ଶନିବାର ରାଶିଫଳ

0

ମେଷ: ଆକସ୍ମିକ ଭାବେ ବ୍ୟୟର ଭାର ବଢ଼ି ଯାଇପାରେ। ଅତଙ୍କିତ ଅବସ୍ଥା ସୃଷ୍ଟି ହେବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ସମ୍ପାଦନ କରିବେ। ବିଭିନ୍ନ ମହଲରୁ ସୁପରାମର୍ଶ ମିଳିବ। ଉଚ୍ଚ ସମ୍ମାନ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି।

ବୃଷ: ଋଣ ପରିଶୋଧ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। କର୍ତ୍ତବ୍ୟ ପରାୟଣ ହେବେ। ଭକ୍ତି ମାର୍ଗରେ ମନ ବଳିବ।

ମିଥୁନ: ଯାନବାହନ କ୍ରୟ କରିପାରନ୍ତି। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସ୍ଥିତି ଅନୁକୂଳ ରହିଛି। ଚିନ୍ତାଧାରା ଉନ୍ନତମାନର ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ମାତ୍ର ବିଳମ୍ବରେ।

କର୍କଟ: ଲାଗି ରହିଥିବା ବିବାଦରେ ସୁ-ସମ୍ମାନ ହେବ। ପ୍ରଶଂସିତ ହୋଇପାରନ୍ତି। ସୁଖ ସମ୍ମାନ ମିିଳିପାରେ। ମାନ୍ୟତା ପ୍ରାପ୍ତ ହେବେ। ସଙ୍ଗିନ ଉନ୍ନତି ଆଶାକରାଯାଏ। ସକଳ ଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।

ସିଂହ: ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। କୌଣସି ଭାବେ ମନଇଚ୍ଛା କାର୍ଯ୍ୟ କରିବା କଷ୍ଟ ସାଧ୍ୟ ହେବ। କୁସଙ୍ଗକୁ ପରିତ୍ୟାଗ କରି କାର୍ଯ୍ୟରୁ ବିରତ ହେବେ। ଭାଗ୍ୟଶାଳୀ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ସୁଖ ମିଳିବ। ଗୁଣଜ୍ଞ ହେବେ।

କନ୍ୟା: ମର୍ଯ୍ୟାଦା ପ୍ରାପ୍ତ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ ଭୋଜନରେ ଆପ୍ୟାୟିତ ହେବେ। ପରିଶ୍ରମର ସୁଫଳ ପାଇବେ। ଶୁଭ ଖବର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ।

ତୁଳା: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଭିନ୍ନ ଭିନ୍ନ ସ୍ତରରୁ ସାହାଯ୍ୟ, ସହଯୋଗ ମିଳିବ। ଚିନ୍ତା ଦୂରହେବ। ସେବା ଭାବନା ମନରେ ଜାଗ୍ରତ ହୋଇପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।

ବିଛା: ଦିନଟି ସତର୍କତାର ଦିନ। ବିଭିନ୍ନ ସ୍ତରରୁ ଧନ ସହିତ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ରୁଚି ଉନ୍ନତମାନର ହୋଇପାରେ। ପରିସ୍ଥିତି ଅନୁକୂଳ ରହିଛି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ।

ଧନୁ: ନୂତନ କାର୍ଯ୍ୟରେ ଯୋଗଦେଇ ପାରନ୍ତି। ସୁଖ-ସମ୍ଭୋଗ ପାଇଁ ଦିନଟି ପ୍ରଶସ୍ତ ରହିଛି। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ।

ମକର: ଲାଗି ରହିଥିବା ଅର୍ଥାଭାବ ହଠାତ୍‍ ଦୂରେଇ ଯିବ। ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ସବୁ ବାଧା-ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ି ପାରନ୍ତି। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ବିବାଦର ସମାଧାନ ହେବ। ଦାମ୍ପତ୍ୟ ସୁଖ ମିଳିବ।

କୁମ୍ଭ: ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ସୁଖ ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବିଖ୍ୟାତ କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରନ୍ତି। ଲୋକପ୍ରିୟ ହେବେ। ସତ୍ୟରତ ହୋଇପାରନ୍ତି।

ମୀନ: ଶତ୍ରୁ ଆୟତ୍ତାଧୀନ ହୋଇପାରେ। ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ବନ୍ଧୁ ମହଲରୁ ସାହାଯ୍ୟ ସହାନୁଭୂତି ମିଳିପାରେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ପତ୍ନୀଙ୍କ ଅଧୀନ ହେବେ।

Leave A Reply