ଶୁକ୍ରବାର ରାଶିଫଳ

0

ମେଷ: ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ବ୍ୟବସାୟ ଲାଭଜନକ ହେବ। ମନରେ ସେବାଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ପେଟରେ ବ୍ୟଥା ଦେଖାଦେବ।
ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ଶତ୍ରୁନାଶ କରି ଆଶ୍ୱସ୍ତ ହୋଇପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ। ଅନାବଶ୍ୟକ ଖର୍ଚ୍ଚ କରିପାରନ୍ତି। ସୁସ୍ଥ ରହିବେ।
ମିଥୁନ: ଲୋକସଂପର୍କ ବୃଦ୍ଧି ପାଇବ। ବିଜ୍ଞ ଲୋକଙ୍କ ସହ ଆଲୋଚନା ମାଧ୍ୟମରେ କାର୍ଯ୍ୟ କରିବେ ଓ ସେଥିରେ ସଫଳତା ଲାଭ କରିବେ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନ ଲାଭ ହେବ। ବ୍ୟବସାୟରେ ଅଧିକ ଲାଭ ମିଳିବ।
କର୍କଟ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଶତ୍ରୁ ବୃଦ୍ଧି ହେବାର ସମ୍ଭାବନା ଅଛି। ନିର୍ଭୀକ ଭାବେ ଉଦାସୀନ ରହିପାରନ୍ତି। ତ୍ୟାଗଶୀଳ ମନୋବୃତ୍ତି ପୋଷଣ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କର୍ମକାରୀ ହେବେ।
ସିଂହ: ଉପୁଜିଥିବା ଆର୍ଥିକ ସମସ୍ୟାକୁ ସୁଧାରୀ ନେଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଧର୍ମ ପରାୟଣ ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି।
କନ୍ୟା: ଆଳସ୍ୟ ଅନୁଭବ କରିବେ। ତଥାପି ଭାଗ୍ୟଶାଳୀ ହେବେ। ସ୍ନେହୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ। ଚଞ୍ଚଳମନା ହେବେ। କୀର୍ତ୍ତିମାନ ହୋଇପାରନ୍ତି। ଧନବାନ ହେବେ।
ତୁଳା: ସୁଖ-ସନ୍ତୋଷ ଲାଭ କରିପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ହେବେ। ସୁସ୍ଥ ଓ ବଳବାନ ହେବେ। ମାଲିମୋକଦ୍ଦମାରେ ବିଜୟ ଲାଭ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତ ହେବ।
ବିଛା: ପରୀକ୍ଷାରେ ପାରଙ୍ଗମ ହେବେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡା କଫରେ ପୀଡ଼ା ଅନୁଭବ କରିବେ। ଚକ୍ଷୁରେ ପୀଡ଼ା ଉପୁଜି ପାରେ। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଧାର୍ମିକ ହେବେ।
ଧନୁ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଧନଲାଭର ସୂଚନା ମିଳୁଛି। କରିତ୍‍କର୍ମା ହୋଇପାରନ୍ତି।
ମକର: ବ୍ୟବସାୟରେ ଅର୍ଥ ବିନିଯୋଗ କରି ଲାଭବାନ ହେବେ। ସୁଖ ସମ୍ମାନ ଲାଭ କରିବେ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
କୁମ୍ଭ: ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି।
ମୀନ: ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ। ସାମାନ୍ୟ ଆଘାତ ଲାଗିପାରେ। ଧନକ୍ଷୟ ହେବାର ସମ୍ଭାବନା ଅଛି। କେବଳ ଭାଗ ବ୍ୟବସାୟରୁ ଲାଭ ମିଳିବ। ସ୍ୱାଭିମାନୀ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

Leave A Reply