ସୋମବାର ରାଶିଫଳ

0

ମେଷ: ଦ୍ୱନ୍ଦ୍ୱରୁ ମୁକୁଳି ଯାଇପାରନ୍ତି। ଦିନଟି କ୍ଳେଶକର ହୋଇପାରେ। ଈର୍ଷା ପରିତ୍ୟାଗ କଲେ ଆଦରଣୀୟ ହେବେ। ଭାଗ ବ୍ୟବସାୟ ଲାଭଜନକ ହେବ। ଉଚ୍ଚସ୍ଥାନ ଆରୋହଣ ମନା। ଯାନବାହନ ଚାଳନାରେ ସତର୍କ ହେବେ।
ବୃଷ: ବୁଝି ବିଚାରି କାର୍ଯ୍ୟ କରିବାକୁ ପଡ଼ିବ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ। ସ୍ୱାଭିମାନୀ ହୋଇପାରନ୍ତି। କୀର୍ତ୍ତିମାନ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ। ସୁବର୍ଣ୍ଣାଦି ପଦାର୍ଥ ଲାଭ ହୋଇପାରେ।
ମିଥୁନ: ଦୁଃସାହସିକ ପଦକ୍ଷେପ ନେଇ ଅସାଧ୍ୟ ସାଧନ କରିପାରନ୍ତି। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ।
କର୍କଟ: ପୈତୃକ ସମ୍ପତ୍ତିକୁ ନେଇ ବ୍ୟସ୍ତ ହୋଇପାରନ୍ତି। ସୁଖ, ସନ୍ତୋଷ ଲାଭ କରିପାରନ୍ତି। ପାରିବାରିକ ଶାନ୍ତି ମିଳିବ। ଯଶ ଅର୍ଜନ କରି ଆତ୍ମ ସନ୍ତୋଷ ଲାଭ କରିବେ। ବ୍ୟବସାୟରେ ଲାଭବାନ ହେବେ। ବିଭିନ୍ନ ସ୍ତରରୁ ଅର୍ଥ ମିଳିବ।
ସିଂହ: କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଚାର ଆଲୋଚନା କଲେ ବହୁ ସୁଫଳର ଅଧିକାରୀ ହେବେ। କୃଷିକ୍ଷେତକୁ ତ୍ୱରାନ୍ୱିତ କରିପାରନ୍ତି। ଉତ୍ତମ ଗୃହରେ ବସତି ସ୍ଥାପନ କରିବେ। ଯାନବାହନ ସୁଖ ମିଳିବ। ଦାନଧର୍ମରେ ଦୀକ୍ଷିତ ହେବେ।
କନ୍ୟା: ସବୁ ବାଧା ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ଦୃଢ଼ ମନୋବଳକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିବେ। ତ୍ୟାଗଶୀଳ ହୋଇପାରନ୍ତି। ନୀତିନିଷ୍ଠ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ଓ ଅତି ସୁଖୀ ହେବେ।
ତୁଳା: ସ୍ୱଚ୍ଛ ଓ ନିର୍ମଳ ମନୋଭାବ ନେଇ କାର୍ଯ୍ୟ ସମ୍ପାଦନ କରିବେ। ବିଭିନ୍ନ ଦିଗରୁ ଧନାଗମ ହେବ। ପତ୍ନୀଙ୍କ ମର୍ଯାଦାଜନକ ଆସନରେ ଆସୀନ କରିପାରନ୍ତି। କୀର୍ତ୍ତିମାନ ହେବେ। ସହିଷ୍ଣୁ ହେବେ। ଦିନ ସାରା ମନ ପ୍ରଫୁଲ୍ଲ ରହିବ। ରାଜବଂଶ ପୂଜିତ ହେବେ।
ବିଛା: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ମୂଲ୍ୟବାନ ଦ୍ରବ୍ୟଲାଭର ସୁଯୋଗ ସୃଷ୍ଟି ହୋଇଛି। ପାରିବାରିକ ସୁଖ ମିଳିବ। ଆଶାଫଳବତୀ ହେବ।
ଧନୁ: ସୁଖ ସମ୍ମାନ ଲାଭ କରିବେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ମଧୁରଭାଷୀ ହେବେ। ପୁତ୍ର ସୁଖ ମିଳିବ। ପରୋପକାରୀ ହେବେ। ଧନ ସହିତ ଶ୍ରେଷ୍ଠ ମାନ୍ୟତା ମିଳିବ। ଭ୍ରାତୃ ସ୍ନେହ ଅବ୍ୟାହତ ରହିବ।
ମକର: ପଡ଼ୋଶୀଙ୍କ ହିତ ସାଧନ ପାଇଁ କଷ୍ଟ ସହି ପାରନ୍ତି। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। କୀର୍ତ୍ତି ସ୍ଥାପନ କରି ଆତ୍ମ ସନ୍ତୋଷ ପାଇବେ। ଗୁଣଜ୍ଞ ହେବେ। ମନ ପ୍ରସନ୍ନ ରହିବ।
କୁମ୍ଭ: ସୁଖ ସମ୍ମାନ ଲାଭ କରିପାରନ୍ତି। କର୍ମକ୍ଷେତ୍ରରୁ ସୁଫଳ ପାଇବେ। ଅସୁସ୍ଥତାର ଉପଶମ ହେବ। ସରକାରୀ ସ୍ତରରୁ ଧନାଗମର ସୂଚନା ମିଳୁଛି। ଗୃହ ପରିବେଶ ସୁଖଦାୟକ ହେବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ବହୁବିଧ ଧନ ମିଳିବ। ଗୁଣଜ୍ଞ ହେବେ।
ମୀନ: ଆଶାବାଦୀ ହୋଇପାରନ୍ତି। କଳ୍ପନା ବିଳାସୀ ହୋଇପାରନ୍ତି। ଶାନ୍ତି, ସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରରେ ଅଗ୍ରଗତି ଘଟିବ। ପ୍ରତିଯୋଗିତାରେ ବିଜୟୀ ହେବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ। ଯଶସ୍ୱୀ ହେବେ।

Leave A Reply