ମଙ୍ଗଳବାର ରାଶିଫଳ

0

ମେଷ: ଉଚ୍ଚ ମହଲରେ ପରିଚିତ ହେବେ। ସଞ୍ଚାୟାଭିମୁଖୀ ହେଲେ ବି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ଯେକୌଣସି ସୂତ୍ରରୁ ଅର୍ଥ ମିଳିବ। ସତ୍‍କର୍ମରେ ନିୟୋଜିତ ହେବେ।

ବୃଷ: ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଧୈର୍ଯ୍ୟହରା ନହୋଇ କାର୍ଯ୍ୟ ନିର୍ବର୍ାହ କଲେ ସଫଳତା ମିଳିବ। ସେବା ମନୋଭାବ ଗ୍ରହଣ କରିପାରନ୍ତି। କୀର୍ତ୍ତିମାନ ହେବେ।

ମିଥୁନ: ଗବେଷଣା କରିବାକୁ ଆଗ୍ରହୀ ହେବେ। ଉଦାର ପ୍ରକୃତିର ହୋଇପାରନ୍ତି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟିବ। ବିବାଦରେ ବିଜୟୀ ହେବେ।

କର୍କଟ: କାର୍ଯ୍ୟ କରିବାର ଆଗ୍ରହ ହରାଇ ପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

ସିଂହ: ଚାଲି ଚଳନ ଓ ବ୍ୟବହାରରେ ସୌଜନ୍ୟ ପ୍ରକାଶ କରିପାରନ୍ତି। ସୁଖକର ଘଟଣାମାନ ଘଟିପାରେ। କର୍ମରେ ସଫଳ ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଆନନ୍ଦ ଉପଭୋଗ କରିବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।

କନ୍ୟା: ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବ୍ୟସ୍ତ ମଧ୍ୟରେ ଦିନଟି ଅତିବାହିତ ହେବ। ଋଣ ପରିଶୋଧ କରିବେ।

ତୁଳା: ପଠନ, ଲିଖନ ଉପରେ ଧ୍ୟାନରତ ହୋଇପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖ ସମୃଦ୍ଧି କରାୟତ୍ତ ହେବ। ଭାଗ୍ୟଶାଳୀ ହେବେ।

ବିଛା: ପରିବେଶ ଆପଣଙ୍କ ପାଇଁ ଲାଭପ୍ରଦ ହେବ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟାଙ୍କନ ହେବ। ଦାନଶୀଳ ହୋଇପାରନ୍ତି। ଉଦାର ସ୍ୱଭାବର ହେବେ।

ଧନୁ: ସମ୍ମାନିତ ହେବେ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଅଶାନ୍ତିର ଅବସାନ ଘଟିବ। ସରକାରୀ ସ୍ତରରୁ ଲାଭବାନ ହେବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ସ୍ୱାଧୀନ ଚେତ୍ତା ହେବେ।

ମକର: ପୁରୁଣା କଥା ମନେ ପକାଇ ଧନ୍ଦି ହୋଇପାରନ୍ତି। ମନରେ ଘୃଣାଭାବ ଆସିପାରେ। ଆକସ୍ମିକ ସମସ୍ୟା ଦେଖା ଦେଇପାରେ। ଯେକୌଣସି ସୂତ୍ରରୁ ଧନାଗମର ସୂଚନା ମିଳୁଛି। ଈର୍ଷା ପରିତ୍ୟାଗ କଲେ ଜନାଦୃତ ହେବେ। ସ୍ୱାସ୍ଥ୍ୟ ଉପରେ ନଜର ଦେବେ।

କୁମ୍ଭ: ସୁଖ ସମ୍ମାନ ଲାଭ କରିପାରନ୍ତି। ଭଲ କାମ ହାତକୁ ଆସିବ। ଅପାର ଗୁଣର ଅଧିକାରୀ ହେବେ। ଧନଯୁକ୍ତ ହେବେ। ପରୋପକାରୀ ହୋଇପାରନ୍ତି। ଉପାର୍ଜନ ଉଣା ହେବ ନାହିଁ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ।

ମୀନ: ସାମୟିକ ଭାବେ କୌଣସି ସ୍ଥାନରେ ଅଟକି ଯାଇପାରନ୍ତି। ଖର୍ଚ୍ଚ ବୃଦ୍ଧି ହେବାର ସୂଚନା ମିଳୁଛି। ମଧୁରଭାଷୀ ହେବେ। ଭାଇମାନଙ୍କ ପ୍ରତି ଶ୍ରଦ୍ଧାଭାବ ରହିବ। ଚକ୍ଷୁରେ ପୀଡ଼ା ଉପୁଜି ପାରେ। କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ସତ୍‍ସଙ୍ଗୀ ହେବେ।

Leave A Reply