ରବିବାର ରାଶିଫଳ

ମେଷ: ଭବିଷ୍ୟତ କାର୍ଯ୍ୟ ପାଇଁ ଚିନ୍ତା କରିବେ। ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ପରଧନରେ ଧନୀ ହୋଇପାରନ୍ତି। ଯୁବତୀମାନଙ୍କ ମନୋରଞ୍ଜନ କରିବେ। ରସିକ ଓ ବାଚାଳ ହେବେ। ପ୍ରିୟ ଭାଷୀ ଧନଯୁକ୍ତ ହେବେ।

ବୃଷ: ବିପଦର ସମ୍ମୁଖୀନ ହୋଇପାରନ୍ତି। ସୁଖ-ସମ୍ମାନ ଲାଭ କରିପାରନ୍ତି। ବହୁଦିନର ଆଶା ପୂରଣ ହୋଇପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଧାର୍ମିକ ହେବେ। ଶି​‌େ​‌ଳ୍ପାଦ୍ୟୋଗୀ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ରସିକ ଓ ବାଚାଳ ହୋଇପାରନ୍ତି।

ମିଥୁନ: ବହୁ ବ୍ୟୟରେ କାର୍ଯ୍ୟ ହାସଲ କରିବେ। ସେବା-ପୂଜାରେ ନିଜକୁ ନୟୋଜିତ କରିପାରନ୍ତି। ଅଷ୍ଟମଚନ୍ଦ୍ର ଘାତଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚ ସ୍ଥାନ ଆରୋହଣ, ଯାନ-ବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ। ଶାନ୍ତ, ନିପୁଣ, ମେଧାବୀ ଓ ଜିତେନ୍ଦ୍ରିୟ ହୋଇପାରନ୍ତି।

କର୍କଟ: ବିଭିନ୍ନ ସ୍ତରରେ ଉଦ୍ୟମ କରି ଆର୍ଥିକ ସ୍ଥିତିକୁ ବୃଦ୍ଧି କରିବେ। ଅଧିକାଂଶ ସ୍ତରରୁ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଶାନ୍ତ, ନିପୁଣ ଓ ମେଧାବୀ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କତାର ସହ ଚଳିବାକୁ ପଡ଼ିବ।

ସିଂହ: ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ। ସୁଖ-ସମ୍ମାନ ଲାଭ କରିବେ। ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ। ବନ୍ଧୁ ସହଯୋଗ ପାଇ ଉତ୍‍ଫୁଲ୍ଲିତ ହେବେ। ଚାଲୁ ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଦାମ୍ପତ୍ୟ ସୁଖ ମିଳିବ।

କନ୍ୟା: ନୂତନ କର୍ମକ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇ ପାରନ୍ତି। ଏଥି ପାଇଁ ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଧନ-ଜନ-ଗୋପ-ଲକ୍ଷ୍ମୀଙ୍କ ସହଯୋଗରୁ ଚତୁବର୍ଗ ପ୍ରାପ୍ତିର ଓ ଅର୍ଥ ସହ ପ୍ରୀତି ଲାଭ କରିପାରନ୍ତି। ବହୁ ସୁଖର ଅଧିକାରୀ ହେବେ।

ତୁଳା: ଅର୍ଥାଭାବ ଦୂର କରିବେ। ମନ ଇଚ୍ଛା କିଛି ନ କରି ପରାମର୍ଶ ନେଇ କାର୍ଯ୍ୟ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଉଚ୍ଚ ସମ୍ମାନର ସମ୍ମାନିତ ହେବେ। ସତ୍‍ସଙ୍ଗୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ପାଇଁ ସାମାଜିକ ଆଦର ମିଳିବ।

ବିଛା: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ବ୍ୟବସାୟ ଲାଭଜନକ ହେବ। କାର୍ଯ୍ୟ କ୍ଷେତ୍ର ସହଜ ସୁଲଭ ହେବ। ଗୃହ ପରିବେଶ ମଙ୍ଗଳମୟ ହେବ। ବହୁ ଧନ, ପୁତ୍ର ଓ ଉତ୍ତମ ବଂଶୋଭବ କନ୍ୟା ଦ୍ୱାରା ଉପକୃତ ହେବେ।

ଧନୁ: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଘାତଚନ୍ଦ୍ର ଭୋଗ ହେତୁ, ଯାନ-ବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଚିତ୍ତରେ ପ୍ରସନ୍ନତା ଦେଖା ଦେବ। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଲୋକ ସଂପର୍କରେ ଉନ୍ନତି ଘଟିବ।

ମକର: ସ୍ମରଣ ହାନି ଘଟିପାରେ। ନିରୁତ୍ସାହିତ ହୋଇପାରନ୍ତି। ବ୍ୟୟବୃଦ୍ଧି ହେବା ସହିତ ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ତ୍ୟାଗଶୀଳ ହେବେ। ନୀତିନିଷ୍ଠ ହୋଇପାରନ୍ତି। ଚଞ୍ଚଳମନା ହେବେ। କୀର୍ତ୍ତିମାନ୍‍ ଓ ସହିଷ୍ଣୁ ହେବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ।

କୁମ୍ଭ: କର୍ମକ୍ଷେତ୍ରରେ ଉତ୍ସାହ ଦ୍ୱିଗୁଣିତ ହୋଇପାରେ। ଆର୍ଥିକ ଲାଭର ସୂଚନା ମିଳୁଛି। ପାରିବାରିକ ଶାନ୍ତି ଯୋଗୁଁ ଆନନ୍ଦିତ ହେବେ। ଧନବାନ୍‍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ଉଣା ହେବ ନାହିଁ। ବଳିଷ୍ଠ ଓ ଶତ୍ରୁ ଦମନକାରୀ ହୋଇପାରନ୍ତି।

ମୀନ: ବେଳେବେଳେ ନିଜକୁ ଅସହାୟ ମନେ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରହିବେ। ଏପରି କି ଝୁଣ୍ଟି ପଡ଼ି ଯାଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ ଓ ଶ୍ରଦ୍ଧାଭାବ ରହିବ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ମଧୁରଭାଷୀ ହୋଇପାରନ୍ତି।

Comments are closed.