ସୋମବାର ରାଶିଫଳ

0

ମେଷ: ସମ୍ମାନର ସହ କାର୍ଯ୍ୟ ସମ୍ପାଦନ କରିବେ। ଆୟ ଯଥେଷ୍ଟ ପରିମାଣର ହୋଇପାରେ। କୀର୍ତ୍ତିମାନ ହେବେ। ଧର୍ମ କର୍ମରେ ଦୀକ୍ଷିତ ହେବେ। ଦେବ ଦର୍ଶନ କରି ସୁଖୀ ହେବେ। ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ମିଳିବ।

ବୃଷ: ଯାତ୍ରା ଶୁଭଙ୍କର ହେବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତିର୍, ମର୍ତ୍ତିର୍, ସତ୍ତ୍ୱ, ସନ୍ତୋଷ, ବହୁବିଧର ଅଧିକାରୀ ହେବେ। ଗୁଣଜ୍ଞ ହେବେ।

ମିଥୁନ: କୃତିତ୍ୱ ଅର୍ଜନ କରିପାରନ୍ତି। ମିତ୍ର ଲାଭ ହେବ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସୁଖମୟ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମିଳିବ। ଭାଗ୍ୟଶାଳୀ ହେବେ।

କର୍କଟ: ଭାଇ ଭାଇ ସଂପର୍କ ଭଲ ରହିବ। ସୁଖ ମିଳିବା କଷ୍ଟକର ହୋଇପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ଚିନ୍ତାଶୀଳ ହୋଇପାରନ୍ତି। ଶତ୍ରୁନାଶ କରି ଆଶ୍ୱସ୍ତ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ସିଂହ: ଯାତ୍ରା ଶୁଭଦାୟକ ହେବ। ବହୁମିତ୍ରଙ୍କ ସାନ୍ନିଧ୍ୟ ଲାଭ କରିବେ। ଭାଗ୍ୟବାନ ହୋଇପାରନ୍ତି। ବନ୍ଧୁ ବାନ୍ଧବଙ୍କ ସହାୟତା ପାଇ ଆନନ୍ଦ ଅନୁଭବ କରିବେ। ଧୈର୍ଯ୍ୟବାନ ହୋଇପାରନ୍ତି। ଯଶସ୍ୱୀ ହେବେ। ବ୍ୟବସାୟ ଲାଭଜନକ ହେବ।

କନ୍ୟା: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଶତ୍ରୁ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଚାକିରି କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟ ପାତ୍ର ହେବେ। ଶତ୍ରୁହନ୍ତା ହେବେ। ସବୁଠାରେ ସମ୍ମାନ ପାଇବେ।

ତୁଳା: ମାନସିକ ଅବସ୍ଥାର ପରିବର୍ତ୍ତନ ଘଟାଇପାରନ୍ତି। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ବିଚାର-ବିମର୍ଶ ଓ ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ଅବଶ୍ୟ ମିଳିବ। କନ୍ୟା, ପୁତ୍ରାଦି ଲାଭ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ବିଛା: ସାମୟିକ ଭାବେ ମାନସିକ ଅସ୍ଥିରତା ଦେଖାଦେଇ ପାରେ। ବାଦ-ବିବାଦରେ ବିଜୟୀ ହେବେ। ଉଚ୍ଚ ଆଶା ଫଳବତୀ ହେବ। କାର୍ଯ୍ୟରେ ସଫଳତା ମିଳିବ। ଉଦାର ସ୍ୱଭାବର ହୋଇପାରନ୍ତି। କୃଷିକର୍ମ ଉପରେ ଧ୍ୟାନ ଦେବେ। ଦାନଶୀଳ ହେବେ।

ଧନୁ: ଅକ୍ଳେଶରେ କାର୍ଯ୍ୟ ହାସଲ କରିବେ। ମନ ପ୍ରସନ୍ନ ରହିବ। ପୂଜାର୍ଚ୍ଚନାରେ ମନୋନିବେଶ କରିପାରନ୍ତି। ବିବାଦରେ ବିଜୟୀ ହେବେ। ପ୍ରତିଯୋଗିତାରେ ଜିଣି ସୁନାମ ଅର୍ଜନ କରିପାରନ୍ତି। ଦେଖା ଦେଇଥିବା ସମସ୍ୟାର ସମାଧାନ ହେବ।

ମକର: ଅଜାଣତରେ ଶତ୍ରୁତା ସୃଷ୍ଟି ହେବାର ଜଣାପଡୁଛି। ଧନାଗମରୁ ସୂଚନା ମିଳୁଛି। ଆଶାବାଦୀ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ମଧ୍ୟମ ଧରଣର ଶୁଭଫଳ ମିଳିବ। ଯାନବାହନ ସୁଖ ମିଳିପାରେ।

କୁମ୍ଭ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆୟ ଉତ୍ତମ ଧରଣର ହେବ। ନୂଆବନ୍ଧୁ ଜୁଟିବେ।

ମୀନ: ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାବୁ ପଡ଼ିବ। ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିବେ। ମଧୁର କଥା କହି ଲୋକଙ୍କ ମନ ନେଇପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ବିବାଦୀୟ ବିତର୍କରୁ ଦୂରେଇ ରହିବେ।

Leave A Reply