ସୋମବାର ରାଶିଫଳ (୨୪। ୦୨। ୨୦୨୦)

ମେଷ : ଯାତ୍ରା ଶୁଭଦାୟକ ହେବ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳମନା, ଯଶସ୍ବୀ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅର୍ଥ ମିଳିବ।
ବୃଷ : ଯୋଗାଯୋଗରେ ସଫଳତା ଲାଭ କରିବେ। ପରିଶ୍ରମର ମୂଲ୍ୟ ମିଳିବ। କୁଳ ପ୍ରଦୀପ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିବେ।
ମିଥୁନ : ଘାତଚନ୍ଦ୍ର ଭୋଗ ହେତୁ ଈଶ୍ବର ଚିନ୍ତନ ଜରୁରୀ ଅଟେ। ମନରେ ସେବା ଭାବ ଜାଗ୍ରତ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌ ଓ ସାହସୀ ହେବେ।
କର୍କଟ : ଚାଲୁ ରହିଥିବା କାର୍ଯ୍ୟ କିଛି ସମୟ ପାଇଁ ଅଟକି ଯାଇପାରେ। ଦୁଃଖଦ ଖବର ପାଇପାରନ୍ତି। ଈର୍ଷା ପରାୟଣ ହେବେ। ସ୍ବାଭିମାନୀ ହୋଇପାରନ୍ତି। ସର୍ଦି ଓ କଫଜନିତ ପୀଡ଼ା ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ସିଂହ : ମିଳିଥିବା ସୁଯୋଗର ହାତଛଡ଼ା କରନ୍ତୁ ନାହିଁ। ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ମନରେ ଅହଂଭାବ ଆସିପାରେ। ପତ୍ନୀଙ୍କ ପରାମର୍ଶ ମାନି ଚଳିବେ।
କନ୍ୟା : ଯୋଗାଯୋଗରୁ ସୁଫଳ ମିଳିବ। କୌଣସି କାରଣରୁ ଉପୁଜି ଥିବା କ୍ରୋଧକୁ ନିଜ ଗୁଣରେ ସମ୍ବରଣ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ବହୁ ସୁନାମର ଅଧିକାରୀ ହୋଇପାରନ୍ତି। ଶାରୀରିକ ଶକ୍ତି ବୃଦ୍ଧି ହେବ।
ତୁଳା : ମନରେ ଉପୁଜି ଥିବା ସନ୍ଦେହ ଦୂର ହେବ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳମନା ହେବେ। ଆକସ୍ମିକ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ସୁଖୀ ହେବେ।
ବିଛା : ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି। ସୁଖଭୋଗ କରିବେ। ଶୋଭନ ବ୍ୟକ୍ତିତ୍ବର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି।
ଧନୁ : ଯାତ୍ରା ଶୁଭଦାୟକ ହେବ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର, ସମ୍ମାନ ପାଇ ଖୁସି ହେବେ।
ମକର : ଅର୍ଥ ପାଇଁ ବ୍ୟତିବ୍ୟସ୍ତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ବ୍ୟକ୍ତିତ୍ବର ବିକାଶ ଘଟାଇ ପାରନ୍ତି। ପ୍ରବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର, ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।
କୁମ୍ଭ : ଜନସାଧାରଣଙ୍କ କଲ୍ୟାଣଭାଜନ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ବର୍ଯ୍ୟଯୁକ୍ତ ହେବେ। ରଣାଙ୍ଗନରେ ବୀରତ୍ବ ପ୍ରକଟିତ ହେବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି।
ମୀନ : ଘାତଚନ୍ଦ୍ର ଭୋଗ ଯୋଗୁଁ ସତର୍କତାର ସହ ଚଳିବାକୁ ପଡ଼ିବ। ଥଣ୍ଡା-କଫଜନିତ ସାମାନ୍ୟ ପୀଡା ଅନୁଭବ କରିବେ। ଚଞ୍ଚଳ ସ୍ବଭାବର ହେବେ। କୋମଳ ବଚନ କହି ପରକୁ ଆପଣାର କରିପାରନ୍ତି। ସାହସୀ ଓ ଜ୍ଞାନୀ ହେବେ।

Comments are closed.