ରବିବାର ରାଶିଫଳ

0

ମେଷ: ଅପ୍ରିୟ ପରିସ୍ଥିିତିରୁ ଉଧୁରି ଯିବେ। ସୁଖ ସନ୍ତୋଷ ଲାଭ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି।

ବୃଷ: ସମ୍ମାନ ସୂଚକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତି କରିବେ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସୁଖ ମିଳିବ।

ମିଥୁନ: ହଠାତ୍‍ ଦୂରଯାତ୍ରା କରିପାରନ୍ତି। ହୃଦୟରେ ସୌଜନ୍ୟତା ପ୍ରକାଶ ପାଇବ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ଧର୍ମାତ୍ମା, ପ୍ରବାସପ୍ରିୟ ଓ ବିଦ୍ୱାନ ହେବେ।

କର୍କଟ: ପିଲାମାନଙ୍କ ପାଠପଢ଼ାକୁ ନେଇ ଅଶାନ୍ତି ଉପୁଜିପାରେ। ଦୂର ଯାତ୍ରା କରି ପାରନ୍ତି। ଈର୍ଷା ପରାୟଣ ହେବେ। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ସିଂହ: ଲାଗି ରହିଥିବା ବିବାଦର ସମାଧାନ ହେବ। ବ୍ୟବସାୟ ଲାଭଜନକ ହୋଇପାରେ। ସମାଜ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହୋଇପାରନ୍ତି।

କନ୍ୟା: ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହେବେ। ଚାକିରିକ୍ଷେତ୍ରରେ ଢ଼େର ସୁନାମ ଅର୍ଜନ କରି ସରକାରଙ୍କ ପ୍ରିୟପାତ୍ର ହେବେ।

ତୁଳା: ସବୁ ଶୁଣିବେ; ମାତ୍ର କାହାକୁ କିଛି କହିବେ ନାହିଁ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ତନ୍ତ୍ର ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହୋଇପାରନ୍ତି। ବ୍ୟବସାୟରୁ ପ୍ରଚୁର ଧନଲାଭର ସୂଚନା ମିଳୁଛି।

ବିଛା: ପରିବାର ପାଇଁ କିଛି ଚିନ୍ତିତ ହେବେ। ଅନ୍ୟାୟର ପ୍ରତିବାଦ କରିବେ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନ ଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। କୃଷି ଉପରେ ଧ୍ୟାନ ଦେବେ। ବୁଦ୍ଧିମାନ ହେବେ।

ଧନୁ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସମୀକ୍ଷା କରିବେ। ଦୃଢ଼ ମନୋବଳକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ମଧୁର ଭାଷୀ ହେବେ। ମେଳାପୀ ପ୍ରକୃତିର ହେବେ। ସାହସୀ ହେବେ।

ମକର: ଅବାଞ୍ଛିତ ଘଟଣା ଘଟିପାରେ। ମନରେ ଉଦ୍‍ବେଗ ଜାତ ହୋଇପାରେ। ଭାଗ୍ୟର ପରିବର୍ତ୍ତନ ଘଟିବ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ପରଦେଶ ବାସୀ, ସହନଶୀଳ, ଶାନ୍ତପ୍ରିୟ ହେବେ। ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି।

କୁମ୍ଭ: ଶକ୍ତିମାନ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇ ପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି। କାର୍ଯ୍ୟ ଦକ୍ଷ ହୋଇପାରନ୍ତି।

ମୀନ: ମନରେ ପ୍ରସନ୍ନତା ଦେଖା ଦେଇପାରେ। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ମଧୁର ବଚନରେ ଜନ-ମନ ତୋଷ କରିବେ। ଚକ୍ଷୁପୀଡ଼ା ଅନୁଭବ କରିବେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି।

Leave A Reply