ଶନିବାର ରାଶିଫଳ

0

ମେଷ: ଯାତ୍ରାକାଳୀନ ସଫଳତା ମିଳବ। ଆଦର ସମ୍ମାନ ପାଇ ଉତ୍‍ଫୁଲ୍ଲିତ ହେବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ କରିବେ। ବିିବାଦରେ ବିଜୟୀ ହେବେ।

ବୃଷ: ଜନାଦୃତ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଆନନ୍ଦ ଉତ୍ସବ ଲାଗି ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମିଥୁନ: ବନ୍ଧୁ ମିଳନରେ ଆନନ୍ଦ ଅନୁଭବ କରି କରିପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।

କର୍କଟ: କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ଯୋଗ ଅଛି। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ଦିନଟି ପ୍ରଶସ୍ତ ରହିଛି। ସୁଖାଦ୍ୟ ମିଳିବ।

ସିଂହ: ନିଷ୍ଠାପର ଭାବେ କାର୍ଯ୍ୟ କରିପାରନ୍ତି। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଶୁଭ କାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ।

କନ୍ୟା: ଅନୁସନ୍ଧାନରେ ସଫଳତା ମିଳିବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧ୍ୟୟନରତ ହୋଇପାରନ୍ତି। ସୁଖମୟ ସମୟ ବିତାଇବେ। ଚଞ୍ଚଳଚେଷ୍ଟିତ ହେବେ।

ତୁଳା: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ବନ୍ଧୁ ମିଳନରେ ଆନନ୍ଦ ଅନୁଭବ କରିପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ସତର୍କରେ ଚଳିବେ।

ବିଛା: କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ଘଟିପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।

ଧନୁ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ନିଷ୍ପତ୍ତି ନେଇ ପାରନ୍ତି। ଆଶାବାଦୀ ହେବେ। ମନସ୍କାମନା ପୂରଣ ହେବ; ମାତ୍ର ବିଳମ୍ବରେ। ଧନାଗମର ସମ୍ଭାବନା ଅଛି। ଭାଗ୍ୟଶାଳୀ ହୋଇପାରନ୍ତି। ଅବିବାହିତଙ୍କର ବିବାହ ବିଳମ୍ବିତ ହୋଇପାରେ।

ମକର: ବ୍ୟବସାୟରେ ଅର୍ଥ ବିନିଯୋଗ ଫଳଦାୟକ ହେବ। ଅଧିକ ଉପାର୍ଜନର ସୂଚନା ମିଳୁଛି। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ।

କୁମ୍ଭ: ଧନାଗମର ସୂଚନା ମିଳୁଛି। ମନ୍ତ୍ରଣାଦାତା ହୋଇପାରନ୍ତି। ସୁକୃତୀ ସମ୍ପନ୍ନ ହେବେ। ଶାସ୍ତ୍ରଜ୍ଞାତା ହୋଇପାରନ୍ତି। ବ୍ରତଧାରୀ ହେବେ। ଶୁଭକାର୍ଯ୍ୟରେ ବ୍ୟୟଧିକ କରିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ଭଲ।

ମୀନ: ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। କରିତକର୍ମା ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିୟୋଜିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Leave A Reply