ଶୁକ୍ରବାର ରାଶିଫଳ

ମେଷ: ଅର୍ଥ ସଞ୍ଚୟ ପାଇଁ ଯତ୍ନବାନ୍‌ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁଷମ ଖାଦ୍ୟ ମିଳିବ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ବନ୍ଧୁ ଓ ସରକାରୀ ସହାୟତା ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନବାନ୍‌ ହେବେ। ବଳିଷ୍ଠ ହେବେ।

ବୃଷ: ଅଧିକାରରେ ପରିବର୍ତ୍ତନ ଘଟିପାରେ। କାର୍ଯ୍ୟ ବିଳମ୍ବିତ ହେବ। ଖର୍ଚ୍ଚ ପରିମାଣ ବୃଦ୍ଧି ହେବ। ଦୀର୍ଘଦିନର ଆଶା ପୂରଣ ହେବ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଶତ୍ରୁମାନଙ୍କ ଉପରେ ନଜର ରଖିବାକୁ ପଡ଼ିବ। ସୁଭାଷୀ ହୋଇପାରନ୍ତି।

ମିଥୁନ: ଭ୍ରମଣ ଫଳପ୍ରଦ ହୋଇପାରେ। ସୁଖ ସମ୍ମାନ ଲାଭ କରିପାରନ୍ତି। ବିବାଦରେ ବିଜୟୀ ହେବେ। ଦେବ ଦର୍ଶନ କରି ପାପମୁକ୍ତ ହେବେ। ଯାନ-ବାହନ ସୁଖ ମିଳି ପାରେ। କୀର୍ତ୍ତିମାନ୍‍ ହେବେ। କରିତ୍‍କର୍ମା ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ।

କର୍କଟ: ବନ୍ଧୁ ମିଳନରେ ଲାଭବାନ୍‍ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। କାର୍ଯ୍ୟରେ ସଫଳତା ମିଳିିବ। ନୀତିନିଷ୍ଠ ହେବା ଆଶା କରାଯାଏ। ସରକାରୀ ଅର୍ଥ ମିଳିବ। ପ୍ରଦୂଷଣମୁକ୍ତ ଗୃହରେ ବାସ କରିପାରନ୍ତି। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ ଆଦି ସବୁ କିଛି ମିଳିବ।

ସିଂହ: କାର୍ଯ୍ୟ ଅନୁସାରେ ଫଳପ୍ରାପ୍ତ ହେବେ। ପରୋପକାର କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ସୁଖ-ସମ ଭିନ୍ନ ଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳାଙ୍କ ସମସ୍ୟାର ସମାଧାନ କରିପାରନ୍ତି।

କନ୍ୟା: ଭୂମି ଲାଭ ହେବା ସୁଯୋଗ ସୃଷ୍ଟି ହୋଇଛି। ଆପଣଙ୍କ କର୍ମ କୁଶଳତା ପ୍ରକାଶ ପାଇବ। ଚିନ୍ତାମୁକ୍ତ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ପାରିବାରିକ ସମସ୍ୟାର ସମାଧାନ ହେବ। ସତର୍କତାର ଦିନଟି ଆଜି। ଜଳଯାତ୍ରା, ଉଚ୍ଚସ୍ଥାନ ଆରୋହଣ ନ କରିବା ଭଲ।

ତୁଳା: ମାଲିମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଅନୁଗୃହୀତ ଲାଭ କରି ପାରନ୍ତି। କୀର୍ତ୍ତିମାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସମୃଦ୍ଧିର ମୂଳ ଦୁଆ ପଡ଼ିବ।

ବିଛା: ପର ପାଇଁ କଷ୍ଟ ଭୋଗ କରିପାରନ୍ତି। ଅଭୀଷ୍ଟ ସିଦ୍ଧି ହୋଇପାରେ। ସଞ୍ଚୟାଭି ମୁଖୀ ହୋଇପାରନ୍ତି। ଶତ୍ରୁ ବିନାଶ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ବହୁଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଉତ୍ତମ ବଂଶରୁ କନ୍ୟା-ରତ୍ନ ଆଣି ପାରନ୍ତି।

ଧନୁ: ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି। ଦ୍ରବ୍ୟ ନଷ୍ଟ ହୋଇପାରେ। ମନରେ ଅଶାନ୍ତି ଦେଖା ଦେଇପାରେ। ଧନପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ମନରେ ସ୍ଥିରତା ଆସିବ। କୀର୍ତ୍ତିସମ୍ଭ ସ୍ଥାପନ କରି ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହେବେ।

ମକର: ପରପାଇଁ ଦାୟୀ ହେବେ। ଦ୍ରବ୍ୟ ନଷ୍ଟ ହେବାର ସୂଚନା ମିଳୁଛି। ପାରିବାରିକ କ୍ଷେତ୍ରରେ ସୁଖ ସମୃଦ୍ଧିର ସୌଭାଗ୍ୟ ଅଛି। ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି। ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି। ସତ୍‍ସଙ୍ଗୀ ହେବେ। ସଦ୍ଭାବନା ବୃଦ୍ଧି ହେବ।

କୁମ୍ଭ: ଭ୍ରାତୃ ସ୍ନେହ ପୁନଃ ସ୍ଥାପନ ହେବ। ପରିଶ୍ରମର ମୂଲ୍ୟ ମିଳିବ। ସୁଖାଦ୍ୟ ମିଳିପାରେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଉପଯୁକ୍ତ ପରାମର୍ଶଦାତା ହେବେ। ଆପଣଙ୍କ ହିତ ଉପଦେଶ ସୁଫଳ ଦାୟକ ହେବା ଆଶାକରାଯାଉଛି।

ମୀନ: ବନ୍ଧୁ ବର୍ଗରେ ଅପ୍ରସ୍ତୁତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଭାଗ୍ୟଶାଳୀ ହେବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଳମ୍ବିତ ହୋଇପାରେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପାରିବାରିକ ସ୍ନେହ, ଶ୍ରଦ୍ଧା ମିଳିବ।

Comments are closed.