ମଙ୍ଗଳବାର ରାଶିଫଳ

0

ମେଷ: ଗୃହ ପରିବେଶ ଆନନ୍ଦଦାୟକ ହୋଇପାରେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ ହେବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମିଳିବ।
ବୃଷ: ବୁଝି ବିଚାରି କାର୍ୟ୍ୟ କଲେ ପ୍ରମାଦ ଦୂର ହୋଇପାରେ। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ମିଥୁନ: କାହା ସହିତ ନୂତନ ସଂପର୍କ ସୃଷ୍ଟି କରିପାରନ୍ତି। ସାଧନରେ ସିଦ୍ଧପ୍ରାପ୍ତ ହେବେ। କୁଳଦୀପକ ହୋଇପାରନ୍ତି। ମନପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
କର୍କଟ: ଇଚ୍ଛାକରୁଥିବା କାର୍ୟ୍ୟ ହସ୍ତଗତ ହେବ ଓ ସେଥିରେ ସଫଳତା ମିଳିବ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ବହୁ ସୁନାମର ଅଧିକାରୀ ହେବେ। ଚକ୍ଷୁପୀଡ଼ା ଭୋଗିବେ।
ସିଂହ: ଉତ୍ସବାଦିରେ ଯୋଗ ଦେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହେବାର ସୂଚନା ମିଳୁଛି। ତନ୍ତ୍ର ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ ହେବେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହୋଇପାରେ।
କନ୍ୟା: ଉଦାର ସ୍ୱଭାବର ହୋଇପାରନ୍ତି। ଦାନଶୀଳ ହେବେ। ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଶରୀର ସୁସ୍ଥ ରହିବ। କୃଷିକର୍ମରେ ତତ୍ପର ହୋଇପାରନ୍ତି। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହେବେ।
ତୁଳା: ପରିଶ୍ରମର ମୂଲ୍ୟ ମିଳିବ। ମନପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ମେଳାପୀ ପ୍ରକୃତିର ହେବେ। ବିବାଦରେ ବିଜୟୀ ହେବେ। ପ୍ରେମୀ ଓ ସାହସୀ ହେବେ।
ବିଛା: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ବନ୍ଧୁଙ୍କ ସହିତ ସହମତି ହେବେ। ଭାଗ୍ୟବାନ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି।
ଧନୁ: ବହୁ ସୁଖର ଅଧିକାରୀ ହେବେ। ଆୟ ଆଶାନୁରୂପ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଐଶ୍ଚର୍ୟ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ଉଦ୍ୟମ ଅବ୍ୟାହତ ରଖିବେ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଉତ୍ତମ ଭୋଜନ ମିଳିବ।
ମକର: ମନୋରଞ୍ଜନରେ ଲିପ୍ତ ହେବା ସହିତ ପ୍ରତ୍ୟେକ କାର୍ୟ୍ୟର ସୁପରିଚାଳନା କରି ପାରନ୍ତି। ସମ୍ମାନିତ ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହେବେ। ମଧୁରଭାଷୀ ହୋଇପାରନ୍ତି। ଖର୍ଚ୍ଚ ପରିମାଣ ବୁଦ୍ଧି ପାଇବ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି।
କୁମ୍ଭ: ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ବିଭାଗୀୟ ଅର୍ଥପ୍ରାପ୍ତ ହେବେ। ପ୍ରତି କାର୍ୟ୍ୟରେ ସଫଳ ହେବେ।
ମୀନ: ଯୋଗ ସୂତ୍ର ରକ୍ଷା କରିବାରେ କୃତକାର୍ୟ୍ୟ ହୋଇପାରନ୍ତି। କର୍ମ ଚଞ୍ଚଳ ରହିପାରନ୍ତି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଭଲରେ ଚାଲିବ। ଯଶସ୍ୱୀ ହେବେ। ପାରିବାରିକ ସୁଖ ମିଳିବ।

Leave A Reply