାନ୍ତି ମିଳିବ।
ବୃଷ: ଆଜି ଦିନ ଭିତରେ ବହୁ ଶୁଭଫଳ ଆଶାକରାଯାଏ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଚେଷ୍ଟା ଶୁଭପ୍ରଦ ହେବ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। ପାରିବାରିକ ସୁଖ ମିଳିବ।
ମିଥୁନ: ଦୈନନ୍ଦିନ କାର୍ଯ୍ୟରେ ଲିପ୍ତ ରହିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମାନସିକ ସ୍ତରରେ ବ୍ୟାକୁଳତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରା ମନା।
କର୍କଟ: ଭ୍ରମଣ ଯୋଗ ଅଛି। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସୁଖ ସନ୍ତୋଷ ଲାଭ କରିବେ। ପାରିବାରିକ ସମୃଦ୍ଧି ଆଶାକରାଯାଏ। ଯଶସ୍ୱୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହୋଇପାରେ।
ସିଂହ: ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଘଟିବ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଅଗ୍ନିମାନ୍ଦ୍ୟ, ଦୁର୍ବଳତା ଅନୁଭବ କରିବେ। ରାଜପୂଜା ପାଇପାରିବେ। ଯାନବାହନରେ ସତର୍କ ରହିବେ।
କନ୍ୟା: ଯୋଜନା ବଦ୍ଧଭାବେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ବିବିଧ ସୂତ୍ରରୁ ଆୟର ମାତ୍ରା ବୃଦ୍ଧି ପାଇପାରେ।
ତୁଳା: ସତର୍କ ନ ରହିଲେ ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଚିନ୍ତାଧାରା ଉନ୍ନତମାନର ହେବ। କାର୍ଯ୍ୟରେ ସଫଳତା ମିଳିବ; ମାତ୍ର ବିଳମ୍ବରେ। ଦାନଶୀଳ ହେବା ଆଶାକରାଯାଏ।
ବିଛା: ପ୍ରତିଯୋଗିତାରେ ବିଜୟ ଲାଭ କରିବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ପାରିବାରିକ ସୁଖ ଶାନ୍ତି ଆଶା କରାଯାଏ। ଆଶା ଫଳବତୀ ହୋଇପାରେ।
ଧନୁ: ଅର୍ଥରେ ଅନର୍ଥ ବାହାରିବାର ସମ୍ଭାବନା ଅଛି। ଆଶାବାଦୀ ହୋଇ ପାରନ୍ତି। ପାରିବାରିକ ସୁଖ ମିଳିବ। ପ୍ରଭାବ ବିସ୍ତାର କରିପାରନ୍ତି। ଚେଷ୍ଟା ଫଳବତୀ ହେବ। ବେପାର ବାଣିଜ୍ୟରେ ପାରଦର୍ଶୀ ହେବେ। ବ୍ୟକ୍ତିତ୍ୱର ପରିଚୟ ଦେବେ।
ମକର: ଅନ୍ୟପାଇଁ କାର୍ଯ୍ୟ କରି କଷ୍ଟ ପାଇବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଉତ୍ତମ ଧରଣର ହୋଇପାରେ। ଭାଗ୍ୟବାନ ହେବେ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ।
କୁମ୍ଭ: ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ଜଣେ ଉତ୍ତମ ପରାମର୍ଶଦାତା ହେବେ। ସୁକୃତି ସମ୍ପନ୍ନ ହୋଇପାରନ୍ତି। ସକଳ ଶାସ୍ତ୍ରରେ ପାରଦର୍ଶୀ ହେବେ। ବ୍ରତକର୍ତ୍ତା ହେବେ। ଦେବଦ୍ୱିଜ ପରାୟଣ ହେବେ। ଧନବାନ ହେବାର ସୂଚନା ମିଳୁଛି।
ମୀନ: ମନ ପ୍ରସନ୍ନ ରହିବ। କଳ୍ପନା ବିଳାସୀ ହେବେ। ଶାନ୍ତି- ସନ୍ତୋଷ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରଭୂତ ଉନ୍ନତି ଘଟିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ମିଳିବ।

Leave A Reply