ଗୁରୁବାର ରାଶିଫଳ (୧୯। ୦୩। ୨୦୨୦)

ମେଷ: ପରିଶ୍ରମର ଉପଯୁକ୍ତ ମୂଲ୍ୟାଙ୍କନ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ସମୟ ଅତିବାହିତ ହେବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି।
ବୃଷ: ଲୋକ ସଂପର୍କ ବୃଦ୍ଧି ପାଇବ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଯାନବାହନ ଚଳାଚଳ, ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରାରେ ବିପଦ ଅଛି। ସାମାନ୍ୟ ଅସୁସ୍ଥତା ଦେଖା ଦେଇପାରେ।
ମିଥୁନ: ବ୍ୟବସାୟ ଲାଭଜନକ ହେବ। ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ନିଜ କୃତ କର୍ମ ପାଇଁ ଗର୍ବ ଅନୁଭବ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।
କର୍କଟ: ବନ୍ଧୁ ମିଳନର ସମ୍ଭାବନା ଅଛି। ବଦଖର୍ଚ୍ଚୀ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଚକ୍ଷୁ ଯନ୍ତ୍ରଣା ଉପୁଜି ପାରେ।
ସିଂହ: ଘାତ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଜାରି ରଖିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।
କନ୍ୟା: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆଶା କରୁ ନ ଥିବା ସ୍ଥାନରୁ ଧନାଗମ ହେବ। ଧାର୍ମିକ ଓ ତେଜସ୍ବୀ ହେବେ।
ତୁଳା: ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। କୃଷି କର୍ମରେ ନିଜକୁ ନିୟୋଜିତ କରିବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଯାନବାହନ ସୁଖ ପାଇବାର ସୂଚନା ମିଳୁଛି। ନିଜ ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି।
ବିଛା: ଶୁଭକାର୍ଯ୍ୟ କରିପାରନ୍ତି। ମନ ପ୍ରସନ୍ନ ରହିବ। ଧାର୍ମିକ ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଥଣ୍ଡ଼ା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। ମେଳାପୀ ପ୍ରେମୀ, ସାହସୀ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ।
ଧନୁ: ସୌଭାଗ୍ୟଶାଳୀ ହେବେ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ପ୍ରବାସୀ, ସହନଶୀଳ, ଶାନ୍ତିପ୍ରିୟ, ମଧୁରଭାଷୀ ଓ ଉଦାର ବିଦ୍ୟାପ୍ରେମୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ବ୍ୟବସାୟ ଭଲରେ ଚାଲିବ।
ମକର: ଜନସାଧାରଣଙ୍କ କଲ୍ୟାଣଭାଜନ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉ ଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖିବେ। ଆୟ ଆଶାନୁରୂପ ହେବ।
କୁମ୍ଭ: ସାମୟିକ ଭାବେ ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ। କର୍ମକ୍ଷେତ୍ରରେ ଚଳ-ଚଞ୍ଚଳ ରହିବେ। ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। ମଧୁରଭାଷାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ।
ମୀନ: କାର୍ଯ୍ୟରେ ସଫଳତା ମିଳିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରଙ୍କ କୃପାପାତ୍ର ହେବେ। କାର୍ଯ୍ୟରେ ଚଳଚଞ୍ଚଳ ହେବେ।

Comments are closed.