ବୁଧବାର ରାଶିଫଳ

0

ମେଷ: ପୂଜାର୍ଚ୍ଚନାରେ ମନଦେଇ ପାରନ୍ତି। ଅଭୀଷ୍ଟ ସିଦ୍ଧି ହୋଇପାରେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ। ପୁଣ୍ୟ କାର୍ଯ୍ୟରେ ନିୟୋଜିତ ହେବେ। ସନ୍‍ମାର୍ଗୀ ହେବେ। ଧନବାନ ହୋଇପାରନ୍ତି।
ବୃଷ: ସବୁ ବାଧା, ବିଘ୍ନକୁ ଏଡ଼ାଇ କାର୍ଯ୍ୟ ହାସଲ କରିପାରନ୍ତି; ମାତ୍ର ସୁଖ ମିଳିବା କଷ୍ଟକର ହେବ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଜଳଯାତ୍ରାରେ ସତର୍କତା ଅବଲମ୍ବନ କରିବେ। ଅଷ୍ଟମ ଚନ୍ଦ୍ର ଭୋଗହେତୁ ସାବଧାନ ରହିବେ।
ମିଥୁନ: ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି। ବ୍ୟବସାୟରୁ ସାମାନ୍ୟ ଲାଭ ମିଳିବ। ପତ୍ନୀଙ୍କ ଚିକିତ୍ସା ପାଇଁ ସହାୟତା ମିଳିପାରେ। ଯଶ ଅର୍ଜନ କରି ଆତ୍ମ ତୃପ୍ତି ଲାଭ କରିବେ। ପାରିବାରିକ ସ୍ନେହ ଶ୍ରଦ୍ଧା ଅବ୍ୟାହତ ରହିବ।
କର୍କଟ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। କାର୍ଯ୍ୟରେ ସହଯୋଗ ମିଳିବ। କଷ୍ଟ ସାଧ୍ୟ ହୋଇପାରେ। ସୁଖ ସନ୍ତୋଷ ଲାଭ କରିପାରନ୍ତି। ଯଶସ୍ୱୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସୁଖ, ସମୃଦ୍ଧି ଘଟିବ।
ସିଂହ: ଶତ୍ରୁର ସମ୍ମୁଖୀନ ହୋଇପାରନ୍ତି। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ।
କନ୍ୟା: ହର୍ଷଯୁକ୍ତ ଓ ବିଶୁଦ୍ଧ ଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ଲୋଭାସକ୍ତ ହେବେ। ଧନ ଅର୍ଜନ କରି ସୁଖଭୋଗ କରିବେ। ଭୋଗ-ବିଳାସ କରିପାରନ୍ତି। ନିତ୍ୟାନନ୍ଦଯୁକ୍ତ ଓ ଗୁଣବାନ ହେବେ। ବ୍ୟବସାୟରୁ ଲାଭ ମିଳିବ।
ତୁଳା: ସୁଖ ସନ୍ତୋଷ ଲାଭ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ସାଧୁ ସେବାରେ ବ୍ରତୀ ହୋଇପାରନ୍ତି। ନିରୀହ ସ୍ୱଭାବର ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପ୍ରମାଦ ବିଲୀନ ହେବ।
ବିଛା: ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ପାରନ୍ତି। ଚିନ୍ତାଗ୍ରସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାରିବାରିକ ସୁଖ, ଶାନ୍ତି ମିଳିବ। ଆଶା ଫଳବତୀ ହେବ। ମନରେ ଉତ୍ସାହ ବୃଦ୍ଧି ପାଇବ।
ଧନୁ: ଅଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ। ସ୍ୱାଧୀନ ଚେତା ଭାବେ କାର୍ଯ୍ୟ ସଂପାଦନ କରିପାରନ୍ତି। ପ୍ରଭାବ ବିସ୍ତାର କରିପାରନ୍ତି। ପାରିବାରିକ ସୁଖ ମିଳିବ। ବୁଦ୍ଧିମାନ ହେବେ। ଚେଷ୍ଟାରେ ସଫଳତା ମିଳିବ।
ମକର: ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। ମହାନ୍‍ କୀର୍ତ୍ତି ସ୍ଥାପନ କରି ପ୍ରଶଂସନୀୟ ହେବେ। ଶତ୍ରୁ ବଂଶୀୟ କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ।
କୁମ୍ଭ: ନାନା ସୁଖର ଅଧିକାରୀ ହେବେ। ବିଶାଳ ଯଶର ଅଧିକାରୀ ହେବେ। ଦାନଧର୍ମ ଉପରେ ଗୁରୁତ୍ୱ ଆରୋପ କରିପାରନ୍ତି। ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କ ରହିବେ।
ମୀନ: ମନୋଭାବର ପରିବର୍ତ୍ତନ ଘଟିପାରେ। କୌଶଳରେ କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। କଳ୍ପନା ବିଳାସୀ ହୋଇପାରନ୍ତି। ଶାନ୍ତି ସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରରେ ପ୍ରଭୂତ ଅଗ୍ରଗତି ଘଟିବ। ସୁଖୈଶ୍ଚର୍ଯ୍ୟ ଭୋଗ କରିବେ।

Leave A Reply