ରବିବାର ରାଶିଫଳ (୦୫/୦୪/୨୦୨୦)

ମେଷ: ଦୂରଯାତ୍ରାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଆକସ୍ମିକ ସମସ୍ୟା ଦେଖା ଦେଇପାରେ। ମାନସିକ ଅଶାନ୍ତି ଦୂର ହେବ। ବିନା ପରାମର୍ଶରେ କାର୍ଯ୍ୟ କରିବା କଷ୍ଟଦାୟକ ହେବ। ତ୍ୟାଗଶୀଳ, ନୀତିଜ୍ଞ ଓ କୀର୍ତ୍ତିମାନ୍‍ ହେବେ।
ବୃଷ: ଯାତ୍ରା ଶୁଭଦାୟକ ହେବ। ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
ମିଥୁନ: ବିବାଦର ସୁସମାଧାନ ପାଇଁ ଉଦ୍ୟମ ଜାରି ରଖିବେ। କାର୍ଯ୍ୟରେ ବାଧା ଉପୁଜି ପାରେ। ଶୁଭକାର୍ଯ୍ୟରେ ଖର୍ଚ୍ଚାନ୍ତ ହେଲେ ବି ମନ ପ୍ରଫୁଲ୍ଲ ରହିବ। ମଧୁର କଥାରେ ପରକୁ ଆପାଣାର କରିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେବା ଉଚିତ।
କର୍କଟ: ଆୟ ଆଶାନୁରୂପ ହେବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ କୃପାଲାଭ କରିବେ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି କରିଛି। ଲୋକପ୍ରିୟ ହେବେ।
ସିଂହ: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ଗଢ଼ିତୋଳିବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁସ୍ଥ ରହିବେ।
କନ୍ୟା: କାର୍ଯ୍ୟରେ ସଫଳତା ମିଳିବ। ଯାତ୍ରା ଶୁଭପ୍ରଦ ହେବ। ଉଦାରନୀତି ଅବଲମ୍ବନ କରିପାରନ୍ତି। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ଦେବ ଦର୍ଶନର ସୌଭାଗ୍ୟଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇବେ।
ତୁଳା: ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି। ଶାରୀରିକ ଅସୁସ୍ଥତା ଦେଖା ଦେବ। ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଯୁଗ୍ମ ବ୍ୟବସାୟରୁ ଲାଭବାନ୍‍ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଦିନଟି ମଧ୍ୟମ ଧରଣର।
ବିଛା: ବାକ୍‍ଯୁଦ୍ଧରେ ବିଜୟୀ ହେବେ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଶୁଭକାର୍ଯ୍ୟ ପାଇଁ ଦିନଟି ଉପଯୁକ୍ତ। ଆନନ୍ଦ ଉପଭୋଗ କରିବେ। ପ୍ରଶଂସନୀୟ ହେବେ।
ଧନୁ: ଯାତ୍ରା ଶୁଭପ୍ରଦ ହେବ। ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଭାବ ବିହ୍ୱଳ ହୋଇପାରନ୍ତି। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିବେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିବାରେ ସକ୍ଷମ ହେବେ।
ମକର: ସୁପରାମର୍ଶ ପାଇ ନୀତିନିଷ୍ଠ ଭାବେ କର୍ମ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପୁତ୍ର ସୁଖ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: ଶ୍ରମ ସାର୍ଥକ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଗୃହ କରିବେଶ ଶାନ୍ତିଦାୟକ ହେବ। ଯାନବାହନ ସୁଖ ମିଳିପାରେ। ସାମାଜିକ ସ୍ୱୀକୃତି ମିଳିବ।
ମୀନ: ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନ କରି ଶାନ୍ତି ମିଳିବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ସୁଖ-ସମୃଦ୍ଧି ଲାଗି ରହିବ।

Comments are closed.