ଶନିବାର ରାଶିଫଳ

0

ମେଷ: କାର୍ଯ୍ୟକ୍ଷେତ୍ର ଶୃଙ୍ଖଳିତ ହେବ। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। ସୌଖିନ ପଦାର୍ଥ ଉପରେ ରୁଚି ରହିବ। ସର୍ବ ସୁଖ ମିଳିବ। ବନ୍ଧୁଙ୍କ ସାନ୍ନିଧ୍ୟ ମିଳିପାରେ। ବୁଦ୍ଧିମାନ ହେବେ। ବାକ୍ୟ ପଟୁ ହେବେ।

ବୃଷ: ସେବା-ପୂଜାରେ ନିୟୋଜିତ ହେବେ। ଦ୍ରବ୍ୟ ଲାଭର ସୁଯୋଗ ଅଛି। କର୍ମକ୍ଷେତ୍ରରେ ଉତ୍ସାହ ବୋଧ ଆପଣଙ୍କୁ ସଫଳତା ଦେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବନ୍ଧୁଙ୍କ ସହାୟତାରୁ ମୂଲ୍ୟବାନ ଦ୍ରବ୍ୟ କିଣିବେ।

ମିଥୁନ: ପୂର୍ବରୁ କରି ଆସୁଥିବା କାର୍ଯ୍ୟରେ ସଫଳତା ମିଳିବ। ପଡ଼ୋଶୀଙ୍କ ସହିତ ଉତ୍ତମ ଭାବ ସହ ଚଳିବେ। ମହାଧନ ପ୍ରାପ୍ତ ହୋଇପାରନ୍ତି। ପୁତ୍ର ସନ୍ତାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।

କର୍କଟ: ଭ୍ରାତୃ ବିବାଦ ଉପୁଜିବାର ସମ୍ଭାବନା ଅଛି। ମନସ୍ତାପ କରିପାରନ୍ତି। ଯେତେ ସାହଯ୍ୟ ପାଇ ମଧ୍ୟ କାର୍ଯ୍ୟରେ ସଫଳତା ମିଳିବା କଷ୍ଟ ସାଧ୍ୟ। ମାନସିକ ଓ ଶାରୀରିକ ସ୍ତରରେ ନିଜକୁ ଦୁର୍ବଳ ଅନୁଭବ କରିବେ। ଭାଗ ବ୍ୟବସାୟ ଲାଭଜନକ ହେବ।

ସିଂହ: କାର୍ଯ୍ୟରେ ସିଦ୍ଧି ପ୍ରାପ୍ତି ପାଇଁ ଉଦ୍ୟମ ଚାଲୁ ରଖିବେ। ଆଦର ସମ୍ମାନ ମିଳିବ। ବସ୍ତୁ ଆଭୂଷଣ ଲାଭ ହୋଇପାରେ। ଠାକୁରଙ୍କ କାର୍ଯ୍ୟରେ ମନ ବଳାଇ ପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।

କନ୍ୟା: ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ। ଆତ୍ମ ବଡ଼ିମା ଦେଖାଇବା ଅନୁଚିତ ମନେ କରିବେ। ବୁଦ୍ଧି ପ୍ରୟୋଗ କରି ଲୋକପ୍ରିୟତା ଅର୍ଜନ କରିବେ। ବ୍ୟବସାୟ ଲାଭଜନକ ହେବ। ଆଗାମୀ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ପଠନ, ଲିଖନ ଉପରେ ଗୁରୁତ୍ୱ ଦେଇପାରନ୍ତି। ପାରିବାରିକ ସୁଖ, ଶାନ୍ତି ମିଳିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ପୂଜାର୍ଚ୍ଚନାରେ ମନ ଦେବେ। ଧର୍ମ କାର୍ଯ୍ୟରେ ମନଦେଇ ପାରନ୍ତି। ସାଧୁ କଲ୍ୟାଣ ପାଇ ବହୁ ପାରଙ୍ଗମ ହେବେ।

ବିଛା: ରଣାଙ୍ଗନରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ। ନିଜର ଧର୍ମ ଓ କର୍ମର ଅଭ୍ୟୁଦୟ ଘଟାଇ ପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଉତ୍‍ଫୁଲ୍ଲିତ ହେବେ। କାଷ୍ଠ, ଲୌହ, ତୃଣ, ଅଙ୍ଗାର ଆଦି ବ୍ୟବସାୟ ଲାଭଜନକ ହେବ।

ଧନୁ: କାର୍ଯ୍ୟରେ ସଫଳତା ଲାଭ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ପାଇବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। କୃଷିକର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ସାଧାରଣରେ ବିନୟ ଭାବ ପ୍ରଦର୍ଶନ କରିବେ।

ମକର: ତରବର ନ ହୋଇ ଧୀରେ, ସୁସ୍ଥେ କାର୍ଯ୍ୟ କଲେ ସଫଳତା ମିଳିବ। ଉଚ୍ଚ ସମ୍ମାନ ମିଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। କେତେକ କାର୍ଯ୍ୟରେ ନିନ୍ଦା ମିଳି ପାରେ।

କୁମ୍ଭ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶୁଭକାର୍ଯ୍ୟରେ ଆଗ୍ରହୀ ହେବେ। ଧନାଗମର ସୂଚନା ମିଳୁଛି। ଅସୁସ୍ଥତାର ଉପଶମ ହେବ। ପାରିବାରିକ ସୁଖ ମିଳିବ। ଧର୍ମ ଅର୍ଜନ ପାଇଁ ତତ୍ପର ହେବେ। ସେବାକୁ ବ୍ରତ ଭାବେ ଗ୍ରହଣ କରିବେ।

ମୀନ: ଶାନ୍ତି ସନ୍ତୋଷ ଲାଭ କରିପାରନ୍ତି। ପଥରୋଧର ସମ୍ମୁଖୀନ ହେବେ। ଘାତ ଚନ୍ଦ୍ର ଯୋଗୁଁ ଅସୁସ୍ଥତା ଅନୁଭବ କରିପାରନ୍ତି। ଯାନବାହନ ଚଳାଚଳରେ ସତର୍କତାର ସହ ଚଳିବାକୁ ପଡ଼ିବ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି।

Leave A Reply