ମଙ୍ଗଳବାର ରାଶିଫଳ

ମେଷ: ଶତ୍ରୁ ସହିତ ମୁହଁା-ମୁହିଁ ହୋଇପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ଭ୍ରାତୃପ୍ରିୟ ହେବେ। ଧର୍ମମତି ହୋଇପାରନ୍ତି। ସୁଶୀଳ ଓ ସାଧୁହିତକାରୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।

ବୃଷ: ଉପୁଜି ଥିବା ଅପ୍ରିୟ ପରିସ୍ଥିତିରୁ ଉଧୁରି ଯାଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ପୁଣ୍ୟବାନ୍‌ ହେବେ। ସ୍ବଭାବ-ସୁଲଭ ଗୁଣର ଅଧିକାରୀ ହେବେ। ଜନବଲ୍ଲଭ ହୋଇପାରନ୍ତି।

ମିଥୁନ: ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହେବେ। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଉନ୍ନତି ପଥରେ ଆଗକୁ ବଢ଼ିପାରନ୍ତି। ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରତ ହେବେ।

କର୍କଟ: ଅଯଥାରେ କ୍ଷତି ସହିପାରନ୍ତି। ଚିନ୍ତାଗ୍ରସ୍ତ ହେବେ। ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତି ହେବେ। ରାଜପ୍ରାସାଦ ତୁଲ୍ୟ ସୁଖ ଭୋଗ କରିବେ। ଯାନବାହନ ସୁଖ ମିଳିପାରେ। ସରକାରୀ ମାନ୍ୟତା ମିଳିବ। ଧନବାନ ହେବେ।

ସିଂହ: ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। କୌଶଳ ପ୍ର​‌େ​‌ୟାଗ କରି କାର୍ଯ୍ୟ ହାସଲ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସରକାରଙ୍କ ଦ୍ବାରା ସମ୍ମାନିତ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ମାନସିକ ଅଶାନ୍ତି ଦୂର ହେବ।

କନ୍ୟା: ପଡ଼ୋଶୀଙ୍କ ସାହର୍ଯ୍ୟର ଆବଶ୍ୟକ ନାହିଁ। ସ୍ବୟଂକୃତ କାର୍ଯ୍ୟରେ ସଫଳତା ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସମ୍ମାନ ମିଳିବ। ଗୃହ ସୁଖ ମିଳିବ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି।

ତୁଳା: ଆଜିଠାରୁ ଅନଟନ ରହିବ ନାହିଁ। ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହୋଇପାରେ। ମନରେ ବ୍ୟାକୁଳତା ବୃଦ୍ଧି ହୋଇପାରେ। ଭାଗ୍ୟଶାଳୀ ହୋଇପାରନ୍ତି। ପତ୍ନୀ ପରାୟଣ ହେବେ। ସୁଖ ଭୋଗ କରିପାରନ୍ତି। ଧନାଗମ ହେବ। ଯାନ ସୁଖ ମିଳିପାରେ।

ବିଛା: ଚେଷ୍ଟାରେ ସଫଳତା ଲାଭ କରିପାରନ୍ତି। ରୋଜଗାର ଆଶାନୁରୂପ ହେବ। ସରକାର ବା ବନ୍ଧୁ ସହାୟତାରୁ ଲାଭବାନ୍‍ ହେବେ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ଧନୁ: ଅନୁସନ୍ଧାନରେ ସଫଳତା ଲାଭ କରିବେ। ପଥରୋଧ ଘଟିପାରେ। ଅଧିକ ବ୍ୟୟର ସମ୍ମୁଖୀନ ହେବେ। କଥାଶୈଳୀରେ ଅନ୍ୟକୁ ବଶ କରିପାରନ୍ତି। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସ୍ଥିିତି ଅନୁକୂଳ ରହିଛି। ବହୁଦିନର ଆଶାପୂରଣ ହେବ।

ମକର: ସ୍ମରଣ ହାନି ଘଟିପାରେ। ମୂଲ୍ୟବାନ ଦ୍ରବ୍ୟଲାଭର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। କର୍ମ ତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ। ସରକାରୀ ସହାୟତା ମିଳିବ। କରିତ୍‍କର୍ମା ହୋଇପାରନ୍ତି। ସୁଖ ମିଳିବ।

କୁମ୍ଭ: ଶତ୍ରୁଙ୍କ ସହିତ ଅାପୋଷ ମିଳାମିଶା ହୋଇପାରେ। ସୁଖ-ସମ୍ମାନ ମିଳିବ। ଆଶା ଫଳବତୀ ହେବ। ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ। ବିଭାଗୀୟ ସ୍ତରରୁ ସମ୍ମାନିତ ହୋଇପାରନ୍ତି। ଧନ ଲାଭର ସୂଚନା ମିଳୁଛି। ଅସାଧ୍ୟ ସାଧନ କରିପାରନ୍ତି।

ମୀନ: ପୂର୍ବ ନିଷ୍ପତ୍ତିକୁ ବଦଳାଇ ଦେଇପାରନ୍ତି। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। ଦିନଟି ସମସ୍ୟା ବହୁଳ ହେଲେ ବି କୀର୍ତ୍ତିମାନ୍‍ ହେବେ। ଭୋଗ-ବିଳାସରେ ଦିନଟି ଅତିବାହିତ କରିବେ। ସମୃଦ୍ଧି ପଥରେ ଆଗକୁ ବଢ଼ିବେ। ସୁଖୀ ହୋଇପାରନ୍ତି।

Comments are closed.