ଶୁକ୍ରବାର ରାଶିଫଳ (୦୩/୦୪/୨୦୨୦)

ମେଷ: କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେଇପାରନ୍ତି। ଯାନବାହନ ସୁଖ ମିଳିପାରେ। ସୁଖଭୋଗ କରିବେ। ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ। ପରଧନରେ ଧନୀ ହୋଇପାରନ୍ତି। ବହୁ ବିଦ୍ୟା ପାରଙ୍ଗମ ହେବେ।

ବୃଷ: ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଧାର୍ମିକ ହେବେ। ଶିଳ୍ପୋଦ୍ୟୋଗୀ ହୋଇପାରନ୍ତି। ହାସ୍ୟଯୁକ୍ତ ଓ କ୍ରିୟାଶୀଳ ହେବେ। କୀର୍ତ୍ତିମାନ୍‍ ହେବେ। ପ୍ରସନ୍ନତା ଲାଭ କରିବେ।

ମିଥୁନ: ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନର ଅଧିକାରୀ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତିସୁଖୀ ଓ କୀର୍ତ୍ତିମାନ୍‍ ହୋଇପାରନ୍ତି। ସହିଷ୍ଣୁ ଓ ଉତ୍ତମ ସ୍ୱାସ୍ଥ୍ୟ ସମ୍ପନ୍ନ ହେବେ। ନୃତ୍ୟ-ସଙ୍ଗୀତପ୍ରିୟ ହୋଇପାରନ୍ତି। ସତ୍‍କର୍ମରେ ନିୟୋଜିତ ହେବେ।

କର୍କଟ: ଧନବାନ୍‍ ହେବେ। ସୁଗୁଣ ସମ୍ପନ୍ନ ହୋଇପାରନ୍ତି। ଅଧିକ ଉପାର୍ଜନ କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ। ଶକ୍ତିମାନ୍‍ ହୋଇପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ। ଚିନ୍ତାଧାରା ମହତ୍‍ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ସିଂହ: ଯାତ୍ରା ସ୍ଥଗିତ ରଖିବାକୁ ପଡ଼ିବ। ଅଯଥା ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ବାଧା-ବିଘ୍ନର ସମ୍ମୁଖୀନ ହୋଇପାରନ୍ତି। ଦୟାଳୁ ସ୍ୱଭାବର ହେବେ। ଶିଷ୍ଟାଚାର ସଂପନ୍ନ ହୋଇପାରନ୍ତି। ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶତ୍ରୁମାନଙ୍କ ପ୍ରତି ସତର୍କ ହେବେ।

କନ୍ୟା: ଆୟ ଆଶାନୁରୂପ ହେବ। ବ୍ୟବସାୟ ଲାଭଜନକ ହେବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‍ ହେବେ। ଭୋଗ ବିଳାସ କରିପାରନ୍ତି। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ।

ତୁଳା: ବହୁ ସୁଫଳ ଆଶାକରାଯାଏ। କାର୍ଯ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ। ଉନ୍ନତିମାର୍ଗରେ ଆଗକୁ ବଢ଼ିବେ। ଉଚ୍ଚ ଆଶା ଫଳବତୀ ହେବ। ସରକାରୀ ଅର୍ଥ ପ୍ରାପ୍ତ ହେବେ। କୀର୍ତ୍ତିମାନ୍‍ ହେବେ। ବହୁବିଧ ଧନର ଅଧିକାରୀ ହେବେ। ଗୁଣ ସାଗର ହେବେ।

ବିଛା: ଉଦାସୀନ ହୋଇପାରନ୍ତି। କର୍ମକ୍ଷେତ୍ର ଆନନ୍ଦଦାୟକ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ବନ୍ଧୁ ଦର୍ଶନର ସୁଯୋଗ ଅଛି। ଶୁଭକର୍ମ ସଂପାଦନ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ରୂପବାନ୍‍ ଓ ସୁଖୀ ହେବେ।

ଧନୁ: ଶତ୍ରୁ ଦମନ କରିବାରେ ସକ୍ଷମ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ମନ ଅସ୍ଥିିର ରହିପାରେ। ସାହସୀ ହେବେ। କୁଶଳୀ ହେବେ। ବାଞ୍ଛିତ କାର୍ଯ୍ୟ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ମକର: ପ୍ରୀତି ଲାଭ କରିପାରନ୍ତି। ସତ୍‍ସଙ୍ଗୀ ହେବେ। ପଡ଼ୋଶୀଙ୍କ ସହିତ ସଦ୍ଭାବନାରେ ଚଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବ ସୁଖ ମିଳିପାରେ। ବ୍ୟବସାୟ ଲାଭଜନକ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଧନଲାଭ ହେବ।

କୁମ୍ଭ: ଚିନ୍ତା ଦୂର ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ଦମନ କରିପାରନ୍ତି। ମିତ୍ର, କ୍ଷେତ୍ର, ଗ୍ରାମ, ଉତ୍ତମ ଯାନବାହନ, ନାନାସୁଖ ଲାଭ କରିବେ। ସେବା-ପୂଜା ନିରତ ହେବେ। ନିତ୍ୟାନନ୍ଦ ଭୋଗ କରିବେ।

ମୀନ: ଧର୍ମ କାର୍ଯ୍ୟରେ ଲିପ୍ତ ରହିପାରନ୍ତି। ଉନ୍ନତିମାର୍ଗରେ ଆଗକୁ ବଢ଼ିବେ। ବନ୍ଧୁ ଦର୍ଶନ କରି ସୁଖ ଅନୁଭବ କରିବେ। କର୍ମ ତତ୍ପରତା ପ୍ରକାଶ ପାଇବ।

Comments are closed.