ସୋମବାର ରାଶିଫଳ (୨୩।୦୩।୨୦୨୦)
ମେଷ: ସୁଖ, ସନ୍ତୋଷ ଲାଭ କରିପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ, ଏପରିକି ସରକାରୀ ଅର୍ଥ ମିଳିବାର ସୁଯୋଗ ଅଛି। ଶତ୍ରୁ ଜୟୀ ହେବେ।
ବୃଷ: ସାଧନାରେ ସିଦ୍ଧି ଲାଭ କରିବେ। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ।
ମିଥୁନ: ଶତ୍ରୁ ସହିତ ମୁକାବିଲା ପାଇଁ ଆଗକୁ ମାଡ଼ି ଚାଲିବେ। ମନରେ ଉଦ୍ବେଗ ଜାତ ହୋଇପାରେ। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ପାଇ ତା’ର ସଦ୍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଧାର୍ମିକ ହେବେ।
କର୍କଟ: ସୁଖ ମିଳିବା କଷ୍ଟସାଧ୍ୟ ହେବ। ଅର୍ଥାଭାବ ଦେଖା ଦେଇପାରେ। ଖର୍ଚ୍ଚାନ୍ତ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନ ଚଳାଚଳରେ ସତର୍କ ରହିବା ଜରୁରୀ। କୃପଣ ସ୍ବଭାବର ହେବେ। ସ୍ବାଭିମାନୀ ହୋଇପାରନ୍ତି।
ସିଂହ: ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ। ସୁଖକର ଘଟଣାମାନ ଘଟିପାରେ। କର୍ମରେ ସଫଳତା ପାଇବେ। ଶୁଭକାର୍ଯ୍ୟ କରଣୀୟ। ରୁଚିକର ଭୋଜନ ମିଳିବ।
କନ୍ୟା: ଶତ୍ରୁନାଶ କରିବାରେ ସକ୍ଷମ ହେବେ। ଗୋଷ୍ଠୀ, ନଗର ବା ଗ୍ରାମର ଅଧିପତି ହୋଇପାରନ୍ତି। ଦଣ୍ଡଧାରୀ ହେବେ। ମନ୍ତ୍ରଣାକାରୀ ହେବା ଆଶା କରାଯାଏ। ମାନସିକ ଶାନ୍ତି ମିଳିବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ତୁଳା: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଶୁଭଖବର ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରଚୁର ଅର୍ଥ ପାଇବେ।
ବିଛା: ଇଚ୍ଛା କରୁଥିବା କାର୍ଯ୍ୟଟି ହାତକୁ ଆସି ପାରେ। କେତେକ କ୍ଷେତ୍ରରେ କାର୍ଯ୍ୟ ଠିକ୍ ଚାଲିଥିବାବେଳେ ବୁଝାମଣା ଭୁଲ ହୋଇପାରେ। ପରିଶ୍ରମ ଯେତେ କଠିନ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିବ। ସନ୍ମାର୍ଗୀ, ବିବେକୀ ଓ ଜନପ୍ରିୟ ହେବେ।
ଧନୁ: ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବଦର୍ଶନ କଲେ ରିଷ୍ଟ ଖଣ୍ଡନ ହେବ। ସରକାରୀ ସ୍ତରରୁ ଲାଭବାନ୍ ହୋଇପାରନ୍ତି। ସାମୟିକ ଭାବେ ଚପଳମତି ହୋଇପାରନ୍ତି।
ମକର: ଜନସାଧାରଣଙ୍କର ଆଦରଣୀୟ ହେବେ। ପ୍ରଚୁର ବିତ୍ତର ଅଧିକାରୀ ହେବେ। ବିଳାସ-ବ୍ୟସନ ପରିତ୍ୟାଗ କରିପାରନ୍ତି। ଶ୍ରେଷ୍ଠ ପଦରେ ଭୂଷିତ ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ।
କୁମ୍ଭ: ଭଲ ଆୟ ହେବାର ସୂଚନା ମିଳୁଛି। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ। ସ୍ବାସ୍ଥ୍ୟ ଅତୁଟ ରହିବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ମହାନ୍ ହେବ।
ମୀନ: ଧନକ୍ଷୟ ହେବାର ସୂଚିତ ହେଉଛି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ସବୁଠୁଁ ଭଲ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଯାନବାହନ ଚଳାଚଳରେ ସତର୍କ ରହିବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ।