ରବିବାର ରାଶିଫଳ

0

ମେଷ: ସେବା-ପୂଜାରେ ନିୟୋଜିତ ହେବେ। ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ଈର୍ଷା ପରାୟଣ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
ବୃଷ: ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇବେ। ମନରେ ସାମୟିକ ଅହଂଭାବ ରହିବ। ଶାନ୍ତ ସ୍ୱଭାବର ହେବେ। ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ କଥାରେ ଚଳିବେ।
ମିଥୁନ: ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ରରେ ଉଚ୍ଚସମ୍ମାନ ଲାଭ କରିବେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ମିଳିବ।
କର୍କଟ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଶିକ୍ଷିତା ପତ୍ନୀଙ୍କ ସାହଚର୍ଯ୍ୟ ପାଇବେ। ଧାର୍ମିକ ଓ ତେଜସ୍ୱୀ ହେବେ।
ସିଂହ: ସତ୍‍ସଙ୍ଗରେ ଯୋଗଦେଇ ଖୁସି ମନାଇ ପାରନ୍ତି। ଉଦାର ସ୍ୱଭାବର ହେବେ। ଦାନ-ଧର୍ମକୁ ଶ୍ରେୟ ମଣିବେ। ସୁଖ ମିଳିବ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷି କାର୍ଯ୍ୟରେ ମନ ଦେବେ।
କନ୍ୟା: କାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ପ୍ରକୃତିର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା କଫ ଜନିତ ପୀଡ଼ା ଅନୁଭବ କରିବେ। ଶୋଭନ ବ୍ୟକ୍ତିତ୍ୱର ଉଦାହରଣ ସୃଷ୍ଟି କରିବେ।
ତୁଳା: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଭାଗ୍ୟବାନ ହେବେ। ବିଦେଶ ଯିବାକୁ ମନ ବଳାଇ ପାରନ୍ତି। ମଧୁରଭାଷୀ ହେବେ। ସହନଶୀଳ ହୋଇପାରନ୍ତି। ଶାନ୍ତିପ୍ରିୟ ହେବେ। ଉଦାର ବିଦ୍ୟାପ୍ରେମୀ ହେବେ। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିବେ।
ବିଛା: ହଜିଥିବା ଦ୍ରବ୍ୟ ଖୋଜିଲେ ପାଇବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ସରକାରୀ କିମ୍ବା ବନ୍ଧୁ ସହାୟତା ମିଳିପାରେ। ଦାମ୍ପତ୍ୟ ସୁଖ ମିଳିବ। ମୋକଦ୍ଦମାରେ ବିଜୟୀ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ଅର୍ଥ ମିଳିବ।
ଧନୁ: କୌଣସି କାରଣରୁ ବିଷାଦିତ ହେବେ। କାର୍ଯ୍ୟ କରିବା କଠିନ ହୋଇପାରେ। ଚକ୍ଷୁପୀଡ଼ା ଉପୁଜି ପାରେ। ମଧୁରଭାଷୀ ହେବେ। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। ସାହସୀ ଓ ଜ୍ଞାନୀ ହେବେ।
ମକର: ଆତ୍ମ ବିଶ୍ୱାସ ଦୃଢ଼ ହେବ। ବିଭିନ୍ନ ସ୍ତରରୁ ଧନପ୍ରାପ୍ତିର ସୁଯୋଗ ଅଛି। ସୁସ୍ଥ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟରୁ ଲାଭ ମିଳିବ।
କୁମ୍ଭ: କର୍ମ ଚଞ୍ଚଳ ରହିବେ। କୁଳଦୀପକ ହେବେ। ମନରେ ପ୍ରସନ୍ନତା ଦେଖା ଦେଇପାରେ। ଦୟାଳୁ ସ୍ୱଭାବର ହୋଇପାରେ। ବ୍ୟବସାୟ ଲାଭଜନକ ହୋଇପାରେ। ଯଶ ଅର୍ଜନ କରି ସୁଖ ଭୋଗ କରିବେ। ପାରିବାରିକ ସ୍ନେହଶ୍ରଦ୍ଧା ରହିବ।
ମୀନ: ସେବା ପୂଜାରେ ମଗ୍ନ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ ହେବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧର୍ମାତ୍ମା ଓ ପ୍ରବାସପ୍ରିୟ ହେବେ।

Leave A Reply