ଶୁକ୍ରବାର ରାଶିଫଳ

0

ମେଷ: ବନ୍ଧୁ ସହାୟତାରୁ ଉପକୃତ ହେବେ। ସ୍ୱଳ୍ପ ଆୟର ସୂଚନା ମିଳୁଛି। ବ୍ୟବସାୟ ସୁରୁଖୁରୁରେ ଚାଲିବ। ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ।

ବୃଷ: କାର୍ଯ୍ୟ ସହଜ ସୁଲଭ ହେବ। କୁଳ ଉଦ୍ଧାରକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। ସୁଖୀ ହେବେ। ଯଶସ୍ୱୀ ହେବେ। ପରିବାର ପ୍ରତି ସ୍ନେହ ଭାବ ରହିବ।

ମିଥୁନ: କାର୍ଯ୍ୟକୁ ଶୃଙ୍ଖଳିତ କରିପାରନ୍ତି। ଭ୍ରମଣରୁ ସୁଫଳ ମିଳିବ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସ-ବ୍ୟସନରେ କଟାଇ ପାରନ୍ତି। ପ୍ରବାସପ୍ରିୟ, ବିଦ୍ୱାନ ଓ ସାହସୀ ହେବେ। ସମ୍ପତ୍ତିବାନ ହେବାର ଯୋଗ ଅଛି।

କର୍କଟ: ପାରିବାରିକ ଅଶାନ୍ତି ଦେଖାଦେଇ ପାରେ। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଶତ୍ରୁମାନଙ୍କ ଉପରେ ନଜର ରଖିବାକୁ ପଡ଼ିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ସିଂହ: ଅନ୍ୟମନସ୍କ ହେଲେ କ୍ଷତିଗ୍ରସ୍ତ ହେବେ। ମିତ୍ର ଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଚାଲିଲେ ଉପକୃତ ହୋଇପାରନ୍ତି।

କନ୍ୟା: ଅଭାବ ଦୂର ହେବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। କେବଳ ସାମାନ୍ୟ ଚକ୍ଷୁପୀଡ଼ା ଅନୁଭବ କରିବେ। ବଳବାନ ହେବେ। ଶତ୍ରୁ ଦମନ କରିପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ।

ତୁଳା: କାର୍ଯ୍ୟ କରିବାକୁ ହେଲେ ପୂର୍ବରୁ ପରାମର୍ଶ ଗ୍ରହଣ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଶିକ୍ଷିତା ପତ୍ନୀଙ୍କ ସାହଚର୍ଯ୍ୟ ପାଇ ଉପକୃତ ହେବେ।

ବିଛା: କଳହଠାରୁ ଦୂରେଇ ରହିବାକୁ ପଡ଼ିବ। ଉଦାର ପ୍ରକୃତିର ହେବେ। ଦାନ ଧର୍ମକୁ ଆପଣେଇ ନେବେ। ସୁଖ ଭୋଗୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମକାରୀ ଓ ବୁଦ୍ଧିମାନ ହେବେ।

ଧନୁ: କାର୍ଯ୍ୟ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ହୋଇପାରନ୍ତି। ମ୍ରିଭାଷୀ ହେବେ। ଥଣ୍ଡା କଫରେ ସାମାନ୍ୟ ପୀଡ଼ା ଅନୁଭବ କରିବେ। ପ୍ରେମୀ ଓ ସାହସୀ ହେବେ। ସାନ ଭାଇଙ୍କଠାରୁ ଆଦର ସମ୍ମାନ ମିଳିବ।

ମକର: ଧନଲାଭର ସୁଯୋଗ ଅଛି। ସ୍ୱାଧୀନ କିଛି ନ କରି ଅନ୍ୟର ସହାୟତା ନେଇ ପାରନ୍ତି। ପରମ ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।

କୁମ୍ଭ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ସାମାନ୍ୟ ଅଧିକ ହେବ। ବନ୍ଧୁ ଓ ସରକାରୀ ସହାୟତା ମିଳିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ମାଲିମୋକଦ୍ଦମାରେ ଜିଣି ଅର୍ଥପ୍ରାପ୍ତି ହେବେ। ସୁସ୍ଥ ଓ ନିରାମୟ ରହିବେ। ସୁଖୀ ହେବେ।

ମୀନ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ଚେଷ୍ଟିତ ହେବେ। ନେତ୍ର ପୀଡ଼ା ଉପୁଜି ପାରେ। ମଧୁରଭାଷୀ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ଲୋକ ସଂପର୍କ ରଖିବେ; ମାତ୍ର ବହୁ କଷ୍ଟରେ।

Leave A Reply