ରବିବାର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ନିଜର ଦାବି ଉପସ୍ଥାପନ କରି ଆଗକୁ ବଢ଼ିବେ। ମୂଲ୍ୟବାନ ଦ୍ରବ୍ୟ ଲାଭର ସୁଯୋଗ ଅଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟ ଲାଭ ହେବ। ପତ୍ନୀ ସହାୟିକା ହେବେ।

ବୃଷ: ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି। ଅସମ୍ଭବକୁ ସମ୍ଭବ କରିବାର ଶକ୍ତି ଆପଣଙ୍କର ରହିଛି। ଋଣ ପରିଶୋଧ କରିପାରନ୍ତି।

ମିଥୁନ: ମିତ୍ର ଲାଭର ସୁଯୋଗ ଅଛି। ଦୁଶ୍ଚିନ୍ତା ଦୂର ହୋଇ ଆଶ୍ବସ୍ତି ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟରେ କାରବାର ସନ୍ତୋଷଜନକ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଉପାର୍ଜନ ମାର୍ଗ ଉନ୍ମୁକ୍ତ ଅଛି।

କର୍କଟ: ଭାଗ୍ୟଚକ୍ର ଉନ୍ନତି ମାର୍ଗରେ ଗତି କରିବ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ସୁସ୍ଥ ଓ ଉତ୍ତମ ବାତାବରଣ ଭିତରେ ବସତି ସ୍ଥାପନ କରିପାରନ୍ତି। କୃଷି କର୍ମ ଉପରେ ଗୁରୁତ୍ବ ଦେବେ। ସୁଖୀ ହେବେ।

ସିଂହ: ବନ୍ଧୁ ମିଳନ ଆନନ୍ଦଦାୟକ ହେବ। ଦୃଢ଼ ମନୋବଳ ନେଇ କଠିନ କାର୍ଯ୍ୟକୁ ସହଜ ସୁଲଭ ଭାବେ ସମ୍ପାଦନ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଯଶସ୍ବୀ ହେବେ।

କନ୍ୟା: ଚିନ୍ତା ଦୂରେଇ ଯିବ। ପରିଶ୍ରମର ମୂଲ୍ୟ ମିଳିବ। ଭାଗ୍ୟର ପରିବର୍ତ୍ତନ ଘଟି ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିଭିନ୍ନ ଦିଗରୁ ଧନାଗମ ହେବ। ନୀତିନିଷ୍ଠ ହେବେ। ପ୍ରତ୍ୟେକ କାର୍ଯ୍ୟ ତୁରନ୍ତ ସମାପନ କରିବାକୁ ଉଦ୍ୟମ ଜାରି ରଖିପାରନ୍ତି।

ତୁଳା: ଭିନ୍ନ ଭିନ୍ନ ସ୍ତରରୁ ଆଦର ସମ୍ମାନ ପାଇବେ। ମିଷ୍ଠାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ବନ୍ଧୁ କିମ୍ବା ସରକାରୀ ସ୍ତରରୁ ଲାଭବାନ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ରୋଜଗାର ଆଶାନୁରୂପ ହେବ। ନୂଆ ବନ୍ଧୁ ଜୁଟିବେ।

ବିଛା: ଉଚ୍ଚ ମହଲରେ ପରିଚିତ ହୋଇପାରନ୍ତି। ବ୍ୟୟ ପରିମାଣ ଅଧିକ ହେବ। ଭ୍ରାତୃଭାବ ଅତୁଟ ରହିବ। ସାମାନ୍ୟ ଚକ୍ଷୁପୀଡ଼ା ଅନୁଭବ କରିବେ। ମିଷ୍ଟଭାଷୀ ହେବେ। ପରିଶ୍ରମର ମୂଲ୍ୟାଙ୍କନ ହୋଇପାରେ। କଥାଶୈଳୀରେ ଅନ୍ୟମାନଙ୍କ ମନ କିଣି ପାରିବେ।

ଧନୁ: ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। କୀର୍ତ୍ତିମାନ ହେବେ। ଭୋଗ-ବିଳାସ କରିପାରନ୍ତି। ଗୁଣଜ୍ଞ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କରିତ୍‍କର୍ମା ହୋଇପାରନ୍ତି।

ମକର: ବିପଦ ମୁକ୍ତ ହେବେ। ଆୟ ପରିମାଣ ବୃଦ୍ଧି ପାଇବ। ଯଶସ୍ୱୀ ହେବେ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ଧୈର୍ଯ୍ୟବାନ ହେବେ। ଦାତା ହୋଇପାରନ୍ତି।ା ବ୍ୟବସାୟ ଭଲରେ ଚାଲିବ। ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ। ଅର୍ଥ ମିଳିବ।

କୁମ୍ଭ: ପ୍ରତ୍ୟେକ ଘଟଣାର ବିଚାର କରି କାର୍ଯ୍ୟ କରିବେ। ଭ୍ରମଣ ଯୋଗ ଅଛି। ଭାଗ୍ୟଶାଳୀ ହେବେ। ଉଦ୍ୟୋଗୀ ହୋଇପାରନ୍ତି। ନୀତିନିଷ୍ଠ ଭାବେ କର୍ମକ୍ଷମ ହୋଇପାରନ୍ତି।ା ଭୋଗ-ବିଳାସ କରିପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ।

ମୀନ: କାର୍ଯ୍ୟରେ ବାଧା ଉପୁଜିପାରେ। ଦେହପୀଡ଼ା ଅନୁଭବ କରିପାରନ୍ତି। ପାଣ୍ଡିତ୍ୟ ପରିପ୍ରକାଶ ଘଟାଇ ଲୋକାଦୃତ ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ବନ୍ଧୁମେଳରୁ ଏକୁଟିଆ ହୋଇପାରନ୍ତି। ଅଷ୍ଟମଚନ୍ଦ୍ର ଯୋଗୁଁ ପୂର୍ବାହ୍ଣରେ ସତର୍କ ରହିବେ।

Comments are closed.