ଗୁରୁବାର ରାଶିଫଳ

0

ମେଷ: ଜଞ୍ଜାଳମୁକ୍ତ ହୋଇପାରନ୍ତି। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚକ୍ଷୁପୀଡ଼ା ଉପୁଜି ପାରେ। ଖର୍ଚ୍ଚ ବହୁଳ ହେବ। କ୍ରୋଧ ସମ୍ବରଣ କଲେ ଭକ୍ତି, ଆଦର ଲାଭ କରିବେ।

ବୃଷ: ସରକାରୀ ସ୍ତରରୁ ଅର୍ଥ ଲାଭ ହୋଇପାରେ। ସୁଖ ମିଳିବ। ସମ୍ମାନିତ ହେବେ। ପ୍ରାକୃତିକ ସୌନ୍ଦର୍ଯ୍ୟ ଭୋଗ କରିପାରନ୍ତି। କୁଶଳ ସମାଚାର ପାଇ ଉତ୍‍ଫୁଲ୍ଲିତ ହେବେ। ଜନତାଙ୍କର ପ୍ରିୟ ପାତ୍ର ହୋଇପାରନ୍ତି। କରିତ୍‍କର୍ମା ହେବେ।

ମିଥୁନ: ପରିସ୍ଥିତି ଆପଣଙ୍କ ପାଇଁ ଲାଭପ୍ରଦ ହୋଇପାରେ। ସମ୍ମାନିତ ହେବେ। ସୁଖୀ ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଚେଷ୍ଟା ଫଳବତୀ ହୋଇପାରେ। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ।

କର୍କଟ: ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି। ପରୋପକାର କରି ଆତ୍ମତୃପ୍ତି ଲାଭ କରିବେ। ଆନନ୍ଦ ଉପଭୋଗ କରିପାରନ୍ତି। ପାରିବାରିକ ସ୍ନେହ ସଂପର୍କ ଅତୁଟ ରହିବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ସୁଖ ମିଳିବ।

ସିଂହ: ଯାତ୍ରାରେ ବିଘ୍ନ ଉପୁଜିବାର ସମ୍ଭାବନା ଅଛି। ମାନସିକ ସ୍ତରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ବ୍ୟବସାୟରେ କିଛିଟା ଲାଭବାନ୍‍ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

କନ୍ୟା: ଧାର୍ମିକ ଭାବନାରେ ଉଦ୍‍ବୁଦ୍ଧ ହେବେ। ସୁଖ ସମ୍ମାନ ଲାଭ କରିପାରନ୍ତି। ବନ୍ଧୁମାନଙ୍କ ସହାୟତା ପାଇ ଖୁସି ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଆନନ୍ଦ ଉଲ୍ଲାସରେ ଦିନଟି ଅତିବାହିତ ହେବ। ଦାମ୍ପତ୍ୟ ସୁଖ ମିଳିବ।

ତୁଳା: ଦୁଃସାହିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବାର ସୂଚନା ମିଳୁଛି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶତ୍ରୁ ସଂହାର କରି ଧନପ୍ରାପ୍ତ ହୋଇପାରନ୍ତି।

ବିଛା: ଅର୍ଥାଭାବର ସୂଚନା ମିଳିପାରେ। ଅପରାହ୍ଣରେ ହଠାତ୍‍ କିଛି ଧନ ମିଳି ପାରେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଚଞ୍ଚଳ ଚେଷ୍ଟିତ ହେବେ। ଆୟ-ବ୍ୟୟ ସମାନ୍ତରାଳ ଗତି କରିବ। କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବିତ ହୋଇପାରେ।

ଧନୁ: ଗୋଟିଏ ଛୋଟ ଭୁଲ ପାଇଁ ଅନୁତପ୍ତ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଯାନବାହନ ସୁଖ ମିିଳିପାରେ। ଗୃହ ସୁଖ ମିଳିବ। ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ଧନାଗମର ସୂଚନା ମିଳୁଛି।

ମକର: ବିପଦ ଦୂରେଇ ଯିବ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ବିଳାସ ବ୍ୟସନ କରିପାରନ୍ତି। କର୍ମ ତତ୍ପରତା ପ୍ରକାଶ ପାଇବ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ।

କୁମ୍ଭ: କାର୍ଯ୍ୟ ସମ୍ପାଦନ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହୋଇପାରନ୍ତି। ଧର୍ମ କର୍ମ ସଂପାଦନ କରିପାରନ୍ତି। କେତେକ ଲୋକଙ୍କ ଅବହେଳା ପାଇଁ ବିରକ୍ତି ଭାବ ପ୍ରକାଶ କରିବେ। ଧନାଗମର ସୂଚନା ମିଳୁଛି। ମନ ଚଞ୍ଚଳ ରହିବ। ସୁସ୍ଥ ରହିପାରନ୍ତି।

ମୀନ: ରୋଜଗାରକ୍ଷମ ହୋଇପାରନ୍ତି। ସୁଖ ସନ୍ତୋଷ ଲାଭ କରିବେ। ମିଷ୍ଟାନ୍ନ ଭୋଜନ ମିଳିବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ପାଇ ଖୁସି ହେବେ। ସୁଚିନ୍ତକ ହେବେ।

Leave A Reply