ଗୁରୁବାର ରାଶିଫଳ(୨୩/୦୪/୨୦୨୦)
ମେଷ: ଅଶ୍ୱିନୀ ଓ କୃତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଆୟ ବୃଦ୍ଧିର ସୂଚନା ମିଳୁଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତିି। ସ୍ୱାସ୍ଥ୍ୟ ଅତୁଟ ରହିବ। ସରକାରୀ ସ୍ତରରୁ ମାନ୍ୟତା ପ୍ରାପ୍ତି ସହ ଅର୍ଥ ଲାଭ ହେବ। ଦ୍ୱିଜା ଘାତଚନ୍ଦ୍ର ହେତୁ ସତର୍କ ରହିବେ।
ବୃଷ: କୃତ୍ତିକା ଓ ରୋହିଣୀ ନକ୍ଷତ୍ର ଜାତବ୍ୟକ୍ତିଙ୍କର ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। ସର୍ବମଙ୍ଗଳ ଆଶା କରାଯାଏ। ମୃଗଶିରା ନକ୍ଷତ୍ର ଜାତବ୍ୟକ୍ତି ମଧୁରଭାଷୀ ହେଲେ ବି ଅଧିକ ବ୍ୟୟଜନିତ ଅର୍ଥାଭାବ ଭୋଗିପାରନ୍ତି।
ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତି ବହୁ ଶୁଭଫଳ ପ୍ରାପ୍ତ ହେବେ। ସର୍ବାଙ୍ଗୀଣ ଉନ୍ନତି ସମ୍ଭବ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ଗୃହରେ ଶାନ୍ତି ବିରାଜିତ ହେବ। ଅର୍ଥ ସହିତ ସମ୍ମାନ ମିଳିବ। ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରଙ୍କର ଅଳ୍ପ ସୁଖ।
କର୍କଟ: ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ପରିଶ୍ରମର ମୂଲ୍ୟ ମିଳିବ। ଧନଲାଭର ସୂଚନା ମିଳୁଛି। ଦୀର୍ଘ ଦିନର ଆଶା ପୂରଣ ହେବ। ସୁଖ ମିଳିବ। ସମ୍ପତ୍ତିବାନ୍ ହେବେ। ସମୃଦ୍ଧିର ମାର୍ଗ ଉନ୍ମୁକ୍ତ ହେବ। ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ର ବ୍ୟକ୍ତି ସମଫଳ ପ୍ରାପ୍ତ ହେବେ।
ସିଂହ: ମଘା ଓ ଉତ୍ତରା ଫାଲଗୁନୀ ନକ୍ଷତ୍ର ଜାତବ୍ୟକ୍ତି ସେବା ଧର୍ମକୁ ଆଦରି ନେଇ ପାରନ୍ତି। ଅନ୍ୟର ମଙ୍ଗଳ କାମନା କରି ନିଜେ ଉପକୃତ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ମନ ପ୍ରସନ୍ନ ରହିବ। ସ୍ନେହ-ଶ୍ରଦ୍ଧା ଲାଭ କରିପାରନ୍ତି। ପୂର୍ବା ଫାଲ୍ଗୁନୀର ସାମାନ୍ୟ ସୁଖ।
କନ୍ୟା: ଉତ୍ତରା ଫାଲ୍ଗୁନୀ ଓ ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ସୁଗୁଣ ସମ୍ପନ୍ନ ହେବେ। ପୂଜ୍ୟ ହେବେ। ଉତ୍ତମା ପତ୍ନୀ, ସୁବର୍ଣ୍ଣ ଓ ପୁତ୍ରାଦିଯୁକ୍ତ ହେବେ। ଶତ୍ରୁ ବଂଶୀୟ କନ୍ୟାର ପାଣି ଗ୍ରହଣ ଯୋଗ ଅଛି। ଚିତ୍ରା ନକ୍ଷତ୍ରରେ କ୍ଳେଶ ଓ ଅଶୁଭ ଫଳ।
Related Posts